୭ ଦିନରେ ୮୯୪ ଶିଶୁଙ୍କୁ ଉଦ୍ଧାର କଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ନିଖୋଜ ଶିଶୁ ଉଦ୍ଧାର ମିଶନ ଦ୍ୱାରା ୮୯୪ ନିଖୋଜ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ମାତ୍ର ୭ ଦିନରେ ଏହି ଶିଶୁଙ୍କୁ ଉଦ୍ଧାର କରାଯିବା ଓଡ଼ିଶା ପୋଲିସର ଏକ ଉଲ୍ଲଖେନୀୟ କାର୍ଯ୍ୟ ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି । ଏହି ଶିଶୁଙ୍କ ଭିତରୁ ୮୦୦ ଜଣ ଝିଅ ହୋଇଥିବା ବେଳେ ୯୪ ଜଣ ପୁଅ ଅଛନ୍ତି ।

Odisha Police Rescued 894 Missing Child In A Week

ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ଅଭୟ କହିଛନ୍ତି, ବିଭିନ୍ନ ସମୟରେ ରାଜ୍ୟରେ ଦାଏର ହୋଇିଥିବା ନିଖୋଜ ଶିଶୁଙ୍କ ସମ୍ପର୍କିତ ରିପୋର୍ଟକୁ ଆଧାର କରାଯାଇ ଏହି ମିଶନ ହାତକୁ ନିଆଯାଇଥିଲା । ରାଜ୍ୟର ବିଭିନ୍ନ ଥାନାରେ ଏଥିଲାଗି ସ୍ୱତନ୍ତ୍ର ସ୍କାଡ୍ ଗଠନ କରାଯାଇଥିଲା । ଜାନୁୟାରୀ ୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ମିଶନ ୨୫ ତାରିଖ ଯାଏ ଚାଲିଥିଲା ।

ଏହି ସମୟ ଭିତରେ ୮୩୪ଟି ମାମଲାର ତଦନ୍ତ କରାଯାଇଥିଲା । ଉଦ୍ଧାର କରାଯାଇଥିବା ଶିଶୁଙ୍କ ଭିତରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୧୨୭ ଜଣଙ୍କୁ ଉଦ୍ଧାର କରାଯାଇଛି । ସେହିପରି ଭାବେ ମୟୂରଭଞ୍ଜରେ ୧୧ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବାଲେଶ୍ୱରରେ ୮୮ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇ ଥିବା ଡିଜି ପୋଲିସ ସୂଚନା ଦେଇଛନ୍ତି ।

Leave a Reply