OASସ୍ତରରେ ଅଦଳବଦଳ: ୧୫ ଓଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର: ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ରୂପେ ନିଯୁକ୍ତି ମିଳିଛି ।  ଭବେଶ କୁମାର ନାୟକଙ୍କୁ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ, ନିରଞ୍ଜନ ଜେନାଙ୍କୁ ସମ୍ବଲପୁର ଆରଡିସି କାର୍ଯ୍ୟାଳୟରେ ଉପସଚିବ, ଲୋପାମୁଦ୍ରା ମହାପାତ୍ରଙ୍କୁ ପଞ୍ଚାୟତିରାଜ ବିଭାଗର ଯୁଗ୍ମ ସଚିବ, ଜୀବନ ଚନ୍ଦ୍ର ମଲ୍ଲିକଙ୍କୁ ସମବାୟ ବିଭାଗର ଉପସଚିବ, ରୋଜିନା ଦାସଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ତହସିଲଦାର, ତଲତ୍ ଆରଫିନଙ୍କୁ ଓଡ଼ିଶା ଖଣି ନିଗମର ସ୍ପେଶାଲ ଅଫିସର ସହ ଓଡ଼ିଶା ଖଣି ଉତ୍ତୋଳନ ନିଗମର ସ୍ପେଶାଲ ଅଫିସର ଭାବେ ନିଯୁକ୍ତି ମିଳିଛି। ସେହିପରି  ଓଏଏସ୍ ଉମାକାନ୍ତ ସ୍ୱାଇଁଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅତିରିକ୍ତ ସଚିବ, ରମେଶ ଚନ୍ଦ୍ର ଜେନାଙ୍କୁ ଆଠଗଡ଼ ଅତିରିକ୍ତ ସବ କଲେକ୍ଟର ଓ ମାୟାଧର ବେହେରାଙ୍କୁ ବାଙ୍କିରେ ଅତିରିକ୍ତ ସବକଲେକ୍ଟର ଭାବେ ନିଯୁକ୍ତି ମିଳିଛି। ଦେବୀପ୍ରସାଦ ମହାନ୍ତିଙ୍କୁ ଜଗତସିଂହପୁର ଉପଜିଲ୍ଲାପାଳ, ଜ୍ୟୋତିଶଙ୍କର ସାହୁଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଉପସଚିବ, ଦିଲ୍ଲୀପ କୁମାର ମହାରଣାଙ୍କୁ ଅନୁଗୁଳ ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, କସ୍ତୁରୀ ପ୍ରଧାନଙ୍କୁ ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନରେ ଉପସଚିବ ଏବଂ ଜ୍ୟୋତିଶଙ୍କର ରାୟଙ୍କୁ ଗଞ୍ଜାମ ଜିଲ୍ଲା ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।

Leave a Reply