ବିକାଶ ନୁହେଁ, ବିନାଶ ଚାହୁଁଛି ବିଜେପି… କଥା ନମାନିଲେ କରୁଛି ସିବିଆଇ ରେଡ୍: ମମତା

1 min read
Mamata Banerjee Targeted BJP Amit Shah Over Hindi Language

କୋଲକାତା: ପଶ୍ଚିମବଙ୍ଗରୁ ବିଜେପିକୁ ଟାର୍ଗେଟ୍ । ଶାହଙ୍କ ନାଁ ଧରିଲେ, ପୁଣି ମାଟି ମଣିଷର କଥା କହିଲେ ଦିଦି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଶାଣିତ ଆକ୍ରମଣ କରିଛନ୍ତି । ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନୂଆ ଗୋଟି ଚାଳନା କରିଛନ୍ତି ଦିଦି । ବିଜେପି ଭାଷା ଭିତ୍ତିରେ ବିଭାଜନ ସୃଷ୍ଟି କରିବା ସହ ହିନ୍ଦୁ-ମୁସଲିମଙ୍କୁ ନେଇ ଦେଶକୁ ବିଭାଜିତ କରିବାକୁ ଚେଷ୍ଟା କରୁଥିବା ମମତା କହିଛନ୍ତି ।

Mamata Banerjee Targeted BJP Amit Shah Over Hindi Language

କୋଲକାତା ଟିଏମସି ଭବନର ମିଡିଆ ସେଣ୍ଟରରେ ମମତା ବାନାର୍ଜୀ ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ, ପଞ୍ଜାବ ଆଦି ହିନ୍ଦୀ ଭାଷୀ ରାଜ୍ୟର ଲୋକଙ୍କୁ ସମ୍ବୋଧନ କରିଛନ୍ତି । ଜାନୁଆରୀ ୨୬ରେ ହୋଇଥିବା କୃଷକଙ୍କ ଟ୍ରାକ୍ଟର ରାଲି ଉପରେ ବି ମତ ରଖିଛନ୍ତି । ୨୦ ଲକ୍ଷ ଚାଷୀ ଏକାଠି ହେଲେ ଛୋଟବଡ଼ ଦୁର୍ଘଟଣା ଘଟିବା ସ୍ୱାଭାବିକ ବୋଲି କହିଛନ୍ତି ଦିଦି । ମୋଦି, ଅମତି ଶାହ କୃଷକଙ୍କ କଥା ଶୁଣନ୍ତୁ ନତେଚ୍ ଗାଦି ଛାଡ଼ନ୍ତୁ ବୋଲି ମମତା କହିଛନ୍ତି । ଏଥିସହ ପଶ୍ଚିମବଙ୍ଗ ବିଧାନସଭାରେ ୩ କୃଷି ବିଲ୍ ବିରୋଧରେ ସଂକଳ୍ପ ପାରିତ କରିଥିବା କହିଛନ୍ତି ମମତା ।

ମମତା ଅଭିଯୋଗ କରିଛନ୍ତି- ବିଜେପି ସମସ୍ତଙ୍କୁ ଡରାଉଛି । ବିଜେପି କଥା ଯିଏ ନଶୁଣୁଛି ତା’ଘରେ ସିବିଆଇ ରେଡ୍ କରୁଛି । କେବଳ ନିର୍ବାଚନ ଆସିଲେ ବିଜେପି ଭୋଟ୍ ମାଗିବାକୁ ଆସୁଛି ବୋଲି ଦିଦି କହିଛନ୍ତି । ସିଟ୍ ଛାଡ଼ିଦେବୁ ସିନା କିନ୍ତୁ ସର ବା ମୁଣ୍ଡ ନୂଆଁଇବୁ ନାହିଁ ବୋଲି ମମତା କହିଛନ୍ତି । ବିଜେପି କୃଷକଙ୍କୁ ଅପମାନିତ କରିଛି । ଆମେ ଭୋଟ୍ ମାଧ୍ୟମରେ ଏହାର ଜବାବ ବିଜେପିକୁ ଦେବୁ ବୋଲି କହିଛନ୍ତି ।

Mamata Banerjee Targeted BJP Amit Shah Over Hindi Language

କୃଷକ ଦେଶରେ ନରହିଲେ ବିଜେପି କଣ ଖାଇବ ? ସୁନା, ରୂପା ଓ ହୀରା ଖାଇ ବିଜେପି ବଞ୍ଚିବ କି ବୋଲି ମମତା ପ୍ରଶ୍ନ କରିଛନ୍ତି । ଏଥିସହ ହିନ୍ଦୀ ଭାଷାକୁ ନେଇ ମମତା, ଶାହଙ୍କୁ ଟାର୍ଗେଟ୍ କରିଛନ୍ତି । ମୋତେ ହିନ୍ଦୀ ଅଳ୍ପ ବହୁତ ଜଣାଅଛି, କହିପାରେ । କିନ୍ତୁ, ଶାହ ଟେଲିପ୍ରମ୍ପଟରରେ ଗୁଜରାତି ଲେଖା ହିନ୍ଦୀକୁ ପଢ଼ୁଛନ୍ତି । ଆଜି କୋଲକାତାର ଟିଏମସି ଭବନରେ ହିନ୍ଦୀ ଭାଷୀ ଲୋକଙ୍କୁ ନେଇ ସମ୍ମିଳନୀ କରିଥିବା ମମତା ଆଗାମୀ ଦିନରେ ହିନ୍ଦୀ ଭାଷୀ ଲୋକଙ୍କୁ ନେଇ ଅନ୍ତର୍ଜାତୀୟ ସମ୍ମିଳନୀ କରିବେ ବୋଲି କହିଛନ୍ତି ।

Leave a Reply