ଅଖିଳେଶ କହିଲେ, ମୁଁ ନେବି ନାହିଁ ବିଜେପି ଭ୍ୟାକ୍ସିନ

1 min read

ଲକ୍ଷ୍ନୌ:  କୋଭିଡ ଟିକା କୋଭିସିଲ୍ଡକୁ ଅନୁମତି ମିଳିଛି । ବିଶ୍ୱକୁ ଆସ୍ୱସ୍ତି ମିଳିଛି କିନ୍ତୁ ନେତାଙ୍କୁ ନୁହେଁ । ରାଜନୀତିର ନିକିତିରେ ହିସାବ ନିକାଶ କରୁଥିବା ନେତାଏ ଏବେ ବି ନିଜ ଚିରାଚରିତ ଚରିତ୍ରରେ ଚିତ୍ରିତ । ଦେଶକୁ ଖୁବ ଶୀଘ୍ର ଆସୁଛି କୋଭିଡ ଭ୍ୟାକ୍ସିନ । ଦେଶର ୧୧୬ ଜିଲ୍ଲାର ୨୫୯ କେନ୍ଦ୍ରରେ ଆରମ୍ଭ ହୋଇଯାଇଛି ମକଡ୍ରିଲ । କିନ୍ତୁ ଏପରିସ୍ଥଳେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ବୟାନ ଭ୍ୟାକ୍ସିନରେ ପ୍ରବେଶ କରିଛି ।

ବିଜେପି ଭ୍ୟାକ୍ସିନ ଉପରେ ମୋର ବିଶ୍ୱାସ ନାହିଁ । କୋଭିଡ ଭ୍ୟାକ୍ସିନ କୌଣସି ମତେ ଗ୍ରହଣ ନକରିବାକୁ କହିଛନ୍ତି ଅଖିଳେଶ । ସେପଟେ ସପା ମୁଖିଆଙ୍କ ଏଭଳି ବୟାନକୁ ନେଇ ଜୋର ଧରିଛି ରଜନୀତି । ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସିଧାସଳଖ ଟାର୍ଗେଟ କରିଛନ୍ତି । କରୋନା ଟିକା ଆସିବା ନେଇ ପ୍ରଧାନମନ୍ତ୍ରୀ ଦିନରାତି ଆଲୋଚନା ଜାରି ରଖିଛନ୍ତି । ବୈଜ୍ଞାନିକ ମାନେ ଅକ୍ଲାନ୍ତ ପରିଶ୍ରମ ଜାରି ରଖିଛନ୍ତି । ଯାହାଙ୍କ କଠିନ ଉଦ୍ୟମରେ ଆଜି କୋଭିସିଲିଡ୍ସ ସଞ୍ଜୀବନି ସଦୃଶ୍ୟ ଆସିବାକୁ ଯାଉଛି । କିନ୍ତୁ ସମାଜବାଦୀ ପାର୍ଟି ମୁଖିଆଙ୍କ ହୀନ ବୟାନ ହିଁ ତାଙ୍କ ରାଜନୈତିକ ଉଦେଶ୍ୟ ପ୍ରଣିପାଦିତ କରୁଥିବା କହିଛନ୍ତି ଅନୁରାଗ ଠାକୁର ।

ସେହିପରି ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ଅଖିଳେଶଙ୍କ ଉପରେ ବର୍ଷିଛନ୍ତି । ଟ୍ବିଟର ଯୋଗେ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି, ଅଖିଳେଶ ଯାଦବଙ୍କର ଭ୍ୟାକ୍ସିନ ଉପରେ ଭରସା ନାହିଁ । ଏବଂ ଉତ୍ତରପ୍ରଦେଶ ବାସୀଙ୍କର ଅଖିଳେଶ ଯାଦବଙ୍କ ଉପରେ ବିଶ୍ବାସ ନାହିଁ । ଭ୍ୟାକ୍ସିନ ନିର୍ମାଣ କରିଥିବା ବୈଜ୍ଞାନିକଙ୍କୁ ଏହା ଅପମାନିତ କରିଛି । ତେଣୁ ସପା ମୁଖ୍ୟ ନିଜ ବୟାନ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ।

Leave a Reply