ଲଞ୍ଚ ହେଲା ରେଡମି ୯ ସିରିଜର ତିନୋଟି ଫୋନ୍, ୮,୫୦୦ ରୁ ଦାମ୍ ଆରମ୍ଭ

1 min read
Spread the love

ନୂଆଦିଲ୍ଲୀ: ଚାଇନା କମ୍ପାନୀ ଶାଓମି ଗ୍ଲୋବାଲ ମାର୍କେଟ୍ ରେ ଏକକାଳୀନ ୯ଟି ଫୋନ୍ ଲଞ୍ଚ କରିଛି । ଏଥିରେ MI ସ୍ମାର୍ଟ ବ୍ୟାଣ୍ଡ ୫, ଇଲେକ୍ଟ୍ରିକ୍ ସ୍କୁଟର, TV ଷ୍ଟିକ୍ ସମେତ ତିନୋଟି ନୂତନ ସ୍ମାର୍ଟଫୋନ୍ ମଧ୍ୟ ସାମିଲ ଅଛି । କମ୍ପାନୀ ରେଡମି ୯ ସିରିଜ୍ ସ୍ମାର୍ଟଫୋନ୍ ରେଡମି ୯, ରେଡମି ୯A ଏବଂ ରେଡମି ୯C ଲଞ୍ଚ କରିଛି । ପାୱାରଫୁଲ୍ ପ୍ରସେସର ଏବଂ ପ୍ରିମିୟମ୍ ଫିଚର୍ସ ସହିତ ଏହି ତିନୋଟି ସ୍ମାର୍ଟଫୋନ୍ ଲଞ୍ଚ ହୋଇଛି । ରେଡମି ୯A ର ଦାମ ୮,୫୦୦ ଟଙ୍କା, ରେଡମି ୯C ର ଦାମ ୧୦,୨୦୦ ଟଙ୍କା) ଏବଂ ରେଡମି ୯ ର ଦାମ ୧୨,୮୦୦ ଟଙ୍କା ରହିଛି ।

ରେଡମି ୯ ସ୍ମାର୍ଟଫୋନରେ ୬.୫୩ ଇଞ୍ଚ ଫୁଲ୍ HD + ଡିସପ୍ଲେ ରହିଛି । ଏହି ଫୋନରେ ମିଡିଆଟେକ ହେଲିଓ G80 ପ୍ରୋସେସର ଏବଂ ୫୦୨୦mAh ବ୍ୟାଟେରୀ ଅଛି ଯାହା ୧୮W ଫାଷ୍ଟ ଚାର୍ଜିଂ ସପୋର୍ଟ କରେ । ଏହାର ଦୁଇଟି ମଡେଲରେ ୩GB + ୩୨GB ଏବଂ ୪GB + ୬୪GB ରହିଛି । ଫଟୋଗ୍ରାଫି ପାଇଁ ଫୋନରେ ୧୩ ମେଗାପିକ୍ସେଲ କ୍ୱାଡ ରିୟର କ୍ୟାମେରା ସେଟଅପ୍ ରହିଛି ।

ରେଡମି ୯C ସ୍ମାର୍ଟଫୋନରେ ୬.୫୩ -ଇଞ୍ଚର ଡିସପ୍ଲେ ରହିଛି ।  ଫୋନରେ ମିଡିଆ ଟେକ୍ ହେଲିଓ G୩୫ ପ୍ରୋସେସର ଏବଂ ୫୦୦୦mAh ବ୍ୟାଟରୀ ରହିଛି । ଏହାର ଦୁଇଟି ମଡେଲରେ ୨GB + ୩୨GB ଏବଂ ୩ GB + ୬୪ GB ରହିଛି । ଫଟୋଗ୍ରାଫି ପାଇଁ ଫୋନରେ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ରହିଛି ।

ରେଡମି ୯A ସ୍ମାର୍ଟଫୋନରେ ୬.୫୩ ଇଞ୍ଚ ଫୁଲ୍ HD + ଡିସପ୍ଲେ ରହିଛି । ଏହି ଫୋନ୍ ରେ ମିଡିଆଟେକ୍ ହେଲିଓ G୨୫ ପ୍ରୋସେସର ଏବଂ ୫୦୦୦mAh ବ୍ୟାଟରୀ ରହିଛି । ଏହି ସ୍ମାର୍ଟଫୋନର ଆଉ ଏକ ମଡେଲ୍ ୨GB + ୩୨GB ଆସେ । ଫଟୋଗ୍ରାଫି ପାଇଁ ଫୋନରେ ୧୩MP ରିୟର କ୍ୟାମେରା ସେଟଅପ୍ ରହିଛି ।

Leave a Reply

Your email address will not be published. Required fields are marked *

Close Bitnami banner