ବନ୍ୟା ପାଣିରେ ମହାନଦୀରେ ଭାସି ଆସିଲା ନରକଙ୍କାଳ

Man Skeleton Found From Boudh Mahanadi River Banks

ବୌଦ୍ଧ: ମହାନଦୀ ଗର୍ଭରୁ ମିଳିଲା ନରକଙ୍କାଳ । ବୌଦ୍ଧ ଥାନା ଅନ୍ତର୍ଗତ ମହାନଦୀ କୂଳରୂ ନରକଙ୍କାଳ ଠାବ ହୋଇଛି । ସ୍ଥାନୀୟ ଲୋକ ପ୍ରଥମେ ମହାନଦୂ କୂଳରେ ନରକଙ୍କାଳ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

Man Skeleton Found From Boudh Mahanadi River Banks

ମହାନଦୀ କୂଳରୁ ଠାବ ହୋଇଥିବା ନରକଙ୍କାଳଟି ବନ୍ୟା ପାଣିରେ ଭାସି ଆସିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ କହିଛି । ପୋଷ୍ଟମର୍ଟମ ପାଇଁ କଙ୍କାଳଟିକୁ ବୁର୍ଲା ପଠାଯାଇଛି । ଶବ ବ୍ୟବଚ୍ଛେଦ ପରେ ସବିଶେଷ ତଥ୍ୟ ମିଳିବ ବୋଲି କହିଛନ୍ତି ବୌଦ୍ଧ ଥାନା ଅଧିକାରୀ । ନରକଙ୍କାଳଟି କାହାର ଏବଂ କେଉଁଠୁ ଭାସି ଆସିଛି ପୋଲିସ ଅନୁସନ୍ଧାନ ଜାରି ରଖିଛି ।

Leave a Reply