ପେଟ୍ରୋଲ ପମ୍ପ ମାଲିକଙ୍କ ଘରୁ ଲୁଟିଲେ ୧୦ ଲକ୍ଷଟଙ୍କାର ସୁନା ଗହଣା

1 min read

କଳାହାଣ୍ଡି: ପୁଣି ଏକ ବଡ଼ ଧରଣର ଡକାୟତି ହୋଇଛି । ବୋର୍ଡା ପେଟ୍ରୋଲ ପମ୍ପ ମାଲିକଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଛି । ପେଟ୍ରୋଲ ପମ୍ପ ମାଲିକ ଅନିଲ ଜୈନଙ୍କ ଘରୁ ଡକାୟତି ହୋଇଥିବା ବେଶେ ମାରଣାସ୍ତ୍ର ସହ ୫ରୁ ଅଧିକ ଡକାୟତ ଘରେ ପଶିଥିଲେ । ବନ୍ଧୁକ ଦେଖାଇ ଘର ଲୋକଙ୍କୁ ଭୟଭୀତ କରାଇ ଲୁଟିନେଇଥିଲା ଲକ୍ଷାଧିକ ଟଙ୍କା । ୧୦ ଲକ୍ଷରୁ ଅଧିକ ଟଙ୍କା, ସୁନା ଗହଣା ଲୁଟିନେଇଛନ୍ତି ଲୁଟେରା । ଘଟଣାସ୍ଥଳରେ ବୋର୍ଡା ପୋଲିସର ଛାନବିନ ଜାରି ରହିଛି ।

କିଛି ଦିନ ହେଲା କଳାହାଣ୍ଡିରେ ଲୁଟତରାଜ ଘଟଣା ଦେଖିବାକୁ ମିଳୁଛି । ଗତ ୧ ମାସ ମଧ୍ୟରେ ୨ଟି ବଡ଼ ଧରଣର ଡକାୟତି ହୋଇଛି । ତେବେ ଏକ ନିର୍ଦ୍ଧିଷ୍ଟ ଗ୍ୟାଙ୍ଗ ଧନିକ ଶ୍ରେଣୀର ଲୋକଙ୍କୁ ଟାର୍ଗେଟ କରୁଥିବା ଅନୁମାନ କରାଯାଉଛି । ସଶସ୍ତ୍ର ଡକାୟତି ଗ୍ୟାଙ୍ଗ ଘରେ ପଶିବା ପରେ ସ୍ୱାମୀ-ସ୍ତ୍ରୀଙ୍କୁ ବାହାର ପଟୁ ଲକ୍ କରିଥିଲେ । ପରେ ସେମାନେ ଲୁଟ ଚଳାଇଥିବା ସୂଚନା ।

ଏଥିସହିତ ପଢ଼ନ୍ତୁ: ବେଆଇନ ବାଲିଘାଟ ଉପରେ ଚଢ଼ାଉ: ୭ ଟ୍ରାକ୍ଟର ଜବତ, ୧୧ ଜଣଙ୍କୁ ଅଟକ ରଖିଛି ପୋଲିସ

Leave a Reply