ଚୀନର ସେଇ ନେତା,ଯିଏ ନିଜ ସହ ଝିଅଙ୍କ ଡ୍ୟାନ୍ସ ଗ୍ରୁପ ନେଇ ସରକାରୀ ଗସ୍ତରେ ଯାଉଥିଲେ ..

ମାଓ ସେ ତୁଙ୍ଗ୍ । କମ୍ୟୁନିଷ୍ଟ ଚୀନର ପ୍ରତିଷ୍ଠାତା । ଚୀନ୍ ସମ୍ରାଟଙ୍କୁ ମାଳି ଚାକରି ଦେଇଥିବା ମାଓ ସମାଜବାଦର କଥା କହୁଥିଲେ କିନ୍ତୁ ଶାସନକୁ ଆସିବା ପରେ ପାଲଟି ଯାଇଥିଲେ ଏକଛତ୍ରବାଦୀ । ମାଓଙ୍କ ମିଜାଜ୍ ରଙ୍ଗିନ ଥିଲା । ମାଓଙ୍କ ବ୍ୟକ୍ତିଗତ ଡାକ୍ତର ଲି ଝିଶୁଇ ତାଙ୍କ ପୁସ୍ତକ ‘ଦି ପ୍ରାଇଭେଟ୍ ଲାଇଫ୍ ଅଫ୍ ଚେୟାରମ୍ୟାନ୍ ମାଓ’ରେ ଏହି କମ୍ୟୁନିଷ୍ଟ୍ ଶାସକଙ୍କ ବାବଦରେ ଅନେକ ଅଜଣା କଥା ଉଲ୍ଲେଖ କରିଛନ୍ତି । ମାଓ ସବୁବେଳେ ଯୁବତୀଙ୍କ ଗହଣରେ ରହିବାକୁ ଭଲ ପାଉଥିଲେ । କିନ୍ତୁ ସେ ବ୍ୟକ୍ତିଗତ ଭାବେ ଆଦୌ ସଫାସୁତୁରା ନଥିଲେ । ଏହି କାରଣରୁ ତାଙ୍କ ସହ ରହୁଥିବା ଅନେକ ଯୁବତୀ ଯୌନରୋଗରେ ପୀଡିତ ହୋଇଥିଲେ । ସେହି ଯୁବତୀ କିମ୍ବା ସେମାନଙ୍କ ପରିବାର କେବେ ମଧ୍ୟ ମାଓଙ୍କ ବିରୋଧ କରୁନଥିଲେ କାରଣ ବିରୋଧର ଅର୍ଥ ଥିଲା ମୃତ୍ୟୁ ।

ଉତ୍ତର କୋରିଆ ଏକଛତ୍ରବାଦୀ ଶାସକଙ୍କ ଭଳି ମାଓ ଯୁଆଡେ ଯାଉଥିଲେ ତାଙ୍କ ସହ ବଛାବଛା ଯୁବତୀ ରହୁଥିଲେ । ଯୁବତୀଙ୍କ ଏହି ଗ୍ରୁପକୁ କଲଚୁରାଲ ୱାର୍କ୍ ଟ୍ରୁପ୍ କୁହାଯାଉଥିଲା । କିନ୍ତୁ ସେମାନଙ୍କ ମୁଖ୍ୟ କାମ ଥିଲା ମାଓଙ୍କୁ ଯୌନ ସୁଖ ପ୍ରଦାନ କରିବା । ପ୍ରତିଦିନ ସେମାନେ ମାଓଙ୍କ ସମ୍ମୁଖରେ ନୃତ୍ୟ କରୁଥିଲେ । ନୃତ୍ୟ ପରେ ମାଓ ଯେଉଁ ଝିଅକୁ ପସନ୍ଦ କରୁଥିଲେ ସେ ତାଙ୍କ ସହ ବେଡରୁମକୁ ଯାଉଥିଲା । ବୟସ ବଢିବା ସହ ମାଓଙ୍କ ଏହି ବଦଭ୍ୟାସ ବଢିଥିଲା ଓ ସେ ସବୁବେଳେ ଯୁବତୀଙ୍କ ଦ୍ୱାରା ଘେରି ରହିବାକୁ ପସନ୍ଦ କରୁଥିଲେ ।

ମାଓ ବିଶ୍ୱାସ କରୁଥିଲେ ଯେ, ଯୁବତୀ ମାନଙ୍କ ସହ ସଂପର୍କ ରଖିବା ଦ୍ୱାରା ତାଙ୍କ ପୌରୁଷ ଫେରି ଆସିବ । ତାଙ୍କ ବ୍ୟକ୍ତିଗତ ଡାକ୍ତର ଏନେଇ ତାଙ୍କୁ ବାରମ୍ବାର ଚେତାଇ ଥିଲେ କିନ୍ତୁ ମାଓ କିଛି ଶୁଣିନଥିଲେ । ମାଓଙ୍କ ଦ୍ୱାରା ସଂକ୍ରମଣର ଶିକାର ହୋଇଥିବା ଯୁବତୀ ମାନେ ଜୀବନ ଭୟରେ ଚୁପ ରହୁଥିଲେ । କାରଣ ସେତେବେଳେ ମାଓ ଥିଲେ ଚୀନର ସର୍ବାଧିକ ଶକ୍ତିଶାଳୀ ବ୍ୟକ୍ତି ।

mao

ଦାନ୍ତ ଘଷୁନଥିଲେ ଚୀନର ସର୍ବାଧିକ ଶକ୍ତିଶାଳୀ ବ୍ୟକ୍ତି

ମାଓ ଦାନ୍ତ ଘଷୁନଥିଲେ । ସକାଳୁ ଗରମ ଚା’ ପିଇଲେ ଦାନ୍ତ ସଫା ହେବ ବୋଲି ସେ କହୁଥିଲେ । ତାଙ୍କୁ ଡାକ୍ତର ଦାନ୍ତ ସଫା କରିବାକୁ କହିଥିଲେ ମଧ୍ୟ ଉତ୍ତର ଥିଲା ବାଘ କେବେ ଦାନ୍ତ ସଫା କରେନା । ଫଳରେ ତାଙ୍କ ମାଢି ଶଢି ଯାଇଥିଲା । କିନ୍ତୁ ମାଓ କେବେ ମଧ୍ୟ ଦାନ୍ତ ଘଷିନଥିଲେ ।

ସ୍ନାନ କରୁନଥିଲେ ମାଓ

ମାଓ ଗାଧୋଇବାକୁ ଘୃଣା କରୁଥିଲେ । ତେବେ ସୁଇମିଂ କରୁଥିଲେ । ୧୯୬୬ ମସିହାରେ ତାଙ୍କୁ ୭୦ ବର୍ଷ ହୋଇଥିଲା କିନ୍ତୁ ନିଜକୁ ଫିଟ୍ ବୋଲି ପ୍ରମାଣିତ କରିବାକୁ ସେ ଗୋଟିଏ ସୁଇମିଂ ପ୍ରତିଯୋଗୀତା ଆୟୋଜନ କରିଥିଲେ । ୟଙ୍ଗଟାଜ୍ ନଦୀରେ ଆୟୋଜିତ ଏହି ପ୍ରତିଯୋଗିତାରେ ୫୦୦୦ ପ୍ରତିଯୋଗୀ ଯୋଗ ଦେଇଥିଲେ । ମାଓ ୧୫ କିଲୋମିଟରକୁ ମାତ୍ର ୬୫ ମିନିଟରେ ପାର କରିଥିଲେ ବୋଲି ପ୍ରଚାର କରାଯାଇଥିଲା । ତେବେ ଏହାର କୌଣସି ଭିଡିଓ କେବେ ମଧ୍ୟ ଜାରି କରାଯାଇନଥିଲା ।

ଷ୍ଟାଲିନ ତାଙ୍କ ମଳମୁତ୍ର ପରୀକ୍ଷା କରିବାକୁ ଚାହୁଁଥିଲେ

ମାଓ ଯଦି ଚୀନର ଏକଛତ୍ରବାଦୀ ଶାସକ ଥିଲେ ତେବେ ଷ୍ଟାଲିନ୍ ଥିଲେ ସୋଭିଏତ ଋଷର ସର୍ବେସର୍ବା । ୧୯୪୯ ମସିହାରେ ମାଓ ଋଷ ଯାଇଥିଲେ । ମସ୍କୋରେ ପହଂଚି ମାଓ ଭାବିଥିଲେ ତାଙ୍କର ଜୋରଦାର ସ୍ୱାଗତ ହେବ । କିନ୍ତୁ ସେଠାରେ ସେ ପହଂଚିବା ପରେ ସେମିତି କିଛି ହୋଇନଥିଲା । ତାଙ୍କୁ ହୋଟେଲରେ ଛାଡି ଦିଆଯାଇଥିଲା । ହୋଟେଲରେ ଥିବା ବେଳେ ମାଓଙ୍କ ପାଖକୁ ବାରମ୍ବରା ଖାଦ୍ୟ ପଠାଯାଉଥିଲା । ମାଓ ଏହାକୁ ନେଇ ଚିଡି ଯାଇଥିଲେ । ସେ କହିଥିଲେ ଯେ,ମୁଁ ଏଠାକୁ ଖାଇବାକୁ ଆସିନାହିଁ । କିନ୍ତୁ ଷ୍ଟାଲିନଙ୍କ ପ୍ଲାନ୍ ଅଲଗା ଥିଲା ।

mao stalin

ଷ୍ଟାଲିନ୍ ବିଦେଶରୁ ଆସୁଥିବା ରାଷ୍ଟ୍ରମୁଖ୍ୟଙ୍କୁ ଅଧିକ ଖାଇବାକୁ ଦେଇ ସେମାନଙ୍କ ମଳମୁତ୍ର ପରୀକ୍ଷ କରୁଥିଲେ । ତାଙ୍କ ପ୍ଲାନ୍ ଥିଲା ଯେ, ମାଓ ବାଥରୁମ ବ୍ୟବହାର କଲେ କେଜିବି ତାଙ୍କ ମଳମୂତ୍ର ସଂଗ୍ରହ କରିବ । ଯଦି ତାଙ୍କ ମଳରେ ପୋଟାସିୟମ ଥିବ ତେବେ ମାଓ ଭୟଭୀତ ଅଛନ୍ତି ବୋଲି ଜଣା ପଡିବ ଓ ଷ୍ଟାଲିନ ତାଙ୍କ ସହ ନିଜ ହିସାବରେ ଚୁକ୍ତି କରିବେ । ମାଓ ଏବଂ ଷ୍ଟାଲିନଙ୍କ ସାକ୍ଷାତ ହୋଇଥିଲା କିନ୍ତୁ ଷ୍ଟାଲିନ ତାଙ୍କୁ ଭାଉ ଦେଇନଥିଲେ ।

Leave a Reply