କୋଭିଡ୍ ଟିକାକରଣରେ ଓଡ଼ିଶାକୁ ସଫଳତା, ସାରା ଦେଶରେ ତୃତୀୟ

1 min read

ଭୁବନେଶ୍ୱର (ସୁଶାନ୍ତ କୁମାର ସାହୁ): ରାଜ୍ୟରେ କୋଭିଡ୍ ଟିକାକରଣ ଜାରି ରହିଛି । ଆଜି ମୋଟ୍ ୧୯୪ଟି ସାଇଟରେ ଟିକା ଦିଆଯାଇଥିବା ବେଳେ ୧୩ଟିରେ ଦିଆଯାଇଛି କୋଭାକ୍ସିନ୍ । ୧୯୪ଟି ସାଇଟ୍ ମଧ୍ୟରୁ ୧୫୭ଟିରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିବା ବେଲେ ୩୭ଟିରେ ଆଗ ଧାଡ଼ିର କର୍ମଚାରୀଙ୍କୁ ଟିକା ଦିଆଯାଇଛି । ଆଜି ଦିନକରେ ୧୯ ହଜାର ୧୦୦ ଜଣ କୋଭିଡ୍ ଟିକା ନେଇଛନ୍ତି । ସେଥି ମଧ୍ୟରୁ ୮୬୦ ଜଣ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍, ୧୪ ହଜାର ୭୨୮ ଜଣ ସ୍ୱାସ୍ଥ୍ୟ କର୍ମୀ ଦ୍ୱିତୀୟ ଡୋଜ୍ ଓ ୩ ହଜାର ୫୧୨ ଜଣ ଆଗ ଧାଡ଼ି କର୍ମଚାରୀ ଟିକା ନେଇଛନ୍ତି ।

Odisha Has Successfully Administered More Than 5 Lakh Doses of COVID19 vaccine

ଆଜି ଟିକା ନେଇଥିବା ଜଣଙ୍କ ଶରୀରରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଛି । ଆଜିକୁ ମିଶାଇ ରାଜ୍ୟରେ ୫ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ ଓ ଆଗ ଧାଡ଼ିର କର୍ମଚାରୀ କୋଭିଡ୍ ଟିକା ନେଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ପ୍ରଥମ ଓ ଦ୍ୱିତୀୟ ଡୋଜକୁ ମିଶାଇ ଏଯାବତ୍ ରାଜ୍ୟରେ ୫ ଲକ୍ଷ ୧ ହଜାର ୭୧୩ ଜଣ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା କୋଭିଡ୍ ଟିକା ନେଇଥିବା ଜଣାପଡ଼ିଛି ।

୩ ଲକ୍ଷ ୩୮ ୭୦୦ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ପ୍ରଥମ ଡୋଜ୍ ଟିକା ୨ ଲକ୍ଷ ୯୦ ହଜାର ୪୭ ଜଣ ଅର୍ଥାତ୍ ୮୫.୬ ପ୍ରତିଶତ ନେଇଛନ୍ତି । ସେହିଭଳି ଦ୍ୱିତୀୟ ଡୋଜ୍ ଟିକା ୬୮ ହଜାର ୧୨୯ ଜଣ ନେଇଥିବା ଜଣାପଡ଼ିଛି । ମୋଟ ୨ ଲକ୍ଷ ୪ ହଜାର ୪୬୯ ଜଣ ସମ୍ମୁଖ ବା ଆଗଧାଡ଼ିର କର୍ମଚାରୀଙ୍କ ମଧ୍ୟରୁ ପ୍ରଥମ ଡୋଜ୍ କୋଭିଡ୍ ଟିକା ୧ ଲକ୍ଷ ୪୩ ହଜାର ୫୩୭ ଜଣ ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ପ୍ରଥମ ଡୋଜ୍ ଟିକାକରଣରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଛି ।

Leave a Reply