ଖର୍ଚ୍ଚ କାଟ୍ ହେବ, ମାତ୍ର ନିଯୁକ୍ତ କ୍ଷେତ୍ର ସ୍ୱାଭାବିକ ରହିବା ନେଇ ଆଶ୍ୱସ୍ଥି ଦେଲେ କେନ୍ଦ୍ର ସରକାର….

ନୂଆଦିଲ୍ଲୀ: ଦେଶରେ ନିଯୁକ୍ତିକୁ ନେଇ ଅନେକ ଆଶଙ୍କା । କରୋନା କାଳରେ ଜିଡିପି ନିମ୍ନଗାମୀ ହୋଇଛି । ତା’ ପୁଣି ସର୍ବକାଳୀନ ନିମ୍ନଗତି । ଏଭଳି ସ୍ଥିତିରେ ମଧ୍ୟ କେନ୍ଦ୍ର ସରକାର ସବୁ ଆଶଙ୍କାକୁ ଭାଙ୍ଗି ନିଯୁକ୍ତି କ୍ଷେତ୍ରରେ କୌଣସି ବିଶେଷ ପ୍ରଭାବ ନପଡ଼ିବା କଥା କହିଛନ୍ତି । ଏନେଇ ସ୍ପଷ୍ଟୀକରଣ ରଖିଛି କେନ୍ଦ୍ର ଅର୍ଥମନ୍ତ୍ରାଳୟ ।

ଅର୍ଥ ମନ୍ତ୍ରାଳୟର ବିଜ୍ଞପ୍ତି ଅନୁଯାୟୀ, ଦେଶରେ କିଛି କ୍ଷେତ୍ରରେ ଖର୍ଚ୍ଚ କାଟ ହେବ । ଏନେଇ ଶୁକ୍ରବାର ଏକ ସର୍କୁଲାର ଜାରି ହୋଇଛି । ତେବେ ସରକାରୀ ନିଯୁକ୍ତି କ୍ଷେତ୍ରକୁ ବାଦ ଦିଆଯାଇ ସର୍କୁଲାର ଜାରି ହୋଇଛି । ଅର୍ଥାତ୍ ଖର୍ଚ୍ଚକାଟର ପ୍ରଭାବ ସରକାରୀ ନିଯୁକ୍ତି ଉପରେ ପ୍ରଭାବ ପଡ଼ିବ ନାହିଁ । ପୂର୍ବରୁ ଯେଉଁଭଳି ଭାବେ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିଲା ସେହିଭଳି ଭାବେ ଜାରି ରହିବ । ଖାଲି ପଡ଼ିଥିବା ପଦବୀ ପୂରଣ ନେଇ କେନ୍ଦ୍ର ସରକାର ରୋକ୍ ଲଗାଇବେ ନାହିଁ । । ଷ୍ଟାଫ୍ ସିଲେକ୍ସନ୍ କମିସନ୍, ୟୁନିୟନ୍ ପବ୍ଲିକ୍ ସର୍ଭିସ୍ କମିସନ୍, ରେଲଓ୍ବେ ରିକ୍ରୁଟମେଣ୍ଟ୍ ଭଳି ସରକାରୀ ନିଯୁକ୍ତି ବୋର୍ଡ ଗୁଡିକ ସାଧାରଣ ମନୋନୟନ ଜାରି ରଖିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

Leave a Reply