ନଭେମ୍ବର ସୁଦ୍ଧା ଦେଶରେ ଉପଲବ୍ଧ ହୋଇପାରେ ଋଷ ଭ୍ୟାକ୍ସିନ୍

1 min read
Russian Corona Vaccine Arrive India November Agreement Dr Reddy Share Rise

ନୂଆଦିଲ୍ଲୀ: ଭାରତରେ ମିଳିବ ବିଶ୍ୱର ପ୍ରଥମ କରୋନା ଭ୍ୟାକ୍ସିନ୍ । ୧୦ କୋଟି ଟିକା ବିକ୍ରି ପାଇଁ ଋଷର ଭ୍ୟାକ୍ସିନ୍ ନିର୍ମତା ଋଷିୟାନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (RDIF) ଭାରତର ଡକ୍ଟର ରେଡ୍ଡିଜ୍ ଲ୍ୟାବ ସହ ଚୁକ୍ତି କରିଛି । ଏହି ଟିକା ଦେଶରେ ନଭେମ୍ବର ମାସ ସୁଦ୍ଧା ଉପଲବ୍ଧ ହୋଇପାରେ । ଏହି ଖବର ପରେ ବିଏସଇ (BSE)ରେ ଡକ୍ଟର ରେଡ୍ଡିଜର ସେୟାର ୧୮୧ ଟଙ୍କା ବୃଦ୍ଧି ପାଇ ୪୬୨୪.୪୫ ଅଙ୍କରେ ପହଞ୍ଚିଛି ।

Russian Corona Vaccine Arrive India November Agreement Dr Reddy Share Rise

ଖବର ଅନୁସାରେ ଭାରତରେ ଋଷି ଟିକା ସ୍ପୁଟନିକ ଭିର କ୍ଲିନିକାଲ୍ ଟ୍ରାଏଲ୍ ଓ ବିତରଣ ପାଇଁ ଋଷ ବୁଝାମଣା କରିଛି । ହାଇଦ୍ରାବାଦ ସ୍ଥିତ ଡକ୍ଟର ରେଡ୍ଡିଜ୍ ଲ୍ୟାବ ସହ ଚୁକ୍ତି ସ୍ୱାକ୍ଷର କରିଛି ଋଷିୟାନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (RDIF) । ଚୁକ୍ତି ଅନୁସାରେ ଋଷର କମ୍ପାନୀ ଭାରତର ଡକ୍ଟର ରେଡ୍ଡିଜକୁ ୧୦ କୋଟି ଟିକା ଯୋଗାଇ ଦେବ ।

Russia Ship 50 Million Coronavirus Vaccine Sputnik V Doses Brazil

RDIF ସିଇଓ କିରିଲଙ୍କ ଅନୁସାରେ ଭାରତରେ ଟ୍ରାଏଲ ସଫଳ ହେଲେ ଭ୍ୟାକ୍ସିନ୍ ନଭେମ୍ବର ସୁଦ୍ଧା ଉପଲବ୍ଧ ହେବ । ଡକ୍ଟର ରେଡ୍ଡିଜ୍ ଋଷରେ ୨୫ ବର୍ଷ ଧରି କାରବାର କରୁଛି । କମ୍ପାନୀ ଦାବି କରିଛି ସ୍ପୁଟନିକ ଭି ଭାରତରେ କରୋନା ବିରୋଧୀ ଲଢ଼େଇରେ ସହାୟକ ହେବ । ଭ୍ୟାକ୍ସିନର ପ୍ରାୟ ୨୫୦ କ୍ଲିନିକାଲ ଟ୍ରାଏଲ କରାଯାଇଥିବା ବେଳେ ଫଳ ଭଲ ରହିଥିବା କମ୍ପାନୀ କହିଛି ।

ଭାରତରେ ହେବ ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍

Russia Ship 50 Million Coronavirus Vaccine Sputnik V Doses Brazil

ଡକ୍ଟର ରେଡ୍ଡିଜ୍ ମ୍ୟାନେଜିଂ ଡାଇରେକ୍ଟର ଜିବି ପ୍ରସାଦ କହିଛନ୍ତି, ଦେଶରେ ଟିକାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସରିଛି । ଏବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ । ସୂଚନାଯୋଗ୍ୟ ଋଷ ଅଗଷ୍ଟ ୧୧ ତାରିଖରେ ଦୁନିଆର ପ୍ରଥମ କରୋନା ଭ୍ୟାକ୍ସିନ୍ ଲଞ୍ଚ କରିଥିଲା ।

Leave a Reply