ମାଙ୍କଡ଼ ଶିକାର ! ୩୦ ମାଙ୍କଡ଼କୁ ବିଷ ଦେଇ ମାରିବା ପରେ ଅଖାରେ ବାନ୍ଧି ଫିଙ୍ଗିଦେଲେ

Over 30 monkeys poisoned to death, stuffed in gunny bags

ହାଇଦ୍ରାବାଦ: ହାତୀ, ବାଘ ଶିକାର କଥା ତ ଆପଣ ଶୁଣିଥିବେ ନିଶ୍ଚୟ । କେବେ ଭାବିଛନ୍ତି କି ମାଙ୍କଡ଼କୁ କେହି କେବେ ଶିକାର କରିବ । ଯଦି କରିବ ତେବେ କାହିଁକି ? ହାତୀ ଭଳି ମାଙ୍କଡ଼ ଦାନ୍ତ ବିକ୍ରି ହେବ ନା ବାଘ ଛାଲ ଭଳି ଦାମ୍ ହେବ ମାଙ୍କଡ଼ ଛାଲର । ଏସବୁ ଛାଡ଼ନ୍ତୁ କାଣି କଉଡ଼ିଟିଏ ବି ହେବନି ମାଙ୍କଡ଼ ଶିକାର କଲେ । ତେବେ, କିଏ ଓ କାହିଁକି ମାରିଦେଲା ୩୦ ମାଙ୍କଡ଼କୁ । ଏବେ ଏ ପ୍ରଶ୍ନର ଉତ୍ତର ଖୋଜୁଛି ବନ ବିଭାଗ ।

Over 30 monkeys poisoned to death, stuffed in gunny bags

ତେଲଙ୍ଗାନା ମହାବୁବାବାଦ ଜିଲ୍ଲାରେ ଏକ ବ୍ୟାଗରୁ ୩୦ଟି ମାଙ୍କଡ଼ ମୃତଦେହ ମିଳିଛି । ସମସ୍ତ ମାଙ୍କଡ଼କୁ ବିଷ ଦେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ବନ ବିଭାଗ ଓ ପୋଲିସ ଘଟଣାର ତଦନ୍ତ କରୁଛି । ମାଙ୍କଡ଼ଙ୍କ ମୃତଦେହ ଭର୍ତ୍ତି ବ୍ୟାଗଟି ସାନିଗାପୁରମ ଗାଁ ନିକଟ ପାହାଡ଼ରୁ ମିଳିଛି । ମୃତଦେହ ଗୁଡ଼ିକ ପଚିଶଢ଼ି ଯାଇଥିବାରୁ ଶବ ବ୍ୟବଚ୍ଛେଦ ସମ୍ଭବ ହୋଇପାରି ନଥିବା ବନ ବିଭାଗ କହିଛି ।

Over 30 monkeys poisoned to death, stuffed in gunny bags

୩୦ ମାଙ୍କଡ଼ କେମିତି ମଲେ ତା’ର ତଦନ୍ତ ଚାଲିଛି । ପୋଲିସ ଓ ବନ ବିଭାଗ ଆଖପାଖ ଗାଁ ଲୋକଙ୍କୁ ପଚାରଉଚରା କରୁଛି । ଅନୁମାନ କରାଯାଉଛି ମାଙ୍କଡ଼ମାନଙ୍କୁ ଖାଇବାରେ କେହି ବିଷ ଦେଇ ମାରି ଦେଇଛି । ତେବେ, କିଏ ଏଭଳି କରିଛି ଏଯାବତ୍ ଜଣାପଡ଼ିନାହିଁ । କୌଣସି ଚାଷୀ ଫସଲକୁ ମାଙ୍କଡ଼ ଉତ୍ପାତରୁ ରକ୍ଷା କରିବା ପାଇଁ ଏଭଳି କରିଛନ୍ତି କି ? ସେ ଦିଗରେ ବନ ବିଭାଗ ଅନୁସନ୍ଧାନ କରୁଛି ।

Leave a Reply