ପକ୍ଷୀଙ୍କ ପରେ ଏବେ ମଣିଷଙ୍କୁ ସଂକ୍ରମିତ କରୁଛି ବାର୍ଡ ଫ୍ଲୁ, ଏହି ଦେଶରେ ମିଳିଲା ପ୍ରଥମ ମାମଲା

1 min read
Russia Reports Worlds First Case Of Human Infection With H5N1 Bird Flu

ନୂଆଦିଲ୍ଲୀ (ସୁଶାନ୍ତ କୁମାର ସାହୁ): ଏବେ ଯାଏ ବାର୍ଡ ଫ୍ଳୁ କେବଳ ପକ୍ଷୀ ଆଉ ଜୀବଜନ୍ତୁଙ୍କୁ ହେଉଥିବା ଆପଣ ଜାଣିଥିବେ । ତେବେ, ପ୍ରଥମ ଥର ପାଇଁ ମଣିଷ ଠାରେ ମିଳିଛି ବାର୍ଡ ଫ୍ଲୁ ମାମଲା । ଋଷର ବ୍ୟକ୍ତିଙ୍କ ଠାରେ ବାର୍ଡ ଫ୍ଲୁ ଭୂତାଣୁ ଥିବା ଜଣାପଡ଼ିଛି । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ି ଯାଇଛି । ଏ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)କୁ ଅବଗତ କରାଇଛି ଋଷ ।

Russia Reports Worlds First Case Of Human Infection With H5N1 Bird Flu

ଋଷର ସ୍ୱାସ୍ଥ୍ୟ ଅଧିକାରୀ ଏନା. ପୋପୋୱାଙ୍କ ସୂତ୍ରରୁ ଖବର ଅନୁସାରେ, ୨୦୨୦ରେ ଋଷର ଦକ୍ଷିଣ ପ୍ରାନ୍ତରେ ବାର୍ଡ ଫ୍ଲୁ ବ୍ୟାପିଥିଲା । ସେଠାର ଏକ କୁକୁଡ଼ା ଫାର୍ମରେ କାମ କରୁଥିବା ୭ ଜଣଙ୍କ କର୍ମଚାରୀ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ତେବେ, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଲଗାତାର ସୁଧାର ଆସୁଥିବା ବେଳେ ଏବେବି ସ୍ୱଳ୍ପ ଲକ୍ଷଣ ରହିଛି ।

Russia Reports Worlds First Case Of Human Infection With H5N1 Bird Flu

ତେବେ ମଣିଷଙ୍କ ଦେହକୁ କେମିତି ଆସିଲା ବାର୍ଡ ଫ୍ଲୁ ଭୂତାଣୁ ? ସୂଚନା ଅନୁସାରେ, ବାର୍ଡ ଫ୍ଲୁ ସଂକ୍ରମିତ ଜୀବିତ କିମ୍ବା ମୃତ ପକ୍ଷୀଙ୍କ ସହ ସିଧା ସମ୍ପର୍କରେ ଆସିବା ପରେ ମଣିଷ ସଂକ୍ରମିତ ହୋଇଥାଏ । ବିଶେଷକରି ବାର୍ଡ ଫ୍ଲୁ ଜଙ୍ଗଲି ପକ୍ଷୀଙ୍କ ଦ୍ୱାରା ବ୍ୟାପିଥାଏ । ଏଥିପାଇଁ କୁକୁଡ଼ା ଫାର୍ମ ଗୁଡ଼ିକୁ ସଂକ୍ରମଣ ଠାରୁ ବର୍ତ୍ତିବା ପାଇଁ ଗୃହପାଳିତ ଅନ୍ୟ ପଶୁପକ୍ଷୀଙ୍କ ଠାରୁ ଦୂରେଇ ରଖିବା ସହ ସଠିକ୍ ବ୍ୟବସ୍ଥା କରିବା ଉଚିତ୍ ।

Russia Reports Worlds First Case Of Human Infection With H5N1 Bird Flu

ତେବେ, ଋଷର ୭ ଜଣଙ୍କ ଠାରେ ବାର୍ଡ ଫ୍ଲୁ ସଂକ୍ରମଣ ମାମଲା ମିଳିଥିବା ବେଳେ ଆଉ ଏକ ଆଶ୍ୱସ୍ତି ଖବର ମଧ୍ୟ ରହିଛି । ଋଷ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁସାରେ, ସଂକ୍ରମିତଙ୍କ ଠାରୁ ଅନ୍ୟ ଲୋକ ପୁନଃ ସଂକ୍ରମିତ ହୋଇଥିବାର କୌଣସି ମାମଲା ଆସିନାହିଁ । ସମସ୍ତ ସଂକ୍ରମିତଙ୍କ ଆଇସୋଲେଟ୍ କରି ରଖା ଯାଇଥିବା ବେଳେ ସମ୍ପର୍କରେ ଆସିଥିବା ଲୋକଙ୍କୁ ଟ୍ରେସ୍ କରାଯାଉଛି ।

Russia Reports Worlds First Case Of Human Infection With H5N1 Bird Flu

ବାର୍ଡ ଫ୍ଲୁ ବାହକ କେତେକ ଭୂତାଣୁ ହୋଇଥିବା ବେଳେ ସେଥିମଧ୍ୟରୁ H5N1କୁ ସବୁଠୁ ଘାତକ କୁହାଯାଏ । କାରଣ H5N1 ଭୂତାଣୁ ହିଁ ମଣିଷ ଦେହକୁ ବାର୍ଡ ଫ୍ଲୁ ବାହକ ଭାବେ କାମ କରିଥାଏ । ମଣିଷ ଦେହରେ ବାର୍ଡ ଫ୍ଲୁର ପ୍ରଥମ ମାମଲା ୧୯୯୭ରେ ଆସିଥିଲା । ହଂକଂରେ କୁକୁଡ଼ାଙ୍କ ଠାରୁ ଜଣେ ବ୍ୟକ୍ତି ସଂକ୍ରମିତ ହୋଇଥିଲେ ।

Russia Reports Worlds First Case Of Human Infection With H5N1 Bird Flu

୨୦୦୩ରେ ବାର୍ଡ ଫ୍ଲୁ ଭାଇରସ୍ ଚୀନ୍, ୟୁରୋପ, ଆଫ୍ରିକା ସମେତ ଏସିଆ ମହାଦେଶରେ ବ୍ୟାପିଥିଲା । ୨୦୧୩ରେ ଚୀନର ଜଣେ ବ୍ୟକ୍ତି ମଧ୍ୟ ବାର୍ଡ ଫ୍ଲୁ ସଂକ୍ରମିତ ହୋଇଥିଲେ । ତେବେ, WHO ଅନୁସାରେ ବାର୍ଡ ଫ୍ଲୁ ସାଧାରଣତଃ ମଣିଷକୁ ସଂକ୍ରମିତ କିମ୍ବା ପ୍ରଭାବିତ କରିନଥାଏ ।

Leave a Reply