ମାଲେସିଆରେ ମିଳିଲା ନୂଆ କରୋନା ଭାଇରସ ଷ୍ଚ୍ରେନ୍,୧୦ଗୁଣ ଅଧିକ ଭୟଙ୍କର

1 min read

ନୂଆଦିଲ୍ଲୀ:  ସମଗ୍ର ବିଶ୍ୱରେ  କରୋନା ଆତଙ୍କ ଜାରିଥିବା ବେଳେ ଡରାଇବା ଭଳି ଖବର ଆସିଛି ।  ଏପର୍ଯ୍ୟନ୍ତ ଦୁନିଆରେ ପାଖାପାଖି ୮ ଲକ୍ଷ ଲୋକଙ୍କ ଜୀବନ ନେଲାଣି ଏହି ଭୂତାଣୁ । କରୋନା ଟିକାକୁ ନେଇ ଭଲ ଖବର ଆସୁଛି । ଟିକା ଆସିଲେ ବିପଦରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଥିଲା  । କିନ୍ତୁ ଏବେ ମାଲେସିଆରୁ ଆସୁଛି ଡରାଇବା ଭଳି ଖବର । ଏହି ଖବର ଅନୁସାରେ ମାଲେସିଆରେ କରୋନା ଭାଇରସର ଯେଉଁ ଷ୍ଟ୍ରେନ୍ ମିଳିଛି ତାହା ଅନ୍ୟ. ଷ୍ଟ୍ରେନ୍ ଅପେକ୍ଷା ୧୦ ଗୁଣ ଅଧିକ ଭୟଙ୍କର ବୋଲି କୁହାଯାଉଛି । ମାଲେସିଆର ସ୍ୱାସ୍ଥ୍ୟ ମହାନିର୍ଦ୍ଦେଶକ ନୁର ହିସାମ ଅବଦୁଲା ଏହି ତଥ୍ୟ ଦେଇଛନ୍ତି ।

malesia new strain

ନୂର  D614G ନାମକ ଏହି ଷ୍ଟ୍ରେନ୍ ବାବଦରେ ନିଜ ଫେସବୁକ୍ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ତାଙ୍କ ଅନୁସାରେ ମ୍ୟୁଟେସନକୁ ଗୋଟିଏ କ୍ଲଷ୍ଟରର ତିନୋଟି ମାମଲାରେ ଦେଖିବାକୁ ମିଳିଛି । ଭାରତରୁ ଫେରିଥିବା ଜଣେ ରେସ୍ତୋରାଁ ମାଲିକ ଓ ଅନ୍ୟଜଣେ ସ୍ଥାନୀୟ ବାସିନ୍ଦାଙ୍କ ଠାରେ କରୋନା ଭାଇରସର ଏହି ଷ୍ଟ୍ରେନ୍ ମିଳିଛି । ଅବଦୁଲାଙ୍କ କହିବା ହେଉଛି କରୋନା ଭାଇରସର ଏହି ନୂଆ ରୂପର ଅର୍ଥ ହେଉଛି ମ୍ୟୁଟେସନ୍ ବିରୋଧରେ ଟିକାକୁ ନେଇ ଯେଉଁ ଗବେଷଣା ବର୍ତ୍ତମାନ ଚାଲିଛି ତାହା ଅଧୁରା କିମ୍ବା ପ୍ରଭାବହୀନ ହୋଇପାରେ । ସ୍ପଷ୍ଟ ଭାବେ କହିବାକୁ ଗଲେ ନୂରଙ୍କ ଆଶଙ୍କା ଯେ, ଟିକା ଯଦି ବି ଆସେ ତେବେ ଏହି ନୂଆ ଷ୍ଟ୍ରେନ୍ ବିରୋଧରେ ଏହା ପ୍ରଭାବୀ ନହେବାର ଯଥେଷ୍ଟ ଆଶଙ୍କା ରହିଛି ।

ଅବଦୁଲା କହିଛନ୍ତି ଯେ, ବର୍ତ୍ତମାନ ଲୋକଙ୍କୁ ଅଧିକ ଜାଗ୍ରତ ଓ ସାବଧାନ ରହିବାକୁ ପଡିବ । ଏହି ମ୍ୟୁଟେସନ୍ ଅନ୍ୟ ବ୍ୟକ୍ତିଙ୍କୁ ୧୦ ଗୁଣ ଅଧିକ ସଂକ୍ରମିତ କରିଥାଏ ଓ ଜଣେ ସୁପର ସ୍ପ୍ରେଡର ଦ୍ୱାରା ସହଜରେ ସଂକ୍ରମଣ ବଢିଥାଏ ।

Leave a Reply