ଓଡ଼ିଶା ସାମୁଦ୍ରିକ ପରିଷଦ ବିଧେୟକ-୨୦୨୦ ପାରିତ

1 min read
Odisha Assembly Adjourned Before 5 Days Of Scheduled Of Budget Session

ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ଓଡ଼ିଶା ସାମୁଦ୍ରିକ ପରିଷଦ ବିଧେୟକ-୨୦୨୦ । ଏହା ଦ୍ୱାରା ମାରିଟାଇମ୍ ବୋର୍ଡ ଗଠନ ହେବ । ଏଥିରେ ୧୨ ଜଣ ସଭ୍ୟ ରହିବେ । ମୁଖ୍ୟ ଶାସନ ସଚିବ ଏହାର ଅଧକ୍ଷ ରହିବେ । ସଦସ୍ୟ ସଚିବ ରହିବେ ଶିଳ୍ପ ଓ ବାଣିଜ୍ୟ ପରିବହନ ସଚିବ, ରାଜସ୍ୱ ସଚିବ ରହିବେ । ନୌସେନାର ଜଣେ ପ୍ରତିନିଧି ମଧ୍ୟ ସଦସ୍ୟ ରହିବେ । ବନ୍ଦର କ୍ଷେତ୍ରରେ ଦକ୍ଷତା ଥିବା ଜଣେ ବିଶେଷଜ୍ଞ ରହିବେ ।

ଏହି ବୋର୍ଡ ପିପିପି ମୋଡରେ ବନ୍ଦର, ବିକାଶ, ନିର୍ମାଣ, ରକ୍ଷାଣବେକ୍ଷଣ, ଜାହାଜ ଚଳାଚଳ, ମାଲ ପରିବହନ ତଳ ପଥର ଉନ୍ନତି କରଣ କାର୍ଯ୍ୟ କରିବ । ସମନ୍ୱିତ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବ ବୋର୍ଡ । ବୋର୍ଡ ନିୟମ ଖିଲାପ କରି କାର୍ଯ୍ୟ କରୁଥିବା ନେଇ ଅନୁଭବ ହେଲେ ଏହାକୁ ରାଜ୍ୟ ସରକାର ଭାଙ୍ଗି ପାରିବେ । ୧୪ଟି ଅଣ ବୄହତ ବନ୍ଦର ପାଇଁ ସ୍ଥାନ ଚିହ୍ନଟ ହୋଇଛି ।

ଧାମରା, ଗୋପାଳପୁର ବନ୍ଦର କାର୍ଯ୍ୟକ୍ଷମ ହୋଇଥିବା ବେଳେ ଅସ୍ତରଙ୍ଗ ଓ ସୁବର୍ଣ୍ଣରେଖାରେ କାମ ଚାଲିଛି । ଧାମରାରୁ ୪୦୦ କୋଟି ଟଙ୍କା ଓ ଗୋପାଳପୁରରୁ ୧୦୦ କୋଟି ଟଙ୍କା ରାଜସ୍ୱ ଆସୁଛି । ବିଲକୁ ବିଜେପି ସମର୍ଥନ କରିଥିବା ବେଳେ କିଛି ଅଂଶ ସଂଶୋଧନ ଦାବି କରିଥିଲା । କଂଗ୍ରେସ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲା ।

Leave a Reply