ଆଜିଠୁ ରାଜଧାନୀରେ ମଲ୍ ଖୋଲିଲା, ସାମାଜିକ ଦୂରତ୍ୱକୁ ଧ୍ୟାନରେ ରଖି ହେବ କିଣାବିକା….

କଟକଣା ଭିତରେ ରାଜଧାନୀରେ ଖୋଲିଲା ସପିଂମଲ । ତେବେ ମଲ ମଧ୍ୟରେ ଥିବା ଫୁଡ୍ କୋର୍ଟ ଖୋଲିବାକୁ ମନାକରାଯାଇଛି । ସିନେମା ହଲ, ପିଲାଙ୍କ ପାଇଁ ଖେଳିବା ଜୋନ୍ ବନ୍ଦ ରହିବ । ମଲ ପରିସରରେ କୌଣସି ଏକତ୍ରୀକରଣକୁ ବାରଣ କରାଯାଇଛି । ମଲ ଭିତରେ ସୋସିଆଲ ଡିଷ୍ଟାନ୍ସକୁ ବାଧ୍ୟତାମୂଳକ କରାଯାଇଛି । ପରସ୍ପର ମଧ୍ୟରେ ୬ ଫୁଟର ଦୂରତା ରଖିବା ବାଧ୍ୟତାମୂଳକ । ଦୋକାନୀ ଓ ଗ୍ରାହକଙ୍କ ପାଇଁ ମାସ୍କ ପିନ୍ଧିବା ମଧ୍ୟ ବାଧ୍ୟତାମୂଳକ ରହିବ ।

ଆରୋଗ୍ୟ ସେତୁ ଆପ ଡାଉନଲୋଡ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବୟସ୍କ, ଗର୍ଭବତୀ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଘରେ ରହି କାମ କରିବେ । ସପିଂ ମଲ ମଧ୍ୟରେ ଛେପ ପକାଇବା ଦଣ୍ଡନୀୟ ଅପରାଧ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।କରୋନା କଟକଣା ମଧ୍ୟରେ ଜୀବନ ଜୀବିକା ଠପ୍ ହୋଇଯାଇଥିବା ବେଳେ ଆର୍ଥିକ ଗତିବିଧିକୁ ସ୍ୱାଭାବିକ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ।

କରୋନା କଟକଣା ମଧ୍ୟରେ ଜୀବକ ଉପାର୍ଜନର ପନ୍ଥାକୁ ସ୍ୱାଭାବିକ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କରୋନା କଟକଣା ଯୋଗୁଁ ଲୋକଙ୍କ ଜୀବିକା ଠପ୍ ହୋଇଯାଇଥିବାରୁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଣୁ କଟକଣା ମଧ୍ୟରେ ଆର୍ଥିକ କାରବାରକୁ ସ୍ୱାଭାବିକ କରାଯାଉଛି । ଏହି କ୍ରମରେ ସପିଂ ମଲ୍‌ ଖୋଲାଯିବା ନେଇ ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Leave a Reply