ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା, କରୋନା ମୃତ୍ୟୁ ରୋକିପାରୁନି ରେମ୍‌ଡେସିଭର୍

ନୂଆଦିଲ୍ଲୀ: କରୋନା ମୃତ୍ୟୁ ରୋକିପାରୁନି ରେମ୍‌ଡେସିଭର୍‌ । ସଂକ୍ରମିତଙ୍କ ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଆମେରିକୀୟ ଫାର୍ମା କମ୍ପାନୀ ଗିଲିୟଡ୍‌ର ଔଷଧ ରେମ୍‌ଡେସିଭର୍‌ ସ୍ୱଳ୍ପ କିମ୍ବା ଜମା କାମ କରୁନଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । କ୍ଲିନିକାଲ୍ ଟ୍ରାଏଲ ପରେ ଡବ୍ଲୁଏଚ୍‌ଓ ପକ୍ଷରୁ ଏଭଳି ତଥ୍ୟ ଦିଆଯାଇଛି ।

୩୦ଟି ଦେଶରେ ୧୧ହଜାର ୨୬୬ ରୋଗୀଙ୍କଠାରେ ରେମ୍‌ଡେସିଭର୍‌ କ୍ଲିନିକାଲ୍ ଟ୍ରାଏଲ୍ କରାଯାଇଥିଲା । ଏହାପରେ ପ୍ରଭାବ ନେଇ ମୂଲ୍ୟାଙ୍କନ କରାଯାଇଥିଲା । ଗବେଷଣାରୁ ରେମ୍‌ଡେସିଭର୍‌ ଦ୍ୱାରା କୋଭିଡ୍ ମୃତ୍ୟୁ ହାର ବା ଆକ୍ରାନ୍ତଙ୍କ ସୁସ୍ଥତା ଉପରେ ପ୍ରଭାବ ପଡିନଥିବା କୁହାଯାଇଛି । ତେବେ କ୍ଲିନିକାଲ୍ ଟ୍ରାଏଲ ନେଇ ବିସ୍ତୃତ ଭାବେ ସମୀକ୍ଷା କରାଯିବ ।

ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ରେମ୍‌ଡେସିଭର୍‌ ଇଞ୍ଜେକ୍ସନ୍ ଦିଆଯାଇଥିଲା । ଚଳିତବର୍ଷ ମେ’ ମାସରେ କୋଭିଡ୍ ସଂକ୍ରମିତଙ୍କଠାରେ ରେମ୍‌ଡେସିଭର୍‌ ଆଣ୍ଟିଭାଇରାଲ୍ ଔଷଧ କାମ କରୁଥିବା ନେଇ କୁହାଯିବା ପରେ ଏହାକୁ ନେଇ ଆଶା ଦେଖାଦେଇଥିଲା । ପ୍ରାଥମିକ ପରୀକ୍ଷାରୁ ଏହା କରୋନା ଆକ୍ରାନ୍ତଙ୍କଠାରେ କାମ କରୁଥିବା ଜଣାପଡିଥିଲା । ହେଲେ ଏବେ ଡବ୍ଲୁଏଚ୍‌ଓର ତଥ୍ୟ ବଡ଼ ଝଟ୍‌କା ଆଣିଛି ।

Leave a Reply