ରାଜ୍ୟରେ କମିଛି ବର୍ଷା : ୧୭ ପ୍ରତିଶତ ବର୍ଷା କମିଛି, ୪ସୁଦ୍ଧା ଲଘୁଚାପ ସମ୍ଭାବନା

ଶ୍ରାବଣରେ ଶୁଖିଲା ପଡିଛି ଧରା । ଜୁନରୁ ଅଗଷ୍ଟ ଯାଏଁ ଓଡ଼ିଶାରେ ୧୭୮.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି ଯାହା ସ୍ୱାଭାବିକ ବର୍ଷା ଠାରୁ ୧୭ ପ୍ରତିଶତ କମ୍ । ଏହାରି ଭିତରେ ଓଡ଼ିଶାର ୧୩ଟି ଜିଲ୍ଲା ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଯାଜପୁର, କଟକ,  ଖୋର୍ଦ୍ଧା, ଜଗତସିଂହପୁର,  ପୁରୀ, ମୟୁରଭଞ୍ଜ, କେନ୍ଦୁଝର, ନୟାଗଡ, ବଲାଙ୍ଗିର  ଏବଂ ସୋନପୁର ଠାରେ ସ୍ୱାଭାବିକ ବର୍ଷା ଠାରୁ କମ୍ ବର୍ଷା ରେକର୍ଡ କରାଯାଇଛି ।

ଅବଶିଷ୍ଟ ୧୭ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି । ପୁରୀ ଜିଲ୍ଲାରେ ସ୍ୱାଭାବିକ ବର୍ଷାଠାରୁ ୫୨ପ୍ରତିଶତ କମ ବର୍ଷା ହୋଇଛି । ନୂଆପଡା ଜିଲ୍ଲାରେ ସ୍ୱାଭାବିକ ବର୍ଷା ଠାରୁ ସର୍ବୋଚ୍ଚ ୧୩ ପ୍ରତିଶତ  ଅଧିକ ବର୍ଷା ରେକର୍ଡ କରାଯାଇଛି । ୪୦ ପ୍ରତିଶତ କିମ୍ବା ତା’ ଠାରୁ କମ ରେକର୍ଡ ହୋଇଥିବା ଜିଲ୍ଲାଗୁଡିକ ମଧ୍ୟରେ ରହିଛି ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା, ଯାଜପୁର, କଟକ ଏବଂ ବାଲେଶ୍ୱର । ତେବେ ଅଗଷ୍ଟ ୪ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ସହ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଏବଂ କନ୍ଧମାଳ ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

Leave a Reply