କରୋନା ପାଇଁ ରାଜ୍ୟ ବାହାରେ ଫଶି ରହିଛନ୍ତି ୧୦୦ରୁ ଅଧିକ ଦାଦନ, ଘରକୁ ଫେରାଇ ଆଣିବାକୁ ସରକାରଙ୍କୁ କଲେ ଗୁହାରୀ

ଭୁବନେଶ୍ୱର: କରୋନା ପାଇଁ ରାଜ୍ୟ ବାହାରେ ଦାଦନ ଦୁଃଖ । ଲକଡାଉନ ପାଇଁ ଘରକୁ ନଫେରି ସରକାରଙ୍କୁ କରିଛନ୍ତି ଗୁହାରୀ । କାମ କରିବାକୁ କେରଳ ଏର୍ଣ୍ଣାକୁଲମ ନେଟୁର ପାଲ୍ଲୀ ଯାଇଥିଲେ କନ୍ଧମାଳ ଓ ଗଞ୍ଜାମ, ଗଜପତି ଓ ରାୟଗଡାର ୧୦୦ରୁ ଅଧିକ  ଯୁବକ । ୮ ମାସ ହେଲା ପରିବାର ଚଳାଇବା ପାଇଁ ସେଠାରେ ରହି କାମ କରୁଥିଲେ । ତେବେ କରୋନା ସଂକ୍ରମଣ ଆଶଙ୍କାରେ ସେମାନେ ଘରକୁ ଫେରିବା ପାଇଁ ମାସକ ପୂର୍ବରୁ ଟିକେଟ୍‌ ବୁକ୍‌ କରିଥିଲେ । କିନ୍ତୁ ଜନତା କର୍ଫ୍ୟୁ ପାଇଁ ରେଲ ଚଳାଚଳ ଠପ୍‌ ହୋଇଯିବାରୁ ଟିକେଟ ଫେରସ୍ତ ହୋଇଥିଲା ।

ଏହାସହ ସେମାନେ ରହୁଥିବା ଭଡାଘରୁ ବାହାର କରିଦେଇଛି ଘରମାଲିକ । ରହିବା ଓ ଖାଇବା ପାଇଁ ସେମାନଙ୍କ ନିକଟରେ ପଇସା ନାହିଁ । ଉଦ୍ଧାର ପାଇଁ ସେମାନେ ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି । ଭିଡିଓ ମାଧ୍ୟମରେ ସେ ଓଡ଼ିଶା ଫେରାଇ ଆଣିବାକୁ ନିବେଦନ କରିଛନ୍ତି । ସେହିପରି ଲକ୍‌ ଡାଉନ ପାଇଁ ୨୫ରୁ ଅଧିକ ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶରେ ଫସିଛନ୍ତି । ଘର ବହୁଡା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏମାନଙ୍କ ମଧ୍ୟରେ ଜୁନାଗଡ, ଗୋଲାମୁଣ୍ଡା, କେସିଙ୍ଗାର ୨୫ ଯୁବକ ରହିଛନ୍ତି ।

Leave a Reply