ଲକ୍ ଡାଉନ୍ ଚିନ୍ତା: ୧ ଲକ୍ଷ ୭୦ ହଜାର କୋଟିର ଆର୍ଥିକ ପ୍ୟାକେଜ, ତିନି ମାସ ପାଇଁ ୨୦ କୋଟି ମହିଳା ପାଇବେ ମାସକୁ ୫ଶହ ଟଙ୍କା

ନୂଆଦିଲ୍ଲୀ: ଦେଶ ବ୍ୟାପି ଲକ୍ ଡାଉନ୍ ପରିସ୍ଥିତିରେ ଉତ୍ପନ ଆର୍ଥିକ ସଂକଟ ଭିତରେ କେନ୍ଦ୍ର ସରକାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ୧ ଲକ୍ଷ ୭୦ ହଜାର କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ।  ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତରେ ଗରିବଙ୍କୁ ୧ ଲକ୍ଷ ୭୦ ହଜାର କୋଟିର ସାହାଯ୍ୟ ଦିଆଯିବ । ଏହାର ଲାଭ ଗରିବ,ଶ୍ରମିକ,ମହିଳାଙ୍କ ସହ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ମିଳିବ ।   କେନ୍ଦ୍ର ସରକାରଙ୍କ ତରଫରୁ ଦେଶର ୨୦ କୋଟି ମହିଳାଙ୍କ ବ୍ୟାଙ୍କ ଖାତାକୁ ଆଗାମୀ ତିନି ମାସ ପର୍ଯ୍ୟନ୍ତ ପ୍ରତି ମାସରେ ୫ଶହ ଟଙ୍କା ସିଧାସଳଖ ଟ୍ରାନସଫର ହେବ ।

  • ଧନ

ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଯେଉଁ ମହିଳାଙ୍କର ଜନଧନ ଖାତା ଥିବ ସେମାନଙ୍କ ଆକାଉଣ୍ଟକୁ ପ୍ରତିମାସରେ ଆଗାମୀ ତିନି ମାସ ପାଇଁ ୫ଶହ ଟଙ୍କା ଟ୍ରାନସ୍ଫର ହେବ । ଏହି ନିଷ୍ପତି ଦ୍ୱାରା ୨୦ କୋଟି ମହିଳା ଲାଭାନ୍ୱିତ ହେବେ । ପ୍ରତିମାସରେ ସିଧାସଳଖ ଏହି ମହିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଟ୍ରାନସ୍ଫର ହେବ ।

  1. ଗ୍ୟାସ

ଏହା ସହିତ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଅନ୍ତର୍ଗତରେ ଦେଶର ୮ କୋଟି ବିପିଏଲ ପରିବାରଙ୍କୁ ଆଗାମୀ ତିନି ମାସ ପାଇଁ ମାଗଣା ରନ୍ଧନ ଗ୍ୟାସ୍ ଯୋଗାଇ ଦିଆଯିବ । ଉଜ୍ୱଳା ଯୋଜନା ଅନ୍ତର୍ଗତରେ ୮.୫ କୋଟି ମହିଳାଙ୍କ ନାମରେ ଗ୍ୟାସ୍ କନେକ୍ସନ ଯୋଗାଇ ଦିଆଯାଇଥିଲା । ଏବେ ସେମାନେ ଆଗାମୀ ତିନି ମାସ ପାଇଁ ମାଗଣାରେ ଗ୍ୟାସ ପାଇବେ ।

  1. ଖାଦ୍ୟ 

ଲକ୍ ଡାଉନ ପାଇଁ ଯେପରି ଗରିବ ଓ ଖଟିକିଆ ଖାଦ୍ୟ ଅଭାବର ସମ୍ମୁଖୀନ ହେବେ ନାହିଁ ସେଥିପାଇଁ ଚାଉଳ ଓ ଗହମ ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା କ୍ରମରେ ଆଗାମୀ ତିନି ମାସ ପାଇଁ ଅତିରିକ୍ତ ୫ କିଲୋ ଗହମ  କିମ୍ବା ଚାଉଳ ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ । ଏହାର ଫାଇଦା ୮୦ କୋଟି ହିତାଧିକାରୀ ପାଇବେ । ଏହାସହ ହିତାଧିକାରୀଙ୍କୁ ୧ କିଲୋ ଡାଲି ମଧ୍ୟ ମିଳିବ ।

୪. ସ୍ୱାସ୍ଥ୍ୟକର୍ମୀଙ୍କୁ ମେଡିକାଲ ବିମା

କରୋନା ଭାଇରସ ବିରୋଧ ଲଢେଇରେ ସମ୍ମୁଖରେ ଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଆଗାମୀ ୩ ମାସ ପାଇଁ କେନ୍ଦ୍ର ସରକାର ୫୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବିମା ଦେବେ । ୨୨ ଲକ୍ଷ ସ୍ୱାସ୍ଥ୍ୟ କର୍ମୀ ଏହାଦ୍ୱାରା ଲାଭାନ୍ୱିତ ହେବେ । ୧୨ ଲକ୍ଷ ଡାକ୍ତର ମଧ୍ୟ ଲାଭାନ୍ୱିତ ହେବେ । 

 

. ଚାଷୀଙ୍କ ଖାତାକୁ ସିଧା ଟଙ୍କା

ଚାଷୀ: ସିଧା କ୍ୟାସ ଟ୍ରାନ୍ସଫର ଅନ୍ତର୍ଗତରେ ୮.୬୯ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର ହେବ । ଏପ୍ରିଲ ପ୍ରଥମ ସପ୍ତାହରେ ଏହାର ପ୍ରଥମ କିସ୍ତି ଦିଆଯିବ ।

 

. ବରିଷ୍ଠ,ଦିବ୍ୟାଙ୍ଗ ଓ ବିଧବା : ଆଗାମୀ ତିନି ମାସ ପାଇଁ ଦୁଇ କିସ୍ତିରେ ଏହି ଶ୍ରେଣୀର ଖାତାଧାରକଙ୍କୁ ଅତିରିକ୍ତ ୧ ହଜାର ଟଙ୍କା ଦିଆଯିବ । ତିନି କୋଟି ଏହାର ଲାଭ ପାଇବେ ।

.ମନେରଗା : ମଜୁରୀ ୧୮୨ଟଙ୍କାରୁ ବଢି ୨୦୨ ଟଙ୍କା ହେବ ।

. ଇପିଏଫ ପାଇଁ ସରକାର ଦେବେ ଶତ ପ୍ରତିଶତ ଯୋଗଦାନ :

ସରକାର ଆଗାମୀ ତିନି ମାସ ପାଇଁ ଇପିଏଫରେ କର୍ମଚାରୀ ଓ ନିଯୁକ୍ତିଦାତ୍ତା ଦେଉଥିବା ଯୋଗଦାନକୁ ନିଜେ ଦେବେ । କର୍ମଚାରୀଙ୍କ ୧୨ ପ୍ରତିଶତ ଓ ନିଯୁକ୍ତିଦାତ୍ତାଙ୍କ ୧୨ ପ୍ରତିଶତ ମୋଟ ୨୪ ପ୍ରତିଶତ ସରକାର ଦେବେ । ଏହାସହ ପିଏଫ୍ ଫଣ୍ଡ୍ ରେଗୁଲେସନ ସଂଶୋଧନ କରାଯିବ । ଫଳରେ ଇପିଏଫ୍ ସଦସ୍ୟ ଜମା ରାଶିର ୭୫ ପ୍ରତିଶତ କିମ୍ବା ତିନି ମାସ ଦରମା ଭିତରୁ ଯାହା କମ ହେବ ତାକୁ ସଦସ୍ୟ ଉଠାଇ ପାରିବେ ।  ୧୦୦ରୁ କମ କର୍ମଚାରୀ ଥିବା ସଂସ୍ଥା ଏବଂ ୧୫ ହଜାରରୁ କମ ମାସିକ ଦରମା ପାଉଥିବା କର୍ମଚାରୀ ଏହାର ଲାଭ ପାଇବେ । ୮୦ ଲକ୍ଷରୁ ଅଧିକ କର୍ମଚାରୀ ଓ ୪ ଲକ୍ଷ ସଂସ୍ଥା ଏହାଦ୍ୱାରା ଲାଭ ପାଇବେ ।

. ମହିଳା ଏସଏଚଜି ଗ୍ରୁପଙ୍କୁ ଅଧିକ ଲୋନ୍

ଏସଏଚଜି ଗ୍ରୁପ ସହ ଜଡିତ ଥିବା ପରିବାରଙ୍କୁ ପ୍ରଥମେ ବ୍ୟାଙ୍କ ତରଫରୁ ୧୦ ଲକ୍ଷ ଟଙ୍କା ବିନା ବନ୍ଧକ ଲୋନ୍ ମିଳୁଥିଲା ଯାହାକୁ ୨୦ ଲକ୍ଷ ଟଙ୍କା କରାଯାଇଛି । ଏହା ଦ୍ୱାରା ୭ ଲକ୍ଷ ପରିବାର ଲାଭାନ୍ୱିତ ହେବେ ।

୧୦. ନିର୍ମାଣ ଶ୍ରମିକ 

 

ନିର୍ମାଣ କ୍ଷେତ୍ର ସହ ସଂପୃକ୍ତ ୩.୫ କୋଟି ପଂଜିକୃତ ଶ୍ରମିକଙ୍କ ପାଇଁ ୩୧ ହଜାର କୋଟିର ଫଣ୍ଡ୍

Leave a Reply