ଜାତୀୟ ସମ୍ମାନ ପ୍ରଦାନ ଲାଗି ୪୭ ଜଣ ଶିକ୍ଷକଙ୍କ ନାଁ ପ୍ରକାଶ କଲା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଶିକ୍ଷକଙ୍କୁ ଜାତୀୟ ସମ୍ମାନ ତାଲିକା ପ୍ରକାଶ ପାଇଛି । ୨୦୨୦ ବର୍ଷ ପାଇଁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ୭ଟି ସଂସ୍ଥାରୁ ୧୫୩ ଜଣ ଶିକ୍ଷକଙ୍କ ନାଁ ସର୍ଟଲିଷ୍ଟେଡ୍ କରାଯାଇଥିଲା । ସେଥିମଧ୍ୟରୁ ୪୭ ଜଣଙ୍କୁ ସମ୍ମାନ ପ୍ରଦାନ ଲାଗି ସ୍ଥିର ହୋଇଛି । ଚଳିତବର୍ଷ କରୋନା ମହାମାରୀ ଯୋଗୁଁ ଚୟନ ପ୍ରକ୍ରିୟ ଭିଡିଓ କନଫରେନ୍ସିଂ ଯୋଗେ କରାଯାଇଥିଲା ।

ବସନ୍ତ କୁମାର ସାହୁ

ଚଳିତବର୍ଷ ଓଡ଼ିଶାରୁ ଜାତୀୟ ସମ୍ମାନରେ ୨ ଜଣ ଶିକ୍ଷକ ସମ୍ମାନିତ ହେବେ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବୌଦ୍ଧ ଜିଲ୍ଲାରେ ଶିକ୍ଷାଦାନ କରୁଥିବା ଶିକ୍ଷକ ବସନ୍ତ କୁମାର ସାହୁଙ୍କୁ ଜାତୀୟ ସମ୍ମାନ ପ୍ରଦାନ କରାଯିବ । ସେ ଏବେ ହରଭଙ୍ଗା ବ୍ଲକ ସରସରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ଅଛନ୍ତି ।

ତାପସ କୁମାର ମହାନ୍ତି

ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ଶୈକ୍ଷକତା କରୁଥିବା ତାପସ କୁମାର ମହାନ୍ତି ଜାତୀୟ ସମ୍ମାନ ଲାଗି ମନୋନୀତ ହୋଇଛନ୍ତି । ତାପସ ରାଜଧାନୀ ଭୁବନେଶ୍ୱର ସ୍ଥିତ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି । ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ଲାଗି ତାଙ୍କ ଦ୍ୱାରା ପ୍ରସ୍ତୁତ ପାଠ୍ୟ ଉପକରଣ ପାଇଁ ବହୁ ଅନୁଷ୍ଠାନରୁ ତାପସ ସମ୍ମାନୀତ ହୋଇଛନ୍ତି । ତାଙ୍କ ଲିଖିତ ଲର୍ଣ୍ଣିଂ ବେଲ୍ ପୁସ୍ତକ ବେଶ୍ ଆଦୃତ ।

Leave a Reply