ଓଡ଼ିଶା ମୋ ପରିବାର ଓ ବିଧାୟକଙ୍କ ସହଯୋଗରେ ଚେନ୍ନାଇରୁ ଫେରିଲା ମୃତଦେହ

1 min read
Odisha-Mo Parivar Helped To Bring Back Body Of Migrant Worker

ନବରଙ୍ଗପୁର: ଓଡ଼ିଶା ମୋ ପରିବାର ସହଯୋଗରେ ଫେରିଲା ଦାଦନଙ୍କ ମୃତଦେହ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ହିର୍ଲାଗୁଡ଼ା ଗାଁର କେତନ ହରିଜନ ସୁଦୂର ଚେନ୍ନାଇକୁ କାମ କରିବାକୁ ସାଙ୍ଗମାନଙ୍କ ସହ ଯାଇଥିଲେ । ହେଲେ କୌଣସି କାରଣବଶତଃ ସାଙ୍ଗ ମାନଙ୍କ ମଧ୍ଯରେ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସାଙ୍ଗ ବନମାଳି, କେତନକୁ ଗଳାକାଟି ହତ୍ୟା କରିଥିଲେ । ପରିବାର ଲୋକ ମୃତଦେହ ଗାଁକୁ ଆଣିବାରେ ଅସମର୍ଥ ହେବାରୁ ସହଯୋଗର ହାତ ବଢାଇଥିଲେ ଓଡ଼ିଶା ମୋ ପରିବାର ଏବଂ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ।

Odisha-Mo Parivar Helped To Bring Back Body Of Migrant Worker

ମିଳିତ ପ୍ରୟାସରେ କେତନଙ୍କ ମରଶରୀରକୁ ହିର୍ଲାଗୁଡ଼ା ଅଣାଯାଇଛି । ପରିବାର ଲୋକ ଏବଂ ଗ୍ରାମବସୀ ଓଡ଼ିଶା ମୋ ପରିବାର ଏବଂ ବିଧାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ସୁଦୂର ଚେନ୍ନାଇକୁ କାମ କରିଯାଇଥିବା କେତନ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ମୃତଦେହ ଫେରାଇ ଆଣିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ଥିଲା । ଏହା ପରେ ଗାଁର ଯୁବକମାନେ ମୃତଦେହ କେମିତି ଆସିବ ଚିନ୍ତା କରି ନବରଙ୍ଗପୁର ବିଧାୟକଙ୍କୁ ଭେଟିଥିଲେ । ବିଧାୟକ, ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ସହିତ କଥା ହୋଇ ମୃତଦେହ ଆଣିବା ନେଇ ଓଡ଼ିଶା ମୋ-ପରିବାର ଅଧ୍ୟକ୍ଷ ଅରୂପ ପଟ୍ଟନାୟକଙ୍କ ସହିତ ଯୋଗାଯୋଗ କରିଥିଲେ ।

Odisha-Mo Parivar Helped To Bring Back Body Of Migrant Worker

ଏହାପରେ କେତନଙ୍କ ମୃତଦେହକୁ ଚେନ୍ନାଇରୁ ଆଣିବା ପାଇଁ ଆରମ୍ଭ ହୋଇଥିଲା ପ୍ରୟାସ । ଆଜି କେତନଙ୍କ ଶବ ନିଜ ଗାଁ ହିର୍ଲାଗୁଡ଼ାରେ ପହଞ୍ଚିଛି । ମୃତଦେହ ପହଞ୍ଚିବା ପରେ ଗ୍ରାମବାସୀ ଏବଂ ପରିବାର ସଦସ୍ୟ, ଓଡ଼ିଶା ମୋ ପରିବାର ଏବଂ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ କେତନଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ।

Leave a Reply