Navratri 2020: ଆଜି ମାତା ଶୈପୁତ୍ରୀଙ୍କ ପୂଜା ଉପାସନା, ଜାଣନ୍ତୁ ପ୍ରଥମ ଦିନର ଶୁଭ ମୂହୁର୍ତ୍ତ

1 min read

ନୂଆଦିଲ୍ଲୀ: ଆଶ୍ୱିନ ଶୁକ୍ଲ ପକ୍ଷର ଶାରଦିଅ ନବରାତ୍ରୀ ୧୭ ଅକ୍ଟୋବର ତଥା ଆଜିଠାରୁ ଆରମ୍ଭ ହେଉଛି । ନବରାତ୍ରୀରେ ପ୍ରଥମ  ମାଆ ଶୈଳପୁତ୍ରୀଙ୍କ ପୂଜା ନିୟମ ରହିଛି। ନବରାତ୍ରୀ ପୂଜା-ପାଠର ପ୍ରଥମ ଦିନରେ ଅନେକ ବିଶେଷ ଜିନିଷଗୁଡିକୁ ଧ୍ୟାନ ଦେବାକୁ ପଡ଼ିଥାଏ । ଏହା ଚଳିତ ମାସ ୨୪ ତାରିଖରେ ଶେଷ ହେବ । ଏଥର ନବରାତ୍ରୀ ଆଠ ଦିନର ହେବ । ଏଥର ୨୫ ତାରିଖରେ ଦଶହରା ପାଳନ ହେବ ।

ନବରାତ୍ରୀର ପ୍ରଥମ ଦିନରେ ମାଆ ଶୈଳପୁତ୍ରୀଙ୍କ ସ୍ୱରୂପ ପୂଜା କରାଯାଏ । ହିମାଳୟଙ୍କ ଝିଅ ହୋଇଥିବାରୁ ତାଙ୍କୁ ଶୈଳପୁତ୍ରୀ କୁହାଯାଏ । ପୂର୍ବ ଜନ୍ମରେ ସେ ସତୀ ନାମରେ ପରିଚିତ ଥିଲେ । ଏବଂ ଭଗବାନ ଶିବଙ୍କ ପତ୍ନୀ ଥିଲେ। ସତୀଙ୍କ ପିତା ଦକ୍ଷ ପ୍ରଜାପତି ଭଗବାନ ଶିବଙ୍କୁ ଅପମାନିତ କରିଥିଲେ । ସେଥିପାଇଁ ସତୀ ଯଜ୍ଞ ଅଗ୍ନିରେ ନିଜକୁ ଭଷ୍ମ କରିଦେଇଥିଲେ। ପରବର୍ତ୍ତୀ ଜନ୍ମରେ, ଏହି ସତୀ ଶୈଳପୁତ୍ରୀ ହୋଇ ଜନ୍ମ ନେଇଥିଲେ ଓ ଭଗବାନ ଶିବଙ୍କୁ ବିବାହ କରିଥିଲେ । ମାତା ଶୈଳପୁତ୍ରୀଙ୍କ ପୂଜା ଉପାସନା କଲେ ସୂର୍ଯ୍ୟ ମହାଗ୍ରହଙ୍କ ଦୋଷ ସମସ୍ୟା ଦୂର ହୋଇଥାଏ ।  ମାଆଙ୍କ ପାଖରେ ଶୁଦ୍ଧ ଘିଅର ଭୋଗ କଲେ ସୂର୍ଯ୍ୟ ମହାଗ୍ରହ ଆର୍ଶିବାଦ ପ୍ରାପ୍ତି ହୁଏ ।ଏହା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମ୍ମାନ ମିଳିଥାଏ ।

ନବରାତ୍ରୀର ପ୍ରଥମ ଦିନରେ ମାଆ ଶୈଳପୁତ୍ରୀଙ୍କ ଫଟୋକୁ ଲାଲ କିମ୍ୱା ଧଳା ବସ୍ତ୍ରରେ ସ୍ଥାପନା କରି ପୂଜାର୍ଚ୍ଚନା କରାଯାଏ । ମାଆଙ୍କର ପ୍ରିୟ ରଙ୍ଗ ଧଳା ବୋଲି ବିଶ୍ୱାସ ରହିଛି । ସେଥିପାଇଁ ମାଆଙ୍କୁ ଧଳା ଫୁଲ ଅର୍ପଣ କରାଯାଏ ଓ ଧଳା ମିଠା ଭୋଗ ଲଗାଯାଏ । ମାଆ ଶୈଳପୁତ୍ରୀଙ୍କୁ ପୂଜା କଲେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ ହେବା ସହ କନ୍ୟାମାନଙ୍କୁ ଉତ୍ତମ ବର ମିଳିଥାଏ । ମଆଙ୍କ ଆର୍ଶିବାଦରୁ କଲ୍ୟାଣ ହୋଇଥାଏ ଓ ମନ ଶାନ୍ତ ରହେ ।

ନବରାତ୍ରୀର ପ୍ରଥମ ଦିନରେ, ମାଆଙ୍କୁ ପୂଜା କରି ମୁଳାଧାର ଚକ୍ର ଜାଗ୍ରତ ହୁଏ ଏବଂ ଅନେକ ସିଦ୍ଧ ପ୍ରାପ୍ତ ହୋଇଥାଏ । ଜୀବନର ସମସ୍ତ କଷ୍ଟ ଓ ଦୁଃଖ ଦୂର ହୋଇଥାଏ । ମାଆଙ୍କୁ ପାନ ପତ୍ରରେ ଲବଙ୍ଗ ଓ ମିଶ୍ରି ଅର୍ପଣ କଲେ ନକରାତ୍ମକ ଶକ୍ତିର ବିନାଶ ହୋଇଥାଏ । କଳଶ ସ୍ଥାପନା କରି ଆଶ୍ୱିନ ଶୁକ୍ଲା ପ୍ରତିପଦାରେ ମାଆଙ୍କର ପୂଜା ଆରମ୍ଭ କରାଯାଏ । ଏଥର ପ୍ରତୀପଦା ସମୟ ରାତି ୯୦:୮ ପର୍ଯ୍ୟନ୍ତ ରହିବ । ୯୦:୮ ପୂର୍ବରୁ କଳଶ ସ୍ଥାପନା କରାଯିବ । ଏହାର ଚାରୋଟି ଶୁଭ ସମୟ ରହିଛି । ସକାଳ ୭:୩୦ ରୁ ୯:୦୦, ତା’ପରେ ଦୁଇପହର ୧:୩୦ରୁ ରାତି ୩:୦୦ ପର୍ଯ୍ୟନ୍ତ । ଏହା ପରେ, ରାତି ୩:୦୦ରୁ ୦୪:୩୦ ପର୍ଯ୍ୟନ୍ତ । ଏହା ସହିତ ରାତି ୬ଟା ରୁ ୭:୩୦ ପର୍ଯ୍ୟନ୍ତ ରହିଛି ।

 

Leave a Reply