ଅଭାବନୀୟ ଚିତ୍ର, ଆମ୍ବୁଲାନ୍ସ ଆସି ମଧ୍ୟ ନେଲାନି ରୋଗୀଙ୍କୁ ! ନେହୁରା ହେଉଥିଲା ପୁଅ ଚାଲିଗଲା ବାପାର ଜୀବନ…

1 min read
Odisha News Berhampur

ବ୍ରହ୍ମପୁର: କରୋନା ସଂକଟରେ ବ୍ରହ୍ମପୁର ଆସିଛି ଏକ ଅଭାବନୀୟ ଚିତ୍ର । ଯେଉଁଠି ଗୁରୁତର ବାପାଙ୍କୁ ହସପିଟାଲ୍‌ ନେବାକୁ ନେହୁରା ହେଉଛି ଜଣେ ୯ ବର୍ଷର ପୁଅ । ହେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମନମାନି ଆଗରେ ଚାଲି ଯାଇଛି ବାପାର ଜୀବନ । ଯଦିଓ ଘର ଆଗକୁ ଆମ୍ବୁଲାନ୍ସ ଆସିଲା, ମାତ୍ର ରୋଗୀଙ୍କୁ ନେବାକୁ ମନା କରିଦେଲା ।

  

ନିୟମର ଦ୍ୱାହି ଦେଇ ମୁହଁ ଫେରାଇ ନେଇଥିଲେ ଆମ୍ବୁଲାନ୍ସ କର୍ମଚାରୀ । ପରିବାର ଲୋକଙ୍କଠୁ ଆରମ୍ଭ କରି ସାହି ପଡ଼ିଶା ସମସ୍ତଙ୍କ ନେହୁରା ପରେ ବି ଶୁଣିନଥିଲେ । ଆଜି ପୁରୁଣା ବ୍ରହ୍ମପୁର ଅଞ୍ଚଳର ମନୋଜ ପ୍ରହରାଜ ମଧୁମେହ ରୋଗରେ ଆକ୍ରାନ୍ତ ଥିବା ବେଳେ, ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ । ମେଡିକାଲ ନେବାକୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସ ମଧ୍ୟ ସମୟରେ ପହଞ୍ଚିଥିଲା । ମାତ୍ର କରୋନା ସନ୍ଦେହରେ ରୋଗୀଙ୍କୁ ନେବାକୁ ସଫା ସଫା ମନା କରିଦେଇଥିଲେ ।

ଆମ୍ବୁଲାନ୍ସ କର୍ମଚାରୀଙ୍କ ଆଗରେ ହିଁ ରୋଗୀ ପ୍ରାଣ ହରାଇଥିଲେ । ହୁଏତ ୧୦୮ ଆମ୍ବୁଲାନ୍ସ ପାଇଁ ନିୟମ ଥାଇ ପାରେ ହେଲେ ମାନବିକତାକୁ କିଭଳ ଜଣେ ବଳି ପକାଇ ପାରିବ । ଏଠି ପ୍ରଶ୍ନ 108 ଆମ୍ବୁଲାନ୍ସ କର୍ମଚାରୀଙ୍କ ଏ କି ବ୍ୟବହାର ? ଆମ୍ବୁଲାନ୍ସ ବ୍ୟବସ୍ଥା କାହା ପାଇଁ ? ଗୁରୁତର ରୋଗୀଙ୍କୁ ଯଦି ନେବେନି ତ କାହାକୁ ନେବ ?

ସେପଟେ ଏ ସମ୍ବେଦନଶୀଳ ଘଟଣା ପରେ ଜିଲ୍ଲା ପ୍ରଶାସନ କଡ଼ା ନିର୍ଦ୍ଦେଶନାମା ଜାରି କରିଛି । ଜରୁରୀକାଳୀନ ସ୍ଥିତିରେ ୧୦୮ ଏବଂ ୧୦୪ ଆମ୍ବୁଲାନ୍ସ ବି କରୋନା ସନ୍ଦିଗ୍ଧଙ୍କୁ ମେଡିକାଲ୍‌ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଂଜାମ ଜିଲ୍ଲାପାଳ । କୋଭିଡ୍‌ ନିୟମ ଅନୁସାରେ ଏହାର ପ୍ରାବଧାନ ଥିବା ଜିଲ୍ଲାପାଳ କହିଛନ୍ତି । ସେହିପରି ଆମ୍ବୁଲାନ୍ସ ଗୁଡ଼ିକରେ ପିପିଇ କିଟ୍‌ ଉପଲବ୍ଧ କରାଇବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କରୋନା ସଂକଟରେ ବ୍ରହ୍ମପୁର ଆସିଛି ଏକ ଅଭାବନୀୟ ଚିତ୍ର ।

#ହଜିଗଲା_ମାନବିକତାକରୋନା ସଂକଟରେ ବ୍ରହ୍ମପୁରରୁ ଆସିଛି ଏକ ଅଭାବନୀୟ ଚିତ୍ର । ଯେଉଁଠି ଗୁରୁତର ବାପାଙ୍କୁ ହସ୍‌ପିଟାଲ ନେବାକୁ ନେହୁରା ହେଉଛି ଜଣେ ୯ବର୍ଷ ପୁଅ । ହେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମନମାନି ଆଗରେ ଚାଲି ଯାଇଛି ବାପାର ଜୀବନ । ଯଦିଓ ଘର ଆଗକୁ ଆମ୍ବୁଲାନ୍ସ ଆସିଲା, ମାତ୍ର ରୋଗୀଙ୍କୁ ନେବାକୁ ମନା କରିଦେଲା । ନିୟମର ଦ୍ୱାହି ଦେଇ ମୁହଁ ଫେରାଇ ନେଇଥିଲେ ଆମ୍ବୁଲାନ୍ସ କର୍ମଚାରୀ । #NandighoshaTV #108Ambulance #CoronaVirus

Nandighosha TV यांनी वर पोस्ट केले सोमवार, २७ जुलै, २०२०

Leave a Reply