ଲକଡାଉନ୍ ଯୋଗୁଁ ବଦଳିଗଲା ଷ୍ଟାରଙ୍କ ଜୀବନ: କରୋନା କାଳରେ କାହ ପାଖରେ ଟଙ୍କା ଅଭାବ,କିଏ ପରିବାରଠାରୁ ଦୂରରେ

1 min read

ମୁମ୍ବାଇ: କରୋନା ଭୂତାଣୁ କେବଳ ସାଧାରଣ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇ ନାହିଁ। ବରଂ ଟିଭି ଏବଂ ବଲିଉଡର ଅନେକ ଷ୍ଟାର୍ସଙ୍କ ଉପରେ ମଧ୍ୟ ବରାବର ପ୍ରଭାବ ପରାଇଛି । କରୋନା ଭାଇରସ୍ ଏବଂ ଲକଡାଉନ୍ ଯୋଗୁଁ ଅନେକ କଳାକାର କ୍ଷତିଗ୍ରସ୍ତ ହୋଇଛନ୍ତି । କିଏ ତାଙ୍କ ପରିବାରଠାରୁ ଦୂରାଇ ରହିଛନ୍ତି  ତ’ କିଏ ପରିବାର ସହ ଥିଲେ ମଧ୍ୟ ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇଛି ।

ଚାନ୍ଦନୀ ଭଗବାନୀ

ଟେଲିଭିଜନ ଜଗତର ଚର୍ଚ୍ଚିତ ଚେହେରା ଥିଲେ, ଚାନ୍ଦନୀ ଭଗବାନୀ  । ଲକଡାଉନ୍ ଯୋଗୁଁ ସେ ଅଷ୍ଟ୍ରେଲିଆରେ ଅନେକ ଦିନ ପାଇଁ ଅଟକି ରହିଥିଲେ। ସେ କହିଥିଲେ ଯେ, ସେଠାରେ କେବଳ ସେ ନିଜ ସେଭିଂସ୍ ପାଇଁ ବଞ୍ଚିପାରୁଥିଲେ । ତାଙ୍କ କହିବାନୁସାରେ, ସେ ହୋଟେଲରେ ଏକ ମାସ ବିତାଇଥିଲେ।

ରତନ ରାଜପୁତ

ଟିଭି ଅଭିନେତ୍ରୀ ରତନ ରାଜପୁତ ମଧ୍ୟ ଲକଡାଉନ୍ ପାଇଁ ବହୁତ ପ୍ରଭାବିତ ହୋଇଛନ୍ତି । ଅନେକ ଦିନ ଯାଏଁ ସେ ନିଜ ଗାଁରେ ଫସି ରହିଥିଲେ। ସେ ଏମିତି ଏକ ସ୍ଥାନରେ ଫସିଥିଲେ ଯେଉଁଠାରେ ନା ରହିବାକୁ ଭଲ ଘର ଥିଲା ନା ଟିଭି ଥିଲା । କୌଣସି ଜିନିଷ ବିଷୟରେ ସେ ଜାଣିପାରୁନଥିଲେ । ଗାଁରେ ରତନ କେମିତି ଜୀବନ କାଟୁଥିଲେ, ସେନେଇ ରତନ ଅନେକ ଭିଡିଓ ସୋସିଆଲ ମିଡିଆରେ ଜାରି କରିଛନ୍ତି ।  ଏହି ଲକଡାଉନ୍ ରେ ସେ ଅନେକ କୁକିଂ ଭିଡିଓ କରି ଇଣ୍ଟରନେଟ୍ ରେ ପୋଷ୍ଟ କରୁଥିଲେ ।

ସେହନାଜ ଗିଲ

ବିଗ ବସ୍ ର ପ୍ରସିଦ୍ଧ ଚେହେରା ସେହନାଜ ଗିଲ ଲକଡାଉନ୍ ଯୋଗୁଁ ନିଜ ପରିବାରଠାରୁ ଦୁରରେ ଥିଲେ ।  ପଞ୍ଜାବରେ ସେହନାଜଙ୍କ ପୁରା ପରିବାର ବାସ କରନ୍ତି । ହେଲେ ସେ ନିଜ ମାଆ ବାପାଙ୍କ ପାଖକୁ ଯାଇପାରୁନଥିଲେ । ଲକଡାଉନ୍ ଯୋଗୁଁ ସେ ମୁମ୍ବାଇରେ ଅଟକି ରହିଥିଲେ। ତାଙ୍କ ଭାଇ ମଧ୍ୟ ତାଙ୍କ ସହିତ ରହୁଥିଲେ।

ଜାନ ଖାନ

ଅଭିନେତା ଜାନ ଖାନଙ୍କ କାହାଣୀ ସମ୍ପୂର୍ଣ୍ଣ ଭିନ୍ନ । ଲକଡାଉନରେ ଜାନଙ୍କ ସ୍ଥିତି ପୁରା ଅସମ୍ଭାଳ ହୋଇପଡିଥିଲା । ​​କାରଣ ଦୀର୍ଘ ଦିନ ଧରି ସେ ନିଜ ପାରିଶ୍ରମିକ ପାଇନଥିଲେ । ଧାରାବାହିକ “ହାମାରି ବହୁ ସିଲ୍କ” ରେ କାମ କରୁଥିଲେ । ଜାନଙ୍କ ଭଳି ଶୋ’ ସହିତ ଜଡିତ ଅନେକ କଳାକାର ସେମାନଙ୍କ ଫି ପାଇଲେ ନାହିଁ । ଜାନଙ୍କ କହିବା ଅନୁସାରେ କିଛି କଳାକାର ଆତ୍ମହତ୍ୟା ବିଷୟରେ ମଧ୍ୟ ଭାବିଥିଲେ । ଜାନ ସୋସିଆଲ ମିଡିଆ ମାଧ୍ୟମରେ ନିର୍ମାତାଙ୍କ ବିରୋଧରେ ଅନେକ କଥା ପୋଷ୍ଟ କରିଥିଲେ ।

ନୁପୁର ଆଲଙ୍କାରା

ନୁପୁର ଅନେକ ହିନ୍ଦୀ ସିରିଏଲରେ କୋ-ଷ୍ଟାର ଭାବେ କାମ କରିଛନ୍ତି । କିନ୍ତୁ ଲକଡାଉନ୍ ସମୟରେ ସେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତାଙ୍କ ମା’ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ସହ ଚିକିତ୍ସା ପାଇଁ ତାଙ୍କ ପାଖରେ ଟଙ୍କାର ଅଭାବ ଥିଲା । ତାଙ୍କ ଟଙ୍କା ବ୍ୟାଙ୍କରେ ଅଟକି ରହିଥିଲା। ତାଙ୍କର ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ରେଣୁକା ଶହାନେ ତାଙ୍କୁ ସାହାଯ୍ୟ କରିଥିଲେ । ସେ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ଟଙ୍କା ଦାନ କରିବାକୁ କହିଥିଲେ। ଏପରିକି ରେଣୁକାଙ୍କ ଭିଡିଓ ଦେଖି ଅକ୍ଷୟ କୁମାର ତାଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିଥିଲେ ।

ମନୋଜ ବାଜପେୟୀ

ଅଭିନେତା ମନୋଜ ବାଜପେୟୀ ମଧ୍ୟ ଲକଡାଉନ୍ ରେ ତିନି ମାସ ଧରି ଉତ୍ତରାଖଣ୍ଡରେ ଅଟକି ରହିଥିଲେ। ସେ ଏକ ଚଳଚ୍ଚିତ୍ର ପାଇଁ ସେଠାକୁ ଯାଇଥିଲେ, କିନ୍ତୁ ଲକଡାଉନ କାରଣରୁ ସେଠାରେ ଫସି ଯାଇଥିଲେ । ତାଙ୍କ ସହିତ ତାଙ୍କ ପରିବାର ମଧ୍ୟ ସେଠାରେ ଫସିକରି ରହିଥିଲା । କାରଣ ମନୋଜ୍ ମିନି ହଲିଡେରେ ପରିବାରକୁ ନେଇ ସୁଟିଂକୁ ଯାଇଥିଲେ ।

ରୋନିତ ରୟ

ବଲିଉଡ ଅଭିନେତା ରୋନିତ ରୟ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଦୀର୍ଘ ମାସ ଧରି ସେ ଟଙ୍କା ରୋଜଗାର କରିପାରିନାହାନ୍ତି । ତାଙ୍କ ବ୍ୟବସାୟ ମଧ୍ୟ ଠପ୍ ହୋଇଯାଇଥିଲା । ସେ ୧୦୦ ଟି ପରିବାର ଚଳାଉଥିଲେ ଯେଉଁମାନେ ତାଙ୍କ ଉପରେ ନିର୍ଭର କରନ୍ତି । ହେଲେ ଲକଡାଉନ୍ ଯୋଗୁଁ ତାଙ୍କର ଆର୍ଥିକ ଅବସ୍ଥା ଖରାପ ହୋଇଯାଇଛି ।

ସଞ୍ଜୟ ଦତ୍ତ

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଲକଡାଉନ୍ ଯୋଗୁଁ ନିଜ ପରିବାରଠାରୁ ଦୁରରେ ଥିଲେ ।  ତାଙ୍କ ପତ୍ନୀ ମାନ୍ୟତା ଦତ୍ତ ଦୁବାଇରେ ଫସି ରହିଥିଲେ । ତାଙ୍କ ପିଲାମାନେ ମଧ୍ୟ ମାଆଙ୍କ ସହିତ ଥିଲେ । ଏଭଳି ପରିସ୍ଥିତିରେ ସେମାନେ ଦେଶକୁ ଆସିପାରିନଥିଲେ । ଏହି ସମୟରେ ଭିଡିଓ କଲ୍ ମାଧ୍ୟମରେ ସେ ନିଜ ପରିବାର ସହ ଯୋଡି ହୋଇ ରହିଥିଲେ।

Leave a Reply