ପରୀ ହତ୍ୟା ମାମଲା: SIT ହାତରେ ଲାଗିଲା ନୂଆ ପ୍ରମାଣ, ପୋଖରୀରୁ ଉଦ୍ଧାର ହେଲା ପରୀ ଲେଗିନ୍ସ

1 min read
Pari Case

ନୟାଗଡ଼: ପୋଖରୀରୁ ମିଳିଲା ପରୀର ଲେଗିନ୍ସ । SIT ହାତରେ ଲାଗିଲା ଆଉ ଏକ ପ୍ରମାଣ । ଅଭିଯୁକ୍ତ ସରୋଜ ସେଠିକୁ ଗିରଫ କରି ଜେଲ ପଠାଯିବା ପରେ ପୋଖରୀ ଉଝାଳିବାକୁ କହିଥିଲା SIT । ପୋଖରରୀ ସୁଖାଯିବା ପରେ ସେଥିରୁ ପରୀର ଲଗିନ୍ସ ଉଦ୍ଧାର କରାଯାଇଛି । ଏହି ପୋଖରୀ ଉଝାଳିବା ପାଇଁ ଓଡ୍ରାଫ୍‌ ଟିମ୍‌ ନିଯୁକ୍ତି ହୋଇଥିଲା । ଜରି ଭିତରେ ଦୁଇଟି ପଥର ସହ ଲେଗିନ୍ସ ଥିବା ଓଡ୍ରାଫ୍‌ ଅଧିକାରୀ କହିଛନ୍ତି । ସେପଟେ ଗିରଫ ପରେ ଅଭିଯୁକ୍ତ ସରୋଜ ସେଠୀକୁ ତିନି ଦିନିଆ ରିମାଣ୍ଡରେ ନେଇଛି ଏସ୍‌ଆଇଟି ।

ଜୁଲାଇ ୧୪ ଦ୍ୱିପ୍ରହର, କରୋନା ପାଇଁ ଲକ୍‌ଡାଉନରେ ଥିଲା ପୁରା ରାଜ୍ୟ । ନୟାଗଡ଼ ଯଦୁପୁର ଅଞ୍ଚଳ ମଧ୍ୟ ଲକ୍‌ଡାଉନରେ ଥିଲା । ଆଉ ସେହି ସମୟରେ ପରୀକୁ ହତ୍ୟା ପରେ ଦୁଷ୍କର୍ମ କରାଯାଇଥିଲା । ଲକ୍‌ଡାଉନ ଯୋଗୁଁ ସେ ସମୟରେ ପ୍ରାୟ ଲୋକମାନେ ଘରେ ରହୁଥିଲେ । ତେଣୁ ଘଟଣାଦିନ କାହା ଘରେ କିଏ କିଏ ଥିଲେ, ସମସ୍ତଙ୍କ ଘର ଘର ବୁଲି ଟିକିନିଖି ଯାଞ୍ଚ କରିଥିଲା SIT । ପୂରା ଗାଁ ତଦନ୍ତରେ ସହଯୋଗ କରିଥିଲା । ସେଥିରୁ ଜଣାପଡ଼ିଥିଲା ଯେ ସେଦିନ ସରୋଜ ଘରେ ଏକା ଥିଲା । ତେଣୁ ତା’ ଉପରେ ସନ୍ଦେହ କରିଥିଲା SIT ।

ଖାଲି ସେତିକି ନୁହେଁ । ସରୋଜ ଭଉଣୀର ଫୋନକୁ ତନ ତନ କରି ଯାଞ୍ଚ କରିଥିଲା SIT । ଯାଞ୍ଚ ପରେ ଜଣାପଡ଼ିଥିଲା ଘଟଣା ପୂର୍ବ ଦିନ ରାତିସାରା ସେ ମୋବାଇଲରେ ନାବାଳିକା ବଳାତ୍କାର ଓ ହତ୍ୟା ଖବର ଦେଖିଥିଲା । ଅନ୍ୟପଟେ ପ୍ରଥମେ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ଅରାଜି ହୋଇଥିଲା ସରୋଜ । ଫଳରେ SITର ସନ୍ଦେହ ଅଧିକ ଘନିଭୂତ ହୋଇଥିଲା ।

ଘଟଣାଦିନ ଜାମୁକୋଳି ଖାଇବାକୁ ଯାଇଥିଲା ପରୀ । କୋଳି ଦେବାକୁ କହି ଘରକୁ ଡାକିଥିଲା ଅଭିଯୁକ୍ତ । କୋଳି ଦେବା ବଦଳରେ  ସେ ଘର ଭିତରେ ପରୀ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା । ହେଲେ ସେ ଚିତ୍କାର କରିବାରୁ ଭୟରେ ତା’ର ତଣ୍ଟି ଚିପି ହତ୍ୟା କରିଥିଲା ସରୋଜ । ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ସେ ଅଖା ବସ୍ତାରେ ମୃତ ଦେହ ଭର୍ତ୍ତି କରିଥିଲା । ଏଥିସହିତ ମୃତଦେହ ସହ ପରୀ ପିନ୍ଧିଥିବା ଫ୍ରକକୁ ମଧ୍ୟ ଅଖାରେ ପୂରାଇଥିଲା ।

Leave a Reply