ଅସହାୟ ଅବସ୍ଥାରେ ନିର୍ଭୟା ଦୁଷ୍କମକାରୀଙ୍କ ପିତା-ମାତା

1 min read

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଘଟଣାକୁ ବିତିସାରିଛି ସମାନ ୮ ବର୍ଷ । ଦୀର୍ଘ ଆଠ ବର୍ଷ ପରେ ନ୍ୟାୟ ମଧ୍ୟ ମିଳିସାରିଛି । କିନ୍ତୁ ଆଜି ମଧ୍ୟ ଦେଶର ସମସ୍ତ ନାଗରିକଙ୍କ ମନରେ ସତେଜ ସେ ଘଟଣା । ସର୍ବୋଚ୍ଚ ଅଦାଲତଙ୍କ ନିର୍ଦେଶ କ୍ରମେ ଚଳିତବର୍ଷ ମାର୍ଚ୍ଚ ୨୦ ତାରିଖରେ ଫାଶୀ ଖୁଣ୍ଟରେ ଝୁଲିଥିଲେ ୪ ଅଭିଯୁକ୍ତ । ବର୍ତ୍ତମାନ ଘଟଣା କିନ୍ତୁ ଆଣିଛି ଭିନ୍ନ ଏକ ଚିତ୍ର । ଅଭୁଯୁକ୍ତଙ୍କ ମୃତ୍ୟୁ ପରେ ଏବେ ଦୟନୀୟ ଅବସ୍ଥାରେ କାଳିତିପାତ କରୁଛନ୍ତି ସମସ୍ତ ମୃତକଙ୍କ ପରିବାର ।

ଅକ୍ଷୟ ଠାକୁର, ବିନୟ ସର୍ମା, ପବନ ଗୁପ୍ତା ଏବଂ ମୁକେଶ ସିଂ ର ପରିବାର ସଦସ୍ୟଙ୍କ ବଦଳି ଯାଇଛି ଜୀବନ ଧାରଣ ମାନ । ପୁଅର ପାପ କର୍ମର ଫଳ ଭୋଗୁଛନ୍ତି ଖୋଦ ପରିବାର ସଦସ୍ୟ । ବିନୟ ଶର୍ମାର ପିତାଙ୍କ ଚାକିରୀ ଚାଲି ଯାଇଛି । ସେହିପରି ଘରଦ୍ବାର ଛାଡି ଅନ୍ୟତ୍ର ରହୁଛନ୍ତି ମୁକେଶ ସିଂର ପିତା ମାତା ।

ଅନ୍ୟପଟେ ଅକ୍ଷୟ ଠାକରୁ ପିତା-ମାତା ଏବେ ଆରକେ ପୁରମର କୌଣସି ଏକ ଅଞ୍ଚଳରେ ବାସ କରୁଥିବାବେଳେ ପବନ ଗୁପ୍ତା ପରିବାର ସଦସ୍ୟଙ୍କ କୈଣସି ସୂଚନା ନାହିଁ । ବର୍ତ୍ତମାନ ସୁଦ୍ଧା ପର୍ଯ୍ୟନ୍ତ ସେମାନେ କେଉଁ ସ୍ଥାନରେ ବାସ କରୁଛନ୍ତି, କିମ୍ବା କେଉଁଠାରେ ରହୁଛନ୍ତି କୌଣସି ସବିଶେଷ ସୂଚନା ମିଳିପାରିନାହିଁ । ପଡୋଶୀଙ୍କ କହିବା ଅନୁଯାୟୀ, ପୁଅର ଫାଶୀ ପରଠାରୁ ସେମାନେ କାହା ସହ ସମ୍ପର୍କରେ ନାହାଁନ୍ତି ।

Leave a Reply