ପରୀ ମୃତ୍ୟୁ ମାମଲା: ଆତ୍ମାହୁତି ଦେବାକୁ ପ୍ରବର୍ତ୍ତାଇଥିବା ଲକ୍ଷ୍ମୀପ୍ରସାଦର ସରପଞ୍ଚଙ୍କ ବିରୋଧରେ ବିଭିନ୍ନ ଥାନାରେ ରହିଛି ବହୁ ଫୌଜଦାରୀ ମାମଲା

1 min read

ଭୁବନେଶ୍ୱର: ବିଧାନସଭା ଆଗରେ ପରୀର ବାପା ଓ ମା’ଙ୍କୁ ଆତ୍ମାହୁତି ଦେବାକୁ ପ୍ରବର୍ତ୍ତାଇବାଠୁ ଆରମ୍ଭ କରି ମନ୍ତ୍ରୀଙ୍କ ସହ କଥାବାର୍ତ୍ତାର ଅଡିଓ ଭାଇରାଲ କରିବା ପର୍ଯ୍ୟନ୍ତ ବିଭିନ୍ନ ଘଟଣା ଏବେ ପରୀ ମାମଲା ସହ ଯୋଡ଼ି ହୋଇଛି । ଆଉ ଏହି ଘଟଣାକୁ ଘଟାଇଛନ୍ତି ଲକ୍ଷ୍ମୀପ୍ରସାଦର ସରପଞ୍ଚ । ଖବର ନେବାରୁ ଜଣାପଡିଛି ଯେ, ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କ ବିରୋଧରେ ବିଭିନ୍ନ ଥାନାରେ ରହିଛି ବହୁ ଫୌଜଦାରୀ ମାମଲା । ଏପରିକି ଅନ୍ୟମାନଙ୍କ ବିରୋଧରେ ମିଛ ମାମଲା କରିବା ଭଳି ଅଭିଯୋଗ ମଧ୍ୟ ରହିଛି ।

ତାଙ୍କ ନାଁରେ ୨୦୧୬ ମସିହାରେ ନୟାଗଡ ଥାନାରେ ୨୯୪, ୩୪୧, ୩୫୪-କ, ୩୨୩, ୩୪ ଭଳି ଦଫାରେ ମାମଲା ହୋଇ ଅଭିଯୋଗଫର୍ଦ୍ଦ ଦାଖଲ ହୋଇଛି । ୨୦୧୮ରେ ପୁଣି ଏକ ମାମଲାରେ ତାଙ୍କ ବିରୋଧରେ ୩୪୧, ୩୨୩, ୩୭୯, ୨୯୪, ୫୦୬ ଦଫାରେ ନୟାଗଡ ଥାନାରେ ମାମଲା ହୋଇଥିଲା ।

ସେହିଭଳି ୨୦୧୯ ଓ ୨୦୨୦ ମସିହାରେ ମଧ୍ୟ ସଦର ଥାନା ଓ ନୟାଗଡ଼ ଥାନାରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି । ସୌମ୍ୟ ରଂଜନ ପ୍ରଧାନ ୨୦୧୯ରେ ଥାନାରେ ମିଛ ଅଭିଯୋଗ କରିଥିଲେ ଯେ, ତାଙ୍କ ପ୍ରତିପକ୍ଷ ତାଙ୍କ ଘର ଉପରକୁ ବୋମା ପକାଇଥିଲେ । କିନ୍ତୁ ତଦନ୍ତ ବେଳେ ଏହା ମିଛ ଅଭିଯୋଗ ଥିଲା ବୋଲି ଧରା ପଡିଥିଲା ।

Leave a Reply