ଫିଲ୍ମ ଷ୍ଟାଇଲରେ ପୋଲିସ-ଡକାୟତ ଲଢେଇ, ବନ୍ଧୁକ ମୁକାବିଲାରେ ଢେଲା

1 min read

ବଲାଙ୍ଗିର: ଜଙ୍ଗଲ ରାସ୍ତାରେ ପୋଲିସ ଡକାୟତଙ୍କ ମଧ୍ୟରେ ଘମାସାନ ଯୁଦ୍ଧ । ଫିଲ୍ମ ଷ୍ଟାଇଲରେ ବନ୍ଧୁକକୁ ଖାତିର ନକରି ଡକାୟତଙ୍କର ସାମ୍ନା କରୁଛି ପୋଲିସ । ସ୍ଥାନୀୟ ଲୋକେ ମଧ୍ୟ ପୋଲିସକୁ ସାହାରା ଦେଇ ହାତରେ ଢ଼େଲା ଧରି ଛିଡ଼ା ହୋଇଛନ୍ତି । ଡକାୟତ ବନ୍ଧୁକ ଧରି ଫୁଟାଇ ଦେବାକୁ କହୁଥିଲେ ମଧ୍ୟ ଭୟ ନାହିଁ ପୋଲି ଅଧିକାରୀ ମାନଙ୍କର । ଡକାୟତ ମାନଙ୍କୁ ଭଲରେ ସରେଣ୍ଡର କରିବା ପାଇଁ କହୁଛି ପୋଲିସ । ହେଲେ ଶୁଣୁନାହାନ୍ତି ଡକାୟତ । ବାରମ୍ବାର ଫୁଟେଇ ଦେବାକୁ ଦେଉଛନ୍ତି ଧମକ । ଏଭଳି ଏକ ଘଟଣା ବଲାଙ୍ଗିର ଲୋଇସିଂହା ଥାନା ଅନ୍ତର୍ଗତ କୁଟାସିଂହ ଗାଁ ନିକଟସ୍ଥ ଜଙ୍ଗଲ ରାସ୍ତାରେ ଦେଖିବାକୁ ମିଳିଛି । ଡକାୟନ ମାନେ ହେଉଛନ୍ତି ଅଣଓଡ଼ିଆ ।

ସୂଚନା ଅନୁଯାୟୀ, ଜଙ୍ଗଲ ମଧ୍ୟରେ ପୋଲିସ ଏବଂ ଡକାୟତଙ୍କ ମଧ୍ୟ ଛକାପଞ୍ଝା ଚାଲିଥିଲା। ତିନିଜଣ ଡକାୟତ ହାତରେ ବନ୍ଧୁକ ଧରି ମାରିଦେବକୁ ଧମକାଇ ଥିଲେ । ହେଲେ ସାଧା ପୋଷାକରେ ଥିବା ପୋଲିସ ହାତରେ ପଥର ଧରି ସାହାସିକତା ଦେଖାଇଥିଲେ । ଜଙ୍ଗଲ ମଧ୍ୟରେ ପୋଲିସ-ଡକାୟତଙ୍କ ମଧ୍ୟରେ ଏଭଳି ଦୀର୍ଘ ସମୟ ଧରି ଚାଲିଥିଲା । ଖବର ପାଇ ଗ୍ରାମବାସୀ ମାରଣାସ୍ତ୍ର ଓ ଠେଙ୍ଗା ଧରି ଘଟଣା ସ୍ଥଳକୁ ଆସିବା ପରେ ଡକାୟତ ମାନେ ଭୟଭୀତ ହୋଇ ବନ୍ଧୁକ ଛାଡ଼ି ଦେଇଥିଲେ । ତିନି ଜଣ ଡକାୟତ ଗୁଳି ଭର୍ତ୍ତି ବନ୍ଧୁକ ଧରିଥିଲେ । ଡକାୟତ ମାନେ କୌଣସି ଅପରାଧ ଘଟାଇବା ପାଇଁ ଜଙ୍ଗଲରେ ଯୋଜନା କରୁଥିବା ବେଳେ ପୋଲିସ ସୂଚନା ପାଇ ଚଢ଼ାଉ କରିଥିଲା ।

Leave a Reply