ଆମ୍ବୁଲାନ୍ସ କର୍ମଚାରୀଙ୍କ ଅବହେଳାରୁ ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ

କେନ୍ଦୁଝର: ଅବହେଳା ପାଇଁ ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ । ଆମ୍ବୁଲାନ୍ସରେ ଅକ୍ସିଜେନ ଯୋଗାଇ ନଦେବାରୁ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏବଂ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅବହେଳା ଯୋଗୁ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ କେନ୍ଦୁଝର ଜିଲ୍ଲା ଘସିପୁରା ମେଡିକାଲରେ ଉତ୍ତେଜନା ଦେଖା ଦେଇଛି । ନାବାଳିକାଙ୍କ ପରିବାର ଓ ସ୍ଥାନୀୟ ବାସିନ୍ଦା ମେଡ଼ିକାଲରେ ହୋ ହାଲା କରିଛନ୍ତି । ଘଟଣାସ୍ଥଳରେ ଘସିପୁରା ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି ।

ଅଭିଯୋଗ ଅନୁସାରେ, ନନ୍ଦିପଦା ଥାନା ଖେତୁଆଳୀର ବସନ୍ତ ବେହେରାଙ୍କ ଝିଅର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସରେ ଆସିବା ସମୟରେ ନାବାଳିକାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା । ମେଡିକାଲ ଆସିବା ବାଟରେ ଶ୍ୱାସକ୍ରିୟାରେ ଅଧିକ କଷ୍ଟ ଅନୁଭବ କରିଥିଲେ ଏବଂ ଠିକରେ ନିଶ୍ୱାସ ନେଇପାରି ନଥିଲେ । ଏନେଇ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଝିଅକୁ ଅକ୍ସିଜେନ ଦେବାକୁ ନେହୁରା ହୋଇଥିଲେ ପରିବାର ଲୋକେ । କିନ୍ତୁ ସେମାନଙ୍କ କଥା ଶୁଣି କର୍ମଚାରୀ ଜଣଙ୍କ ଏବଂ ଅକ୍ସିଜେନ ବି ଦେଇନଥିବା ଅଭିଯୋଗ ହୋଇଛି । ଫଳରେ ମେଡିକାଲ ପହଞ୍ଚିବା ପୂର୍ବରୁ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା ।

Leave a Reply