spot_img

Latest Posts

ନନ୍ଦିଘୋଷ ଟିଭିରେ ରିଲିଜ ହେଲା ବହୁ ଚର୍ଚ୍ଚିତ ମ୍ୟୁଜିକ ଭିଡିଓ- ‘କିଛି ମାଗୁ ନାହିଁ ତତେ’

ଭୁବନେଶ୍ୱର: ରିଲିଜ ହୋଇଯାଇଛି ବହୁ ଚର୍ଚ୍ଚିତ ମ୍ୟୁଜିକ ଭିଡିଓ- ‘କିଛି ମାଗୁ ନାହିଁ ତତେ’ । ଦିବ୍ୟାଙ୍ଗଙ୍କୁ ନେଇ ହୋଇଥିବା ଏକ ନୂଆ ପ୍ରୟାସ ସମସ୍ତଙ୍କୁ ପ୍ରେରଣା ଦେଇଛି । ନନ୍ଦିଘୋଷ ଟିଭିର ଲୋକପ୍ରିୟ କାର୍ଯ୍ୟକ୍ରମ ପ୍ରଣାମ ଓଡ଼ିଶାରେ ରିଲିଜ ହୋଇଛି ଏହି ମ୍ୟୁଜିକ ଭିଡିଓ । ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏଥିରେ ମୁଖ୍ୟ ଆକର୍ଷଣ ପାଲଟିଛନ୍ତି ।

ଆଉ ଏଥିରେ ବର୍ଷାଙ୍କ ସାଥ ଦେଇଛନ୍ତି କିଛି ଦିବ୍ୟାଙ୍ଗ । ଭିଡ଼ିଓଟିରେ ଅତିସୁନ୍ଦର ଭାବେ ନିଜ ଅଭିନୟର କଳା ପ୍ରଦର୍ଶନ କରିଛନ୍ତି ଏହି ଦିବ୍ୟାଙ୍କମାନେ । ତେବେ ଏହି ସଂଗୀତରେ କଣ୍ଠଦାନ କରିଛନ୍ତି ନମିତା ମେଲକା । କିଛି ଦିନ ପୂର୍ବେ, କୋରାପୁଟ କୁଇ ସମାଜର ଝିଅ ନମିତାଙ୍କ ଗୀତ ଗଣମାଧ୍ୟମରେ ବହୁତ ଭାଇରାଲ ହୋଇଥିଲେ। ତାଙ୍କ କଣ୍ଠର ଯାଦୁ ସମସ୍ତଙ୍କୁ ଆକର୍ଷିତ କରିଥିଲା। ଏହା ପରେ ତାଙ୍କୁ ଡକରା ପଡ଼ିଥିଲା ସିଲଭର୍‌ ସିଟି କଟକରୁ। ସେଠାରେ ତାଙ୍କ କଣ୍ଠରେ ରେକର୍ଡିଂ ହେଲା କାଳିଆ ଭଜନ । ଆଉ ଏହି ଭଜନର ଏକ ନିଆରା ଭିଡିଓ ତିଆରି କରାଇଛନ୍ତି ଓଲିଉଡ କ୍ୱିନ ବର୍ଷା ପ୍ରିୟଦର୍ଶିନୀ। ଯାହାକି ସୋମବାର ଦିନ ବିଶ୍ୱ ବ୍ରେଲି ଦିବସ ଅବସରରେ ଲଞ୍ଚ ହୋଇଛି।

ତେବେ ମ୍ୟୁଜିକ ସାଇନଟିଷ୍ଟ ପ୍ରେମାନନ୍ଦଙ୍କ ନିର୍ଦ୍ଦେଶନା ଏବଂ ଓଡ଼ିବାବା ବ୍ୟାନରରେ ପ୍ରଜୋଜିତ ଏହି ମ୍ୟୁଜିକ ଭିଡିଓରେ ସନ୍ଧ୍ୟାରାଣୀ, ଆଶା ବାହାଦୁର, ପୂର୍ଣ୍ଣିମା ରାଉତ, ପ୍ରମୋଦିନି ରାହୁଳ, ଦିପା ସାହା, ଭାସ୍କର ସାହା ପ୍ରଭୃତି ଅଭିନୟ କରିଛନ୍ତି। ଆଉ ଏଥିରେ ଗେଷ୍ଟ ଅପିୟରାନ୍ସ ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଭିଡିଓକୁ କୋରିଓଗ୍ରାଫ କରିଛନ୍ତି ଦେବାଶୀଷ ସାହୁ। ଗୀତଟିର ଶବ୍ଦ ସଂଯୋଜନା କରିଛନ୍ତି ବିଜୟ ମଲ୍ଲ।

Latest Posts

Don't Miss