ରିଲିଜ ହେଲା ସ୍ୱୟଂ ପ୍ରଭାସ ଓ ପ୍ରକୃତିଙ୍କ ଅଭିନୀତ ମ୍ୟୁଜିକ୍‌ ଭିଡ଼ିଓ ‘ବେଓ୍ୱଜା ଇସ୍କ’

ଭୁବନେଶ୍ୱର:    କେହି ଗଡ଼୍‌ଫାଦର ନାହାଁନ୍ତି, ବରଂ ନିଜକୁ ସେଲିବ୍ରିଟି ଭାବରେ ଗଢି ତୋଳିଛନ୍ତି ଯୁବ ଗାୟକ ସ୍ୱୟଂ ପ୍ରଭାସ ପାଢୀ । ତାଙ୍କ ସଙ୍ଗୀତ ସମସ୍ତଙ୍କୁ ମୁଗ୍ଧ କରିଛି । ଗତ ୨୦୨୦ରେ ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ ସ୍ୱୟଂ ପ୍ରଭାସଙ୍କ କଣ୍ଠରେ ରିଲିଜ ହୋଇଥିଲା ସଙ୍ଗୀତ ତାରୋଁ କେ ସେହେର । ଯାହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ସ୍ୱୟଂ ସୋସିଅଲ ମିଡିଆରେ ବେଶ୍‌ଆକ୍ଟିଭ୍‌। ଚଳିତ ଥର ସେ ଏକ ଗୀତ ଗାଇଛନ୍ତି ଯାହା ସମ୍ପୂର୍ଣ୍ଣ ହିନ୍ଦୀ ଭାଷାରେ ଲେଖାଯାଇଛି । ଏହି ଗୀତଟି ସମ୍ପୂର୍ଣ୍ଣ ଭାବରେ ପ୍ରକୃତି ମିଶ୍ରଙ୍କ ଉପରେ ପର୍ଯ୍ୟବେଷିତ । ଅବଶ୍ୟ ପ୍ରକୃତିଙ୍କ ବିପକ୍ଷରେ ସ୍ୱୟଂଙ୍କୁ ଦେଖିବାକୁ ମିଳିଛି । ଗୀତର ନାଁ ରହିଛି ବେଓ୍ୱଜା ଇସ୍କ । ଏହି ରୋମାଂଟିକ ଟ୍ରାକରେ ସ୍ୱୟଂ ପ୍ରଭାସଙ୍କୁ ଏକ ନୂଆ ଲୁକରେ ଦେଖିବାର ସୁଯୋଗ ପାଇବେ ଦର୍ଶକ ।

ଗୁରୁବାରକୁ ଭୁବନେଶ୍ୱରସ୍ଥିତ ଏକ ମଲରେ ଏହି ଗୀତର ସ୍କ୍ରିନିଂ ହୋଇଛି । ଏହାକୁ ତପି ମିଶ୍ର, ଅଙ୍କିତ କୁମାର, ଚିନ୍ମୟ ମିଶ୍ର, ପୁପୁଲ ଭୂୟାଁ, ଅନ୍ତରା ଚକ୍ରବର୍ତ୍ତୀଙ୍କ ଭଳି କଳାକାର ଉଭୟ ପ୍ରକୃତି ଓ ସ୍ୱୟଂଙ୍କ ଏହି ନିଆରା ପ୍ରୟାସକୁ ଖୁବ୍‌ପ୍ରଶଂସା କରିଛନ୍ତି ।

ପ୍ରକୃତି ଏବଂ ସ୍ୱୟଂଙ୍କ ଏହି ନିଆରା ପଦକ୍ଷେପକୁ ସେଲିବ୍ରିଟିଙ୍କ ସମେତ ଦର୍ଶକ ମଧ୍ୟ ବେଶ୍‌ପ୍ରଶଂସା କରିଛନ୍ତି । ଡିଜିଟାଲ ସ୍କେଚ୍‌ଫିଲ୍ମସ ଦ୍ୱାରା ପ୍ରଯୋଜିତ ଏହି ଭିଡ଼ିଓ ସଙ୍ଗ୍‌ଶୁକ୍ରବାରକୁ ୟୁଟ୍ୟୁବରେ ରିଲିଜ ହୋଇଛି ।

Leave a Reply