ଅତ୍ୟାବଶ୍ୟକୀୟ ସାମଗ୍ରୀର ନିରବଚ୍ଛିନ୍ନ ପରିବହନ ପାଇଁ ସରକାରଙ୍କ ପଦକ୍ଷେପ

1 min read

ଭୁବନେଶ୍ୱର: କରୋନା ପାଇଁ ଦେଶରେ ଲକ୍ ଡାଉନ୍ । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇବାକୁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ବଢ଼ି ଚାଲିଛି । ଆବଶ୍ୟକୀୟ ସାମଗ୍ରୀର ନିରନ୍ତର ପରିବହନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ପଦକ୍ଷେପମାନ ଗ୍ରହଣ କରିଛନ୍ତି । ସଡ଼କ ପରିବହନ ଓ ହାଇୱେ ମନ୍ତ୍ରାଳୟ ଦେଶର ସମସ୍ତ ଟୋଲ୍ ପ୍ଲାଜାରେ ଟୋଲ ଆଦାୟକୁ ସ୍ଥଗିତ ରଖିଛି । ଫଳରେ ବିଭିନ୍ନ ଟୋଲ୍ ପ୍ଲାଜା ଦେଇ ଅତ୍ୟାବଶ୍ୟକୀୟ ସାମଗ୍ରୀ ନେଇ ଆସୁଥିବା ଗାଡ଼ି ଆଉ ଅଟକିବ ନାହିଁ । ଏନେଇ ସଡ଼କ ପରିବହନ ଓ ହାଇୱେ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀର ପରିବହନକୁ କଟକଣା ମୁକ୍ତ କରିବାକୁ ରାଜ୍ୟ ସରକାର ବରିଷ୍ଠ ଅଧିକାରୀଙ୍କୁ କୋଅର୍ଡିନେଟର ଭାବେ ନିଯୁକ୍ତ କରିଛନ୍ତି । ହୋଲସେଲ୍ ଓ ରିଟେଲ କ୍ଷେତ୍ରରେ ଜରୁରୀ ସାମଗ୍ରୀ ପରିବହନ ଓ ଯୋଗାଣର ତଦାରଖ ପାଇଁ ଏହି ପଦକ୍ଷେପ ନିଆଯାଇଛି ।

Goods & Services Coordinator Contact Details
ଶିଳ୍ପ ଓ ଖଣିଜ, ମେଡିକାଲ ଓ ହେଲଥ କେୟାର ହେମନ୍ତ ଶର୍ମା, ଶିଳ୍ପ ସଚିବ 0674-2536640/2391384

9438907001/9437062602

indsec.or@nic.in

ଟେଲିକମ ଓ ଆଇଟି/ଟିଇସି, କେବୁଲ ଓ ଡିଟିଏଚ୍ ମନୋଜ ମିଶ୍ର, ସଚିବ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା 0674- 2567584

itsec.or@nic.in

ଖାଦ୍ୟ (ପନିପରିବା, କ୍ଷୀର, ମାଛ) ପେଟ୍ରୋଲିୟମ ଓ ଏଲପିଜି ସୁରେନ୍ଦ୍ର କୁମାର, ସଚିବ, ଜଳ ସମ୍ପଦ 0674-2536764/2323014

9437152002

wrsec.or@nic.in/ surendrakumar1966@nic.in

କୃଷି, ଉଦ୍ୟାନ କୃଷି, ମଞ୍ଜି, ଯନ୍ତ୍ରପାତି ଇତ୍ୟାଦି ସୌରଭ ଗର୍ଗ, ସଚିବ, କୃଷି 0674-2391325

9868833666

agrsec.or@nic.in

ବିଦ୍ୟୁତ୍, ପାଣି ଓ ମ୍ୟୁନିସିପାଲ ସେବା ଜି. ମଥିଭାଥନନ୍, ସଚିବ, ଗୃହ ଓ ନଗର ଉନ୍ନୟନ 0674- 2590771/ 2397622

9437095067

udsec.or@nic.in

କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପ୍ରେସମିଟ୍

ଏହି ସବୁ ଜରୁରୀ ସାମଗ୍ରୀ ପରିବହନ ବେଳେ କୌଣସି ଅସୁବିଧା ହେଲେ ଉପରୋକ୍ତ ଅଧିକାରୀ ମାନଙ୍କ ସହାୟତା ନେଇପାରିବେ । ଆଉ ସମସ୍ତ ସଚିବ ପ୍ରତିଦିନ ମୁଖ୍ୟ ଶାସନ ସଚିବଙ୍କୁ ସନ୍ଧ୍ୟା ୬ଟାରେ ଆବଶ୍ୟକୀୟ ସାମଗ୍ରୀ ପରିବହନ ନେଇ ରିପୋର୍ଟ ଦେବେ ।

Leave a Reply