ପୁଣି ଲାଗିଲା ମାଓ ବିରୋଧୀ ପୋଷ୍ଟର, ଲେଖିଲେ ନିରୀହ ଆଦିବାସୀଙ୍କୁ ମିଛ କହିବା ବନ୍ଦ କର

ଲମତାପୁଟ: ମାଲକାନଗିରି ସୀମାନ୍ତ ହନୁମାଲ ଗାଁ ନିକଟରେ ମାଓ ବୋରାଧୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ମାଓବାଦୀମାନେ ବିପ୍ଲବୀ ନାମରେ ନିରୀହ ଆଦିବାସୀଙ୍କୁ ହତ୍ୟା କରୁଛନ୍ତି । ଗତ ୨୦ ତାରିଖରେ ଖଜୁରୀଗୁଡା ଗାଁର ନିରୀହ ଆଦିବାସୀ ଦାସ ଖେମୁଣ୍ଡୁଙ୍କୁ ଅତିନିର୍ମମ ଭାବରେ ହତ୍ୟା କରିଥିଲେ । ଯେଉଁ ନିରୀହ ଆଦିବାସୀମାନେ ନିଜେ ଭୋକ ଉପାସରେ ରହି ମାଓବାଦୀଙ୍କୁ ଖାଇବାକୁ ଦେଉଛନ୍ତି, ସେହିମାନଙ୍କୁ ହିଁ ମାଓବାଦୀ ହତ୍ୟା କରୁଛନ୍ତି ବୋଲି ପୋଷ୍ଟରେ ଲେଖାଯାଇଛି । ମାଓବାଦୀମାନେ ମିଛ କହିବା ବନ୍ଦ କରନ୍ତୁ, ଆଉ ଆଦିବାସୀଙ୍କୁ ବଞ୍ଚିବାକୁ ଦିଅନ୍ତୁ ବୋଲି ମାଲକାନଗିରି ବିଛିନାଞ୍ଚଳ ଉନ୍ନୟନ ସମିତି ପକ୍ଷରୁ ବିଭିନ୍ନ ସ୍ଥାନରେ ମାଓ ବିରୋଧୀ ପୋଷ୍ଟର ଲଗାଯାଇଛି ।

Swabhiman Area

ଆଜି ସକାଳେ ସ୍ୱାଭିମାନ ଅଞ୍ଚଳରେ ଏହି ମାଓବିରୋଧୀ ପୋଷ୍ଟର୍ ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ସାଧାରଣ ଲୋକଙ୍କୁ ମାଓବାଦୀମାନେ ହତ୍ୟା କରିବା ସହ ନିର୍ଯାତନା ଦେଉଥିବା ଏଥିରେ ଲେଖା ଅଛି । ୨୦୨୦ରେ ଏଯାବତ୍ ୪ ଜଣ ସାଧାରଣ ଲୋକଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି । ଏମାନେ ହେଲେ ସାଧୁ ପାଙ୍ଗି, ମଲେଶ ମୁଦୁଲି, ଦୀନବନ୍ଧୁ ସରକାର ଏବଂ ଦାସ ଖେମୁଣ୍ଡୁ ।

 

Leave a Reply