ଗାଜିଆବାଦ ଶ୍ମଶାନ ଛାତ ଭୁଶୁଡିବା ଘଟଣା, ଶୋକବ୍ୟକ୍ତ କଲେ ନବୀନ ପଟ୍ଟନାୟକ

Odisha CM Expresses Grief On Tamil Nadu firecracker factory Tragedy

ଲକ୍ଷ୍ନୌ: ଶବ ଦାହ କରିବାକୁ ଯାଇଥିଲେ, କିନ୍ତୁ ନିଜେ ଶବ ସାଜିଲେ । ଜଣେ କି ଦୁଇ ଜଣ ନୁହନ୍ତି, ଶ୍ମଶାନରେ ଲିଭିଗଲା ୨୩ ଜଣଙ୍କ ଜୀବନ ଦୀପ । ଏଭଳି ଦୁଃଖଦ ଘଟଣା ଘଟିଛି ଗାଜିଆବାଦର ମୁରାଦନଗର ଅଞ୍ଚଳରେ । ଏହି ଘଟଣା ଆଜି ସମଗ୍ର ଦେଶରେ ଶୋକବାର୍ତ୍ତା ବିଛାଇଛି । ଉତ୍ତରପ୍ରଦେଶରେ ଘଟିଥିବା ଏହି ଦୁର୍ଘଟଣାରେ ମୃତାହତଙ୍କ ପାଇଁ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ପ୍ରଧାନମନ୍ତ୍ରୀ, ରକ୍ଷାମନ୍ତ୍ରୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଶୋକବାର୍ତ୍ତା ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ଗାଜିଆବାଦର ମୁରାଦନଗରର ବମ୍ବା ରୋଡ୍‌ରେ ଥିବା ଶ୍ମଶାନରେ କିଛି ଲୋକେ ଏକ ଶବ ଦାହ କରିବାକୁ ଯାଇଥିଲେ । ସେହି ସମୟରେ ବର୍ଷା ହେବାରୁ ପ୍ରାୟ ୪୦ଜଣ ଶ୍ମଶାନରେ ଥିବା ଏକ ପୁରୁଣା କୋଠାଘରେ ଆଶ୍ରୟ ନେଇଥିଲେ । ବର୍ଷା କାରଣରୁ କୋଠାର ଛାତ ହଠାତ୍ ଭୁଶୁଡି ପଡ଼ିଥିଲା । ଫଳରେ କୋଠା ତଳେ ସମସ୍ତେ ଚାପି ହୋଇଯାଇଥିଲେ । ସ୍ଥିତି ଏଭଳି ହୋଇଥିଲା, କୋଠା ତଳୁ କେହି ବି ବାହାରି ପାରିନଥିଲେ ।

ଖବରପାଇ ପୋଲିସ, ଦମକଳ ବାହିନୀ ଏବଂ ଏନ୍‌ଡିଆର୍‌ଏଫ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଘଟଣାସ୍ଥଳରେ୧୯ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ, ଉଦ୍ଧାର ହୋଇଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ମୃତ୍ୟୁ ତାଲିକା ବଢିଥିବା ଜଣାପଡିଛି । ସେପଟେ ସ୍ଥାନୀୟ ଅଞ୍ଚଳ ଏହି ଘଟଣାକୁ ନେଇ ନିସ୍ତବ୍ଦ ପାଲଟିଯାଇଛି । ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେମତ ସମସ୍ତେ ହୋଇଛନ୍ତି ମର୍ମାହତ  ।

Leave a Reply