ବିରାଟ କୋହଲୀ ଓ ତମନ୍ନା ଭାଟିଆଙ୍କ ନାଁରେ ମକଦ୍ଦମା ଚଳାଇବାକୁ ଆବେଦନ

ଚେନ୍ନାଇ: ଟିମ୍‌ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲୀ ଏବଂ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ବିରୋଧରେ ମାମଲା ରୁଜୁ ସହ ମକଦ୍ଦମା ଚଲାଇବା ପାଇଁ ମାଡ୍ରାସ ହାଇକୋର୍ଟରେ ପିଟିସନ୍ ଦାଖଲ । ଅନ୍‌ଲାଇନ୍ ଜୁଆ ଖେଳକୁ ପ୍ରୋତ୍ସାହିତ କରୁଥିବା ଦର୍ଶାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଚେନ୍ନାଇର ଜଣେ ଆଇନଜୀବୀ ତଥା ସାମାଜିକ କର୍ମୀ ଏ.ପି ସୂର୍ଯ୍ୟପ୍ରକାଶମ୍ ଏହି ପିଟିସନ୍ ଦାଖଲ କରିଛନ୍ତି । ବିରାଟ ଓ ତମନ୍ନାଙ୍କୁ ଗିରଫ କରିବା ସହିତ ଅନ୍‌ଲାଇନ୍ ଜୁଆକୁ ବ୍ୟାନ୍ କରିବାକୁ ସେ କୋର୍ଟ ନିକଟରେ ପ୍ରାର୍ଥନା କରିଛନ୍ତି । ଏଥିସହିତ ସବୁ ପ୍ରକାର ଗେମ୍ୱିଂ ଓ୍ୱେବସାଇଟ୍ ଓ ଆପସ୍‌କୁ ବନ୍ଦ କରିବାକୁ ସେ ଅନୁରୋଧ କରିଛନ୍ତି । ସେ ଆହୁରୀ କହିଛନ୍ତି ଯେ, ଯୁବପିଢ଼ି  ଅନ୍‌ଲାଇନ୍ ଜୁଆ ଖେଳ ଅଭ୍ୟାସରେ ପଡ଼ୁଛନ୍ତି । ଅନ୍‌ଲାଇନ୍ ଜୁଆ ଖେଳ ଚଳାଇଥିବା କମ୍ପାନୀ ଗୁଡ଼ିକ ବିରାଟ ଓ ତମନ୍ନାଙ୍କ ଭଳି ସେଲିବ୍ରିଟିମାନଙ୍କ ଜରିଆରେ  ଯୁବକଯୁବତୀଙ୍କ ବ୍ରେନ୍ ଓ୍ୱାସ୍ କରୁଛନ୍ତି । ସେମାନଙ୍କ ଭଳି ଷ୍ଟାରମାନେ ଏଭଳି ଓ୍ୱେବସାଇଟ ଓ ଆପସ୍ର ପ୍ରୋମସନ୍ କରୁଛନ୍ତି, ଯାହା ଏକ ଅପରାଧ ।

ସୂଚନା ଯୋଗ୍ୟ ଯେ, ଜୁଆ ଖେଳ ଭାରତରେ ବେଆଇନ୍ । ଏହା ସତ୍ତ୍ୱେ ଲୋକେ ବିଭିନ୍ନ ଅନ୍‌ଲାଇନ୍ ଆପସ୍ ଓ ଓ୍ୱେବସାଇଟ୍ ମାଧ୍ୟମରେ ଜୁଆ ଖେଳି ଧରାପଡ଼ିବାର ନଜିର ରହିଛି । ଏହାରି ମଧ୍ୟରେ ଏଭଳି କିଛି ଆପସ୍‌ର ପ୍ରୋମସନ୍ କରି ଅଡ଼ୁଆରେ ପଡ଼ିଛନ୍ତି ବିରାଟ କୋହଲୀ ଓ ତମନ୍ନା ଭାଟିଆ । ସାଧାରଣ ଜନତାଙ୍କ ମଧ୍ୟରେ ବେଶ ଲୋକପ୍ରିୟ ଏହି ସେଲିବ୍ରିଟିଙ୍କୁ ଯୁବପିଢ଼ିଙ୍କୁ ପ୍ରଭାବିତ କରିବା କ୍ଷମତା ରହିଛି । ସେମାନଙ୍କ ଏଭଳି ଆପସ୍‌ର ପ୍ରମୋସନ୍ ଯୁବପିଢ଼ିଙ୍କୁ ଭୁଲ୍ ମାର୍ଗରେ ନେଇଯିବ  । ଯାହା କୁପ୍ରଭାବ ସ୍ୱରୂପ ଏଭଳି ଜୁଆ ଖେଳି ସର୍ବସ୍ୱାନ୍ତ ହେଉଥିବା ମଧ୍ୟ ଦେଖିବାକୁ ମଳିଛି ।

Leave a Reply