ବ୍ରିଟିଶ୍ ରାଜା ପରିବାର ଉପରେ କରୋନା ଆକ୍ରମଣ, ପ୍ରିନ୍ସ ଚାର୍ଲସ ପଜିଟିଭ୍

ଲଣ୍ଡନ: କରୋନା ବିଶ୍ୱରେ ଆତଙ୍କ ଖେଳାଇ ଚାଳିଥିବା ବେଳେ ଏହାର ନୂଆ ସେଲିବ୍ରିଟି ସଂକ୍ରମିତ ହେଉଛନ୍ତି, ବ୍ରିଟିଶ ପ୍ରିନ୍ସ ଚାର୍ଲସ । ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ରାଜପରିବାର ପକ୍ଷରୁ କରାଯାଇଥିବା ଘୋଷଣାରେ ପ୍ରିନ୍ସ ଚାର୍ଲସଙ୍କ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିବା କଥାକୁ ସ୍ୱୀକାର କରାଯାଇଛି । ଚାର୍ଲସଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ରାଜ ପରିବାର ପକ୍ଷରୁ କୁହାଯାଇଛି । ୭୧ ବର୍ଷୀୟ ଚାର୍ଲସଙ୍କ ଟେଷ୍ଟ ସ୍କଟଲାଣ୍ଡରେ ହୋଇଥିଲା ।

ଚାର୍ଲସଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ପତ୍ନୀ କାମିଲାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଉଭୟ ଏବେ ସ୍କଟଲାଣ୍ଡସ୍ଥିତ ନିଜ ଘରେ ଆଇସୋଲେସନରେ ଅଛନ୍ତି । କୁହାଯାଉଛି ଯେ, କିଛିଦିନ ତଳେ ଚାର୍ଲସଙ୍କର ମୋନାକୋର ପ୍ରିନ୍ସ ଆଲବର୍ଟଙ୍କ ସହ ସାକ୍ଷାତ ହୋଇଥିଲା ।

କବିର ସିଂ ମାର୍କା ଦାଢି ରଖିଛନ୍ତି କି ? ସତର୍କ ହୋଇଯାନ୍ତୁ କାରଣ ଦାଢି ଦିଏ କରୋନାକୁ ନିମନ୍ତ୍ରଣ ! ଜାଣନ୍ତୁ କାହିଁଁକି ?

ପରେ ଆଲବର୍ଟ କରୋନା ଦ୍ୱାରା ସଂକ୍ରମିତ ବୋଲି ଜଣା ପଡ଼ିଥିଲେ । ଆଲବର୍ଟଙ୍କ ଠାରୁ ଚାର୍ଲସ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ବ୍ରିଟେନରେ ଏପର୍ଯ୍ୟନ୍ତ ୪୦୦ ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ୮୦୦୦ରୁ ଅଧିକ ଏହାଦ୍ୱାରା ସଂକ୍ରମିତ ହୋଇଛନ୍ତି ।

ଜଣେ କରୋନା ଆକ୍ରାନ୍ତ ୫୯ହଜାର ଲୋକଙ୍କୁ ସଂକ୍ରମିତ କରିପାରିବେ, ଜାଣନ୍ତୁ କେମିତି…

Leave a Reply