ରାଜ୍ୟରେ କରୋନା ଅଟକାଇ ପାରିନି ପୁଞ୍ଜି ନିବେଶ

Odisha Attracts Investor During Corona Lockdown

ଭୁବନେଶ୍ୱର: କରୋନାରେ ସର୍ବାଧିକ କ୍ଷତି ସହିଛି ଅର୍ଥ ବ୍ୟବସ୍ଥା । ହେଲେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଯୋଗୁ କରୋନା ସତ୍ତ୍ୱେ ରାଜ୍ୟରେ ୧ ଦଶମିକ ୧୯ ଲକ୍ଷ କୋଟିର ନିବେଶ ହୋଇଛି । ଏଥିସହ କୃଷିରେ ଦେଶର ଅଭିବୃଦ୍ଧି ହାରଠାରୁ ବି ଢେର ଆଗରେ ଓଡ଼ିଶା ରହିଥିବାରୁ ମହାମାରୀ ସମୟରେ ନିଯୁକ୍ତିର ଆଶା ସଞ୍ଚାର ହୋଇଛି । ଇଜ ଅଫ ଡୁଇଂ ବିଜନେସରେ ଓଡ଼ିଶାକୁ ମିଳିଛି ସ୍ୱତନ୍ତ୍ର ପରିଚୟ ।

Odisha Attracts Investor During Corona Lockdown

ମାର୍ଚ୍ଚରୁ କେଉଁଠି ଲକଡାଉନ୍ ତ କେଉଁଠି ସଟଡାଉନ୍ । ମାଡ଼ ଖାଇଲା ଆର୍ଥିକ ସ୍ଥିତି । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଚାଲିଛି ପୁଞ୍ଜିନିବେଶ । ଫେବୃଆରୀରୁ ୧.୧୯ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ଗତକାଲି ୪୬୪.୭୨ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର । ଯାହା ୫୪,୧୩୧ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ନୂଆ କାରଖାନା ଓ ଶିଳ୍ପ ପ୍ରତିଷ୍ଠା ପାଇଁ ଉଚ୍ଚମାନର ବିଦ୍ୟୁତ୍ ଯୋଗାଣ ନେଇ ବି ମିଳିଛି ପ୍ରତିଶ୍ରୁତି । ଯାହା ଓଡ଼ିଶାରେ ବ୍ୟବସାୟିକ ବାତାବରଣ ସୃଷ୍ଟି କରିବାରେ ଲାଗିଛି । ଦେଶର ପୁଞ୍ଜନିବେଶରୁ ୧୮ ପ୍ରତିଶତ ଓଡ଼ିଶାରେ ହୋଇଥିବା ଗତ ସ୍ୱାଧୀନତା ଦିବସରେ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଯେଉଁଥିପାଇଁ ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମହାରାଷ୍ଟ୍ରକୁ ପଛରେ ପକାଇ ପୁଞ୍ଜିନିବେଶର ଶୀର୍ଷ ଛୁଇଁଛି ଓଡ଼ିଶା । କେବଳ ଶିଳ୍ପ ନୁହେଁ, କୃଷି କ୍ଷେତ୍ରରେ ବି ରାଜ୍ୟ ଆଗୁଆ ।

Odisha Attracts Investor During Corona Lockdown

ବିଭିନ୍ନ ରାଜ୍ୟରେ ରୋଡ ସୋ କରି ବଡ଼ ବଡ଼ ଶିଳ୍ପପତିଙ୍କ ସହ ନିଜେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୬ରେ ୨୮ଟି ପ୍ରସ୍ତାବ ଆସିଥିଲା । ଯେଉଁଥିରେ ୧୮,୪୩୪ କୋଟି ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି ହୋଇଥିଲା । ଏହା ୨୭,୫୬୫ ନିଯୁକ୍ତି ପାଇଁ ବାଟ ଫିଟାଇଥିଲା । ସେହିପରି ୨୦୧୮ ରୋଡ ସୋରେ ୧୫ଟି କ୍ଷେତ୍ରରୁ ୪.୧୯ ଲକ୍ଷ କୋଟି ନିବେଶକୁ ଦିଗ ମିଳିଥିଲା । ଯାହା ୫.୯୧ ଲକ୍ଷ କୋଟି ନିଯୁକ୍ତି ଦେବ । ମେକ୍ ଇନ୍ ଓଡ଼ିଶାର ଆସନ୍ତା ସଂସ୍କରଣରେ ମଧ୍ୟ ସମାନ ପୁଞ୍ଜିନିବେଶର ସମ୍ଭାବନା ରହିଛି ।

Odisha Attracts Investor During Corona Lockdown

ଜୁଲାଇ ମାସରୁ ନିୟମ କୋହଳ ହୋଇଥିଲା । ଶିକ୍ଷା, ବ୍ୟାପାର ସହ ଅନେକ କ୍ଷେତ୍ରରେ କାର୍ଯ୍ୟ ପାଇଁ ବାଟ ଫିଟିଥିଲା । ତେବେ ରାଜ୍ୟ ସରକାର ପୂର୍ବରୁ କରିଥିବା ପୁଞ୍ଜିନିବେଶର ଯୋଜନା ଯୋଗୁ ଲକଡାଉନ ନିୟମ କୋହଳ ହେବା ମାତ୍ରେ, ଅର୍ଥନୈତିକ ସଂସ୍କାର ପାଇଁ ବାଟ ଫିଟିବାକୁ ଲାଗିଛି ।

Leave a Reply