spot_img

Latest Posts

ଆରମ୍ଭ ହେଲା ଟିକାକରଣ: ସଫେଇ କର୍ମଚାରୀ ନେଲେ ପ୍ରଥମ ଟିକା

ନୂଆଦିଲ୍ଲୀ: ଦେଶବ୍ୟାପୀ ଶନିବାର କରୋନା ଟୀକାକରଣ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏହାର ଶୁଭାରମ୍ଭ କରିବା ସହ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ କରୋନା ଟିକା ପ୍ରସ୍ତୁତ କରିଥିବା ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି। ଦେଶର ପ୍ରାୟ ୩ ହଜାର କେନ୍ଦ୍ରରେ କୋଭିଡ ଟିକାକରଣ ହେଉଛି। ସାରା ଦେଶରେ ଟିକାକରଣକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଦିଲ୍ଲୀ ଏମସ୍ ହସ୍ପିଟାଲରେ ପ୍ରଥମ ଟିକା ଦିଆଯାଇଛି। ଏମସ୍ ହସ୍ପିଟାଲର ସଫେଇ କର୍ମଚାରୀ ମନୀଷ କୁମାରଙ୍କୁ ପ୍ରଥମ ଟିକା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ସ ବର୍ଦ୍ଧନଙ୍କ ଉପସ୍ଥିତିରେ ଏମ୍ସର ଟିକାକରଣ କେନ୍ଦ୍ରରେ ମନୀଷଙ୍କୁ ଟିକା ଦିଆଯାଇଛି।

ସବୁଠାରୁ ଭଲ କଥା ହେଉଛି, ଟିକା ନେବାକୁ ଅନେକ ଲୋକ ଭୟ କରୁଥିବା ବେଳେ ଦିଲ୍ଲୀର ଏହି ଯୁବକ ପ୍ରଥମେ ଟିକା ନେବାକୁ ନିଜ ଆଡକୁ ଆଗ୍ରହ ପ୍ରକାଶ କରିଥିଲେ। ତାଙ୍କର କହିବା କଥା, ଯେ ସେ ଟିକା ନେଲେ ଆଗକୁ ଆହୁରୀ ଲୋକଙ୍କ ସେବା କରିବାକୁ ସୁଯୋଗ ମିଳିବ। ମନୀଷଙ୍କ ମାଆ ମଧ୍ୟ ଦିଲ୍ଲୀ ଏମ୍ସରେ ଚାକିରି କରୁଛନ୍ତି। ମନୀଷ କହିଛନ୍ତି ଯେ ଟିକା ନେବା ପରେ ତାଙ୍କୁ କୌଣସି ପ୍ରକାର ଅସୁସ୍ଥତା ଅନୁଭବ ହେଉନାହିଁ। ସେ ପୁରା ସୁସ୍ଥ ଅଛନ୍ତି। ଏଥିସହିତ ସେ ଦେଶବାସୀଙ୍କୁ ଗୁଜବ ଶୁଣି ଭୟ ନକରିବାକୁ ନିବେଦନ କରିଛନ୍ତି।

ଅନ୍ୟପଟେ, ରାଜ୍ୟର ପ୍ରଥମ ଟିକାକରଣ କ୍ୟାପିଟାଲ ହସ୍ପିଟାଲରୁ ଆରମ୍ଭ ହୋଇଛି। ରାଜ୍ୟରେ ପ୍ରଥମ ଟିକା ନେଇଛନ୍ତି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ବିରଂଚି ନାୟକ। ସେ ମଧ୍ୟ ଟିକା ନେବା ପରେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କ ପାଖରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ।

Latest Posts

Don't Miss