ଦିଲ୍ଲୀ ଡାକ୍ତରଙ୍କ କୋଭାକ୍ସିନକୁ ନାଁ, କୋଭିସିଲ୍ଡ ଲଗାଇବାକୁ ଦାବି

1 min read
Maharashtra suspends Covid-19 vaccine drive till Jan 18 due to CoWIN app glitch

ନୂଆଦିଲ୍ଲୀ: ଦେଶବ୍ୟାପୀ ଶନିବାର କରୋନା ଭ୍ୟାକସିନେସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାରି ଭିତରେ ଦିଲ୍ଲୀର ରାମ ମନୋଗର ଲୋହିୟା ଡାକ୍ତରଖାନାର ଡାକ୍ତରମାନେ କୋଭାକ୍ସିନ ଟିକା ନେବାକୁ ମନା କରିଛନ୍ତି । ସୂଚନା ଅନୁଯାୟୀ RML ଡାକ୍ତରଖାନାର ରେସିଡେଣ୍ଟ ଡାକ୍ତରମାନେ କୋଭାକ୍ସିନ ବଦଳରେ କୋଭିସିଲ୍ଡ ଟିକା ନେବେ ବୋଲି ମେଡିକାଲ ସୁପରିଟେଣ୍ଡେଣ୍ଟକୁ ଚିଠି ଲେଖିଛନ୍ତି । ଅବଶ୍ୟ ଏହାକୁ ନେଇ ଡାକ୍ତରଖାନା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଚିଠି ଅନୁଯାୟୀ, ରେସିଡେଣ୍ଟ ଡାକ୍ତରଙ୍କ କହିବା ଅନୁଯାୟୀ ସେମାନେ RDMର ସଦସ୍ୟ ଅଟନ୍ତି । ତାଙ୍କୁ ମିଳିଥିବା ସୂଚନା ଅନୁଯାୟୀ ଡାକ୍ତରଖାନାରେ ଶନିବାର କୋଭିଡ ୧୯ ଭାକସିନେସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାରେ ଭାରତ ବାୟୋଟେକ ତରଫରୁ ବିକସିତ ହୋଇଥିବା କୋଭାକ୍ସିନକୁ କୋଭିସିଲ୍ଡ ଅପେକ୍ଷା ଅଧିକ ଗୁରୁତ୍ୱ ଦିଆଯାଉଛି । ସୂଚନା ଅନୁଯାୟୀ  କୋଭାକ୍ସିନ ଟ୍ରାୟଲ ପୂରଣ ନହୋଇଥିବାରୁ ସୁରକ୍ଷାକୁ ନେଇ ରେସିଡେଣ୍ଟ ଡାକ୍ତରଙ୍କ ମଧ୍ୟରେ ଆଶଙ୍କା ରହିଛି । ଏହା ସହିତ ଭେକ୍ସିନେସନ ପ୍ରକ୍ରିୟା ପୂରଣ ହେବନାହିଁ ।

କୋଭିସିଲ୍ଡକୁ ବ୍ୟାକଅପ ବୋଲି କହିଲେ ଏମ୍ସ ଡାକ୍ତର

ଦିଲ୍ଲୀରେ ଶନିବାର ଦିନ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଏଥିରେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ସର୍ବପ୍ରଥମେ ଟିକା ପ୍ରଦାନ କରାଯାଉଛି । ଏମ୍ସର ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ମଧ୍ୟ ଟିକା ପ୍ରଦାନ କରାଯାଇଛି । ଏହାପୂର୍ବରୁ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କୋଭାକ୍ସିନକୁ ଏକ ବ୍ୟାକଅପ ବୋଲି କହିଥିଲେ । ଅବଶ୍ୟ ଭାରତ ବାୟୋଟେକର ସିଇଓ ଏମ୍ସର ନିର୍ଦ୍ଦେଶକଙ୍କ ଏହି ମନ୍ତବ୍ୟକୁ ଖାରଜ କରି ଏହାକୁ ନେଇ ଆପତ୍ତି ପ୍ରକାଶ କରିଥିଲେ ।

ଏମ୍ସରେ ଭାକସିନେସନ ପ୍ରକ୍ରିୟାରେ ସ୍ୱାସ୍ଥ୍ୟ କର୍ମଚାରୀମାନେ ଏତେଟା ଇଚ୍ଛା ପ୍ରକାଶ କରୁଥିବା ନଜର ଆସିନଥିଲା । ଅନେକ କର୍ମଚାରୀ ଏହି ପ୍ରକ୍ରିୟାରେ ଭାଗ ନେଇନଥିଲେ । ଏମିତି ଟ୍ରାଏଲରେ ଭାଗ ନେବା ପାଇଁ ସମସ୍ତଙ୍କୁ ମୋବାଇଲ ଯୋଗେ ସୂଚନା ଦେବାକୁ ପଡ଼ିଥିଲା । ଭାକସିନ ସମସ୍ତଙ୍କ ପାଇଁ ସୁରକ୍ଷିତ ରହିବ ବୋଲି ଆଶା ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟକର୍ମୀ ।

Leave a Reply