ଆରମ୍ଭ ହେଲା ସ୍କୁଲରେ ନାମଲେଖା, ପ୍ରତିଦିନ ୫ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବେ

name registration start today in school

ଭୁବନେଶ୍ୱର: କରୋନା ପାଇଁ ଠପ୍‌ ହୋଇଛି ପୁରା ରାଜ୍ୟ । ସ୍କୁଲ କଲେଜରେ ପାଠପଢ଼ା ଠାରୁ ଆରମ୍ଭକରି ପରୀକ୍ଷା ନାମଲେଖା ମଧ୍ୟ ବନ୍ଦ ରହିଛି । କିଛି ପରୀକ୍ଷା କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହାର ରେଜଲ୍ଟ ବାହାରି ନାହିଁ । ତେବେ ଏହି ଭିତରେ କିଛି ସ୍କୁଲରେ ନାମଲେଖା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଜିଠାରୁ ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ, ଅଣଅନୁଦାନ ପ୍ରାପ୍ତ ବିଦ୍ୟାଳୟ, ମାଦ୍ରାସା ଏବଂ ସଂସ୍କୃତ ଟୋଲ ଗୁଡ଼ିକରେ ନାମଲେଖା ଆରମ୍ଭ ହୋଇଛି ।

ପ୍ରତିଦିନ ସକାଳ ୭ ଟାରୁ ୯ଟା ୩୦ ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା କରିବା ପାଇଁ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଗୋଟିଏ ଦିନରେ ଗୋଟିଏ ସ୍କୁଲକୁ ୫ ଜଣ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ଅଭିଭାବକ ଆସିବାକୁ ଅନୁମତି ଦିଆଯାଇଛି । ସ୍କୁଲକୁ ଆସିବା ସମୟରେ ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ପାଇଁ ନାମଲେଖାର ସମସ୍ତ ସୂଚନା ସ୍କୁଲ ନୋଟିସ୍‌ ବୋର୍ଡରେ ଉଲ୍ଲେଖ କରାଯାଇଛି  ।

ବନ୍ଦେ ଉତ୍କଳ ଜନନୀକୁ ପ୍ରଚାର ପ୍ରସାର ପାଇଁ ସରକାରଙ୍କ ଉଦ୍ୟମ, ସ୍କୁଲ ଛୁଟି ପୂର୍ବରୁ ସମୂହ ଗାନ ହେବ ରାଜ୍ୟ ସଙ୍ଗୀତ

ବୋର୍ଡର ସମସ୍ତ ନିର୍ଦ୍ଦେଶାବଳୀକୁ ଅଭିଭାବକ ମାନଙ୍କ ହ୍ଵାଟସ୍‌ଆପ୍‌ ମାଧ୍ୟମରେ ପଠାଇବାକୁ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଜୁଲାଇ ୧୫ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟା ସାରିବାକୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଏବଂ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

Leave a Reply