ବାଜିରେ ଲାଗିଥିଲା ଜୀବନ, ସୌଭାଗ୍ୟକୁ ବଞ୍ଜିଗଲେ

1 min read

ମଧ୍ୟପ୍ରଦେଶ : କିଛି ଲୋକଙ୍କ ଅଜବ ଗଜବ କାରନାମା ବେଳେବେଳେ ସମସ୍ତଙ୍କୁ ଚକିତ କରିଥାଏ । ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ଜୀବନକୁ ବି ଏଥିପାଇଁ ବାଜିରେ ଲଗାଇ ଦିଅନ୍ତି । ଆମେ କହୁଛୁ ମଧ୍ୟ ପ୍ରଦେଶର ଏକ ଘଟଣା ବିଷୟରେ । ମଧ୍ୟ ପ୍ରଦେଶର ଡାବରା ରେଲଓ୍ୱେ ଷ୍ଟେସନରେ ଏକ ବିଚିତ୍ର ଘଟଣା ଘଟିଛି ଯାହା ସମସ୍ତଙ୍କୁ ଦୀର୍ଘ ସମୟ ଧରି ଚିନ୍ତାରେ ପକାଇ ଦେଇଥିଲା । ସର୍ବ ସମ୍ମୁଖରେ ଜଣେ ଯୁବକ ସକାଳୁ ସକାଳୁ ଟ୍ରାକ୍ ଉପରେ ଥିବା ତାର ଉପରେ ଚଢିଯାଇଥିଲେ । କେହି କିଛି ଭାବିବା ଆଗରୁ ଯୁବକ ଜଣଙ୍କ ବିଦ୍ୟୁତ ତାରକୁ ଧରି ଝୁଲିପଡ଼ିଥିଲେ । କିନ୍ତୁ ସୌଭାଗ୍ୟ ବଶତଃ ସେଠାରେ ବନ୍ଧା ଯାଇଥିବା ତାରଗୁଡିକରେ କରେଣ୍ଟ୍ ସଂଯୋଗ ନଥିଲା। ବଞ୍ଚିଯାଇଥିଲେ ସଂପୃକ୍ତ ଯୁବକ ।

ଏ ପୁରା ଘଟଣାକ୍ରମ ସକାଳ ୬ ଟାରେ ହୋଇଥିବାବେଳେ ଷ୍ଟେସନରେ ଥିବା ଜଣେ ଗାର୍ଡ ଏ ଖବର ଜି.ଆର୍.ପିକୁ  ଜଣାଇଥିଲେ । ରେଲଓ୍ବେ ପୋଲିସ୍ ପାଖରେ ଏ ଖବର ପହଁଞ୍ଚିବା ପରେ ପୋଲିସ୍ ପହଁଞ୍ଚି ସେଠାରୁ ଯୁବକଙ୍କୁ ଉଦ୍ଧାର କରିଥିଲା । ଯୁବକ ଜଣଙ୍କର ମାନସିକ ସନ୍ତୁଳନ ଠିକ ନଥିବା ପୋଲିସ୍ ସନ୍ଦେହ କରିଛି । ')}

Leave a Reply