ତ୍ରେତୟା ଯୁଗକୁ ଚାଲିଗଲେ ସୁର… କାହିଁକି ?

MLA Sura Routray In New Avtar Of Lord Shri Ram

ଖୋର୍ଦ୍ଧା: ଡାଇଲଗକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା କଂଗ୍ରେସ ବିଧାୟକ ସୁର ଏବେ କ୍ୟାମେରାରେ କଏଦ୍ । ଆପଣ ଭାବୁଛନ୍ତି କି ସୁର ପୁଣି ଏଣୁ ତେଣୁ କିଛି ଗପିଦେଲେ । ନା ସେମିତି ନୁହଁ । ରାପରେ ଧମାଲ ମଚାଇଥିବା ସୁର ରାଉତରାୟ ନଜର ଆସୁଛନ୍ତି ଏକ ଗୀତରେ । ଏହାର ସୁଟିଂ ଏବେ ଜୋରସୋରରେ ଚାଲିଛି । ନୂଆ ବର୍ଷରେ, ନୂଆ ଲୁକରେ ପୁରୁଣା ଡାଇଲଗ୍ ସହ ନଜର ଆସିବେ ସୁର ।

MLA Sura Routray In New Avtar Of Lord Shri Ram

ଶ୍ରୀରାମ ଭୂମିକାରେ ବିଧାୟକ ସୁରେଶ ରାଉତରାୟଙ୍କୁ ଦେଖିବାକୁ ମିଳିବ । ବିଧାୟକ ଅପେକ୍ଷା ସୁରଙ୍କ ରୋଲକୁ ନେଇ ଏବେ ବେଶୀ ଚର୍ଚ୍ଚା ହେଉଛି । କିଛିଦିନ ତଳେ ସମ୍ବଲପୁରୀ ନାଚରେ ଅଭିନୟ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଥିବା ଏହି ନେତାଙ୍କର ଆଉ ଏକ ଗୀତ ଆସୁଛି ସେଥିରେ ସେ ଅଛନ୍ତି ଶ୍ରୀରାମ ଭୂମିକାରେ । ଶ୍ରୀରାମ ଭୂମିକାରେ ସୁରେଶ ଆସୁଛନ୍ତି ଖୋଲା ଜିପରେ, ସାଙ୍ଗରେ ଅଛନ୍ତି ସମର୍ଥକ । ସମ୍ପୂର୍ଣ୍ଣ ସୁସଜ୍ଜିତ, ମୁଣ୍ଡରେ ମୁକୁଟ, କାନ୍ଧରେ ଧନୁ । ମୁହଁରେ ତାଙ୍କର ସେହି ଚାରିଚରିତ ଡାଏଲଗ । ମାଡ଼ି ଚାଲ, ଖୁବ ସୁନ୍ଦର, ବିଉଟି ଫୁଲ । ନିଜର ନିଆରା ଢଙ୍ଗରେ କହି ସୁଟିଂରେ ବ୍ୟସ୍ତ ସୁର ରାଉତରାୟ ।

MLA Sura Routray In New Avtar Of Lord Shri Ram

ନୂଆବର୍ଷରେ ନୂଆ ଭେଟି ଦେବା ପାଇଁ ଅଭିନୟ କରିଛନ୍ତି ସୁର ରାଉତରାୟ । ଓଡ଼ିଶାରେ ରାମ ରାଜ୍ୟ, ଶାନ୍ତି ପ୍ରତିଷ୍ଠା ସହ ଯୁବ ସମାଜକୁ ନିଶା କବଳରୁ ଦୂରେଇ ରଖିବା ପାଇଁ ଏହି ଅଭିନୟ ମାଧ୍ୟମରେ ବାର୍ତ୍ତା ଦେଉଛନ୍ତି ସୁର । ଏହି ସଂସ୍ଥା ପୂର୍ବରୁ ସୁର ରାଉତରାୟଙ୍କୁ ନେଇ କରିଥିବା ଏକ ଗୀତ ଅପୂର୍ବ ସଫଳତା ପାଇଥିଲା । ଏହାପରେ ପୁଣି ଆଉ ଏକ ନୂଆ ଗୀତ କରିଛି ଉକ୍ତ ସଂସ୍ଥା । ଯେଉଁଥିରେ ସୁରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି ।

Leave a Reply