ନମ୍ବର ବିହୀନ ଗାଡ଼ି ବିକ୍ରି ପାଇଁ ପୁରୀ ଶିବମ ହୋଣ୍ଡାକୁ ଜରିମାନା

ପୁରୀ: ନୂଆ ମୋଟର ଯାନ ଆଇନ୍ ଉଲ୍ଲଂଘନ କରି ଫସିଛନ୍ତି ଡିଲର । ଏମଭିଆଇ କରିଛି ଲକ୍ଷେ ଟଙ୍କା ଜରିମାନା । ପୁରୀ ଶିବମ ହୋଣ୍ଡାକୁ ଲକ୍ଷେ ଟଙ୍କା ଜରିମାନା କରାଯାଇଛି । ଶିବମ ହୋଣ୍ଡା ପୁରୀ ଚମାରକେରା ଅଞ୍ଚଳର ବିଜୟଲକ୍ଷ୍ମୀ ବାରିକଙ୍କୁ ମୋପେଡ ଦୁଇ ଚକିଆ ଯାନ ବିନା ନମ୍ବର ପ୍ଲେଟରେ ବିକ୍ରି କରିଥିଲା । ମାନେ ଗାଡ଼ି ରେଜିଷ୍ଟେସନ୍ ହେବା ପୂର୍ବରୁ ଗ୍ରାହକଙ୍କୁ ଦେଇଥିଲା କମ୍ପାନୀ ।ଗୁରୁବାର ସନ୍ଧ୍ୟାରେ ସମୁଦ୍ରକୂଳ ଥାନା ଅଞ୍ଚଳରେ ପୋଲିସ ଓ ଏମଭିଆଇ ମିଳିତ ଚେକିଂ ବେଳେ ଉକ୍ତ ଗାଡ଼ିକୁ ଧରିଥିଲେ । ଏଥିସହ କମ୍ପାନୀ ଓ ଶିବମ ହୋଣ୍ଡାକୁ ଏକ ଲକ୍ଷେ ଟଙ୍କାର ଫାଇନ୍ କରାଯାଇଛି । ଏହି ଘଟଣା ନୂଆ ନୁହେଁ ପୂର୍ବରୁ ସମାନ ଘଟଣାରେ ନୂଆ ମୋଟର ଯାନ ଆଇନ୍ ବଳରେ କଟକର ଖିମଜି ହୋଣ୍ଡାକୁ ମଧ୍ୟ ଆରଟିଓ ଏକ ଲକ୍ଷ ଟଙ୍କା ଫାଇନ୍ କରିଥିଲେ ।

Leave a Reply