ମହିଳା କମିଶନରେ ବର୍ଷା, ସାଂସଦ ଅନୁଭବ ମହାନ୍ତିଙ୍କୁ ହାଜର ନୋଟିସ୍

ଭୁବନେଶ୍ୱର: ଓଲିଉଡ୍ ଷ୍ଟାର ଦମ୍ପତ୍ତି ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ କଳହ ମାମଲାରେ ମହିଳା କମିଶନରେ ହାଜର ହୋଇଛନ୍ତି ବର୍ଷା। ଆଜି ରାଜ୍ୟ ମହିଳା କମିଶନରେ ମାମଲାର ଶୁଣାଣି ହେବ । ଏଥିପାଇଁ ସାଂସଦ ଅନୁଭବ ମହାନ୍ତିଙ୍କୁ ହାଜର ପାଇଁ ନୋଟିସ୍ ଜାରି କରିଛନ୍ତି କମିଶନର ।

ଏହା ସହିତ ଅନୁଭବଙ୍କ ବାପା, ମାଆଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ହାଜର ପାଇଁ ନୋଟିସ ଜାରି କରିଛନ୍ତି କମିଶନ । ଆଜି କମିଶନଙ୍କ ନିକଟରେ ହାଜର ହେବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ନ୍ୟାୟ ପାଇଁ ବର୍ଷା ଗତ ୧୫ତାରିଖରେ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହେବା ପରେ କମିଶନଙ୍କ ପକ୍ଷରୁ ମାମଲାକୁ ଗ୍ରହଣ କରି ନୋଟିସ ଜାରି କରାଯାଇଥିଲା । ଆଜି ଏହି ମାମଲାର ପ୍ରଥମ ଶୁଣାଣି ରହିଛି ।

ତେବେ ସାଂସଦ ଅନୁଭବ ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ ବିବାଦ ସମ୍ପର୍କିତ ମାମଲା ହାଇକୋର୍ଟରେ ମଧ୍ୟ ବିଚରାଧିନ ରହିଛି ।

Leave a Reply