ଚାଇନାକୁ କଡ଼ା ଜବାବ ଦେବା ପାଇଁ ୨୯ ଜୁଲାଇରେ ଆସିବ ରାଫେଲ ଯୁଦ୍ଧ ବିମାନ, ଅମ୍ବାଲା ଏୟାର ବେସରେ ରହିବ ସଜାଗ

ଭୁବନେଶ୍ୱର: ଜୁଲାଇ ୨୯ ଭାରତୀୟ ବାୟୁସେନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । ଆଶା କରାଯାଉଛି ଏହି ଦିନ ଭାରତକୁ ତାର ୫ଟି ରାଫେଲ ଯୁଦ୍ଧ ବିମାନ ମିଳିଯିବ । ସେହି ଦିନ ଏହାକୁ ଅମ୍ବାଲା ବାୟୁସେନା ଷ୍ଟେସନରେ ବାୟୁସେନାରେ ଅନ୍ତର୍ଭୁକ୍ତ କରାଯିବ। ତେବେ ଜୁଲାଇ ୨୯ ରେ ପାଗ କିପରି ହେବ ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ ରହିଛି । ମୌସୁମୀ ହେତୁ ଉତ୍ତର ଭାରତରେ ବର୍ତ୍ତମାନ ବର୍ଷା ହେଉଛି । ସେଥିପାଇ ରାଫେର ଯୋଗ ଦେବାରେ କିଛି ଅସୁବିଧା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।

୨୯ ଜୁଲାଇରେ ବାୟୁସେନାରେ ଅନ୍ତର୍ଭୁକ୍ତ ହେବା ପରେ ରାଫେଲ ବିମାନ ୨୦ ଅଗଷ୍ଟରେ ଏକ ସମାରୋହରେ ବାୟୁସେନାରେ ଚୂଡାନ୍ତ ପ୍ରକ୍ରିୟା ଶେଷ ହେବ । ଭାରତୀୟ ବାୟୁସେନା କହିଛି ଯେ ଭାରତୀୟ ବାୟୁସେନା ଅଧିକାରୀମାନେ ରାଫାଲର ବୈଷୟିକ ଜଟିଳତାକୁ ବୁଝିବା ପାଇଁ ବ୍ୟାପକ ତାଲିମ ନେଇଛନ୍ତି । ବାୟୁସେନା ଅଧିକାରୀମାନେ ଏହି ଯୁଦ୍ଧ ବିମାନର ଉଚ୍ଚ ଶକ୍ତିକୁ ଗଭୀର ଭାବରେ ଅଧ୍ୟୟନ କରିଛନ୍ତି ଏବଂ ବର୍ତ୍ତମାନ ସେମାନେ ଏହା ଉପରେ କାର୍ଯ୍ୟ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବାୟୁସେନା ଅନୁଯାୟୀ, ରାଫେଲ ପହଞ୍ଚିବା ମାତ୍ରେ ବିମାନକୁ ଶୀଘ୍ର ଅପରେସନ୍ ସ୍ତରକୁ ଆଣିବା ପାଇଁ ପ୍ରୟାସ କରାଯିବ । ଅର୍ଥାତ୍ ଏହି ବିମାନକୁ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ।

ତେବେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଭାରତକୁ ଫ୍ରାନ୍ସରୁ ୩୬ ଟି ରାଫେଲ ବିମାନ ଆସିବାକୁ ଯାଉଛି । ବାୟୁସେନା ସୂତ୍ର ଅନୁଯାୟୀ, ପ୍ରଥମ ସ୍କ୍ୱାର୍ଡନରେ ଅମ୍ବାଲା ବେସରୁ ୱେଷ୍ଟର୍ଣ୍ଣ କମାଣ୍ଡ ପାଇଁ କାର୍ଯ୍ୟ କରୁଥିବାବେଳେ ଦ୍ୱିତୀୟ ସ୍କ୍ୱାର୍ଡନରେ ପଶ୍ଚିମବଙ୍ଗର ହାସିମାରା ବାୟୁସେନା ଷ୍ଟେସନରେ ପୂର୍ବ ମୁଣ୍ଡରେ ଯେକୌଣସି ଚୀନ୍ ବିପଦର ମୁକାବିଲା ପାଇଁ ନିୟୋଜିତ ହେବ । ଭାରତର ଆବଶ୍ୟକତା ଅନୁଯାୟୀ ରାଫେଲ ଯୁଦ୍ଧ ବିମାନରେ ଆହୁରି ଅନେକ ପରିବର୍ତ୍ତନ ଏବଂ ଉନ୍ନତି କରାଯାଇଛି । ବାୟୁସେନା ଅଧିକାରୀମାନଙ୍କୁ ଏହି ବିଶେଷତା ଉପରେ ବିଶେଷ ତାଲିମ ଦିଆଯାଇଛି । ସେମାନଙ୍କୁ କେବଳ କାର୍ଯ୍ୟକ୍ଷମ ସୂଚନା ଦିଆଯାଇ ନାହିଁ ବରଂ ରକ୍ଷଣାବେକ୍ଷଣ ଏବଂ ମରାମତି ବିଷୟରେ ମଧ୍ୟ କୁହାଯାଇଛି ।

୨୦୧୬ ମସିହାରେ ଭାରତ ସରକାର ୫୯୦୦୦ କୋଟି ଟଙ୍କାରେ ୩୬ ଟି ରାଫେ ଯୁଦ୍ଧ ବିମାନ କିଣିବା ପାଇଁ ଫ୍ରାନ୍ସ ସରକାରଙ୍କ ସହ ଏକ ଚୁକ୍ତି କରିଥିଲେ । ଏହି ବିଷୟରେ ଦେଶର ରାଜନୀତିରେ ଏକ ଭୂକମ୍ପ ହୋଇଥିଲା । ସରକାର ଏହି ବିମାନଗୁଡ଼ିକୁ ଅନ୍ତର୍ଜାତୀୟ ବଜାରଠାରୁ ଅଧିକ ମୂଲ୍ୟରେ କିଣିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଥିଲେ ।

Leave a Reply