ଫୋନ୍‌ ଡେଲିଭରୀ ପରେ ଡେଲିଭରୀ ବୟଙ୍କ ବେକରେ ବେଲ୍ଟ ପକାଇ ଲୁଟ ଉଦ୍ୟମ

1 min read

ଜଲେଶ୍ୱର: ଡେଲିଭରୀ ବୟଙ୍କ ଠାରୁ ଲୁଟ ଉଦ୍ୟମ । ମରଣାନ୍ତକ ଆକ୍ରମଣ କରି ଲୁଟିବାକୁ ପ୍ରୟାସ । ବେକରେ ବେଲ୍ଟ ଲଗାଇ ଟାଣି ଟାଣି ଜଙ୍ଗଲ ମଧ୍ୟକୁ ନେଇ କରିଥାନ୍ତେ ଲୁଟ । ୩୪ ହଜାର ଟଙ୍କାର ମୋବାଇଲ ପାଇଁ ଇ-କାର୍ଟ ଡେଲିଭରୀ ବୟ ଙ୍କୁ ହତ୍ୟା ଉଦ୍ୟମ । ଏଭଳି ଏକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା  କମର୍ଦା ଥାନା ଅନ୍ତର୍ଗତ ବହାର୍ଦା ଗାଁରେ । ଲୁଟକୁ ଭିଫଳ କରିଛନ୍ତି ସ୍ଥାନୀୟ ଲୋକେ । ଲୁଟ ସମୟରେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଲୁଟେରାଙ୍କୁ ଅଟକ ରଖିବା ସହ ଡେଲିଭରୀ ବୟକୁ ଉଦ୍ଧାର କରିଥିଲେ । ଡେଲିଭରୀ ବୟଙ୍କ ନାମ ହେଉଛି ନିର୍ମାଲ୍ୟ ।

ସୂଚନା ଅନୁଯାୟୀ,  ନିର୍ମାଲ୍ୟ ଦାସ ଇ-କାର୍ଟ ର ଡେଲିଭରି ବୟ ଭାବେ କାମ କରନ୍ତି । କମର୍ଦା ଥାନା ଅନ୍ତର୍ଗତ ବହାର୍ଦା ଗ୍ରାମକୁ  ଏକ ୩୪ ହଜାର ଟଙ୍କାର ମୋବାଇଲ ଡେଲିଭରୀ ପାଇଁ ଯାଇଥଲେ । ମାତ୍ର ଅର୍ଡର ମଗାଇ ଥିବା ଯୁବକ ମୋବାଇଲ ନେବାପରେ ତାଙ୍କ ସହଯୋଗୀ ପଛପଟୁ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ବେଲ୍ଟ ରେ ବେକରେ ବାନ୍ଧି ନିକଟରେ ଥିବା ଜଙ୍ଗଲ ମଧ୍ୟକୁ ନେଇଥିଲେ । ଘଟଣା କୁ ଜଣେ ସ୍ଥାନୀୟ ବାସିନ୍ଦା ଦେଖି ଗ୍ରାମବାସୀଙ୍କୁ ଖବର କରିଥିଲେ । ଗ୍ରାମବାସୀ ଦୁଇ ଯୁବକ ଙ୍କୁ ଅଟକ ରଖିଥିବା ବେଳେ ନିର୍ମାଲ୍ୟ ଙ୍କୁ ଉଦ୍ଧାର କରି ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଇଛି । ଘଟଣା ସ୍ଥଳରେ ଚାପା ଉତେଜନା ଥିବା ବେଳେ କମର୍ଦା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି ।

Leave a Reply