ରାଜଧାନୀରେ ଜୋରଦାର ଟ୍ରାଫିକ୍ ଚେକିଂ, ମଧ୍ୟାହ୍ନ ସୁଦ୍ଧା ଅଢେଇ ଲକ୍ଷରୁ ଊର୍ଦ୍ଧ୍ୱ ଫାଇନ୍ ଆଦାୟ

1 min read

ଭୁବନେଶ୍ୱର: ଟ୍ରାଫିକ୍, ଫାଇନ୍ ରିଟର୍ଣ୍ଣସ୍ । ୬ ମାସର କୋହଳ ପରେ ପୁଣି କଡ଼ା ହୋଇଛି ଟ୍ରାଫିକ୍ ଆଇନ୍ । ଆରମ୍ଭ ହୋଇଛି ଧରପଗଡ଼ । ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ଛକେ ଛକେ ଜଗି ଚାଲାଣ କାଟୁଛି ପୋଲିସ ଓ ପରିବହନ ବିଭାଗ । ରାଜ୍ୟର ବିଭିନ୍ନ ସ୍ଥାନ ସମେତ ରାଜଧାନୀରେ ସକାଳ ଠାରୁ କଡ଼ା ଚେକିଂ ଚାଲିଛି ।ଭୁବନେଶ୍ୱର ଆରଟିଓ-୨ ଇନଫୋସିଟି ଅଞ୍ଚଳରେ ଆରଟିଓ-୨ ପକ୍ଷରୁ ଚେକିଂକୁ ଜୋରଦାର କରାଯାଇଛି । ମଧ୍ୟାନହ୍ନ ସୁଦ୍ଧା ୬୩ ଜଣଙ୍କ ଚାଲାଣ କଟାଯାଇଛି । ଫାଇନ୍ ବାବଦରେ ୨ ଲକ୍ଷ ୫୦ ହଜାର ଟଙ୍କା ଆଦାୟ କରାଯାଇଥିବା ସୂଚନା ଦେଇଛନ୍ତି ଆଞ୍ଚଳିକ ପରିବହନ ଅଧିକାରୀ ଭୁବନେଶ୍ୱର ଆରଟିଓ-୨ ସଞ୍ଜୟ ବେହେରା ।ଇନଫୋସିଟି ଅଞ୍ଚଳରୁ ଜଣେ ବାଇକ୍ ଆରୋହୀଙ୍କ ଠାରୁ ୨୨ ହଜାର ଟଙ୍କା ଫାଇନ୍ ଆଦାୟ ହୋଇଛି । ଚାଳକ ଜଣଙ୍କ ବିନା ହେଲମେଟ, ଡିଏଲ, ଗାଡ଼ି ପଞ୍ଜିକୃତ ନ କରି ଚଲାଉଥିଲେ । ଏଥିସହ ଲର୍ଣ୍ଣିଂ ଲାଇସେନ୍ସରେ କେହି ବି ଗାଡ଼ି ଚଲାଇ ପାରିବେ ନାହିଁ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ କହିଛନ୍ତି । ଯଦି ଆପଣଙ୍କର ଲର୍ଣ୍ଣର୍ସ ଲାଇସେନ୍ସ ଅଛି ତେବେ ଆପଣଙ୍କ ପଛରେ ଡିଏଲଧାରୀ ବସିଥିବା ଆବଶ୍ୟକ ବୋଲି ବିଭାଗ କହିଛି ।

ଆଜି ସରୁଛି ଟ୍ରାଫିକ୍‌ କଣ୍ଟ, ଏଣିକି ଆହୁରି ଜୋରଦାର ହେବ ଚେକିଂ

Leave a Reply