IIFLର ଲୁଟ ଘଟଣା: ମାନାପୁରମ ଶାଖା ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ

1 min read

କଟକ: ଖୋଲୁଛି କଟକ ଆଇଆଇଏଫଲ୍‌ ଫାଇନାନ୍‌ସରୁ ସୁନା ଟଙ୍କା ଲୁଟ୍‌ ଘଟଣା ଗୁମର । ଦିନ ଯେତେ ଗଡ଼ୁଛି ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଜି ଏହି ଘଟଣାରେ ମାନାପୁରମ ଶାଖା ମ୍ୟାନେଜରଙ୍କୁ ଉଠାଇ ନେଇଛି ପୋଲିସ । ବଜ୍ରକବାଟି ମାନାପୁରମ ଶାଖା ମ୍ୟାନେଜରଙ୍କୁ ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହରେ ପଚରାଉଚରା କରୁଛି ପୋଲିସ ।

ଗତକାଲି ଘଟଣାକୁ ନେଇ ବଜ୍ରକବାଟୀ ମାନାପୁରମ ଶାଖାରେ ପଶି ପୋଲିସ ତଦନ୍ତ ଚଳାଇଥିଲା । ଲାଲା ଅମ୍ରିତ ଓ ଅନ୍ୟ ଜଣେ ଅଭିଯୁକ୍ତକୁ ଆଣି ପୋଲିସ ଶାଖାରେ ଖୋଳତାଡ଼ କରୁଥିଲା । ଶାଖାରେ ଲାଲା ଅମ୍ରିତ ଓ ଅନ୍ୟ ଜଣେ ଅଭିଯୁକ୍ତ ମାନାପୁରମ ଶାଖାରୁ ୧କେଜି ସୁନା ଚୋରି କରିଥିଲେ । ଏବଂ ଘଟଣା ଜେଲ ଯାଇ ବେଲରେ ମଧ୍ୟ ଆସିଥିଲେ ।

ସେପଟେ ମାଷ୍ଟରମାଇଣ୍ଡ ଲାଲା ଅମୃତ ରାୟଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା କମିଶନରେଟ ପୋଲିସ । ଲାଲା, ବାଇ ରଂଜନ ଓ ପ୍ରମୁଖ ସହଯୋଗୀ ନୀଳିମା ଲେଙ୍କାଙ୍କ ସମେତ ୭ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଫେକ୍ ଆକାଉଣ୍ଟ କରି ଏମାନେ ଲୁଟର ରଚିଥିଲେ ବ୍ଲୁ ପ୍ରିଣ୍ଟ ।

କଟକ ନୟାସଡ଼କ IIFL ଫାଇାନାନ୍‌ସ ‌ଲୁଟ୍ ଘଟଣାରେ ଅଭିଯୁକ୍ତଙ୍କ ରିମାଣ୍ଡ ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ । ଏବେ ସୁଦ୍ଧା ୩ କେଜି ସୁନା ଓ ୫ ଲକ୍ଷ ଟଙ୍କା ଜବତ ହୋଇଛି । ଅଡି କାର, ବଜାଜ ପଲସର ଓ ହୋଣ୍ଡା ଗାଡି ବି ଜବତ ହୋଇଛି । ଖେଳଣା ବନ୍ଧୁକ ଦେଖାଇ ଲୁଟ୍ କରିଥିଲେ । ଅଡିଟ ପାଇଁ ନକଲି ସୁନାକୁ ଅସଲି ସୁନା ସହ ମିଶାଇ ଦେଉଥିଲା ଲାଲା। ଏହି ରାକେଟରେ ଆହୁରି ଅନେକ ସାମିଲ ଅଛନ୍ତି, ଆଗକୁ ଗିରଫ ହେବେ ବୋଲି ଡିସିପି କହିଛନ୍ତି ।

Leave a Reply