ରଥଯାତ୍ରା ପାଇଁ ପ୍ରସ୍ତୁତ ହେଲାଣି ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଚଳିତବର୍ଷ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତ ହେଲାଣି ଶ୍ରୀମନ୍ଦିର ପ୍ରଶାସନ | ରଥ କାଠ ପାଇଁ ଗଛକଟା ଅନୁକୂଳ କରିବାକୁ ନୟଗଡ ଅଭିମୁଖେ ଆଜି ଯାତ୍ରା କରିବ ଶ୍ରୀମନ୍ଦିର ପ୍ରଶାସନ  । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ  ୪ ଜଣିଆ ଟିମ ନୟାଗଡ଼ ଅଭିମୁଖେ ଯାତ୍ରା କରିବେ । ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ରଥ ତତ୍ୱାବଧାରକ, ରଥ ଅମିନ ଓ ଭୋଇ ସର୍ଦାର ଏହି ଅନୁକୂଳରେ ଯିବେ  ।

ସାଙ୍ଗରେ ମହାପ୍ରଭୁଙ୍କ ଲାଗି ମାଳମହାର୍ଦ, ଖଣ୍ଡୁଆ, ଧୂପ, ଦୀପ, ନଡ଼ିଆ ଭଳି ପୂଜା ସାମଗ୍ରୀ ସାଙ୍ଗରେ ନେଇ ଯିବେ | ପରମ୍ପରା ଅନୁଯାୟୀ ରଥକାଠ ପାଇଁ ଗଛ କଟାଯିବା ପୂର୍ବରୁ ଗଣିଆର ବଡରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚନା ଓ ହୋମଯଜ୍ଞ ହୋଇଥାଏ  ।  ପରେ ଆବଶ୍ୟକୀୟ ଗଛ କଟାଯାଇ ନୟାଗଡ଼ ବନବିଭାଗ  ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ପଠାଇଥାଏ । ରଥ ସହିଁତା ଅନୁଯାୟୀ ତିନି ରଥ ନିର୍ମାଣ ଲାଗି ମୋଟ  ୮୫୬ ଖଣ୍ଡ କାଠ ର ଆବଶ୍ୟକତା ରହିଥାଏ | ତେବେ ଗତବର୍ଷର ୬୯ଖଣ୍ଡ କାଠ  ଶ୍ରୀମନ୍ଦିର ପ୍ରଶାସନ ନିକଟରେ ବଳକା ରହିଥିବା ବେଳେ ବାକି ୭୯୬ ଖଣ୍ଡ କାଠ ଅଣାଯିବ ।

ସୂଚନା ଯୋଗ୍ୟ ଯେ, ଗତ ବର୍ଷ ବିଶ୍ୱପ୍ରସିଦ ରଥଯାତ୍ରା ହୋଇଥିଲେ ବି ସେଠାରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳି ନଥିଲା । କରୋନା କଟକଣା କାରଣରୁ କେବଳ ସେବୟତ, ପୂଜକ ଓ ପୋଲିସମାନେ ହିଁ ମହାପ୍ରଭୁଙ୍କ ରଥକୁ ଦର୍ଶନର ସୁଯୋଗ ପାଇଥିଲେ ଏମିତି କି ପୁରୀବାସୀଙ୍କୁ ମଧ୍ୟ ରଥ ନିକଟକୁ ଯିବାର ସୁଯୋଗ ଦିଆଯାଇ ନଥିଲା ।

Leave a Reply